ବାହାନଗା ଦୁର୍ଘଟଣା ପୀଡ଼ିତଙ୍କ ଅନୁକମ୍ପା ରାଶି ହାତେଇବାକୁ ଉଦ୍ୟମ; ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୁଲିସ

The Sakala Picture
Published On

ଭୁବନେଶ୍ୱର: ବାହାନଗା ଟ୍ରେନ୍‌‌ ଦୁର୍ଘଟଣାରେ ଅଚିହ୍ନା ମୃତଦେହକୁ ନେଇ ସାଂଘାତିକ ଖେଳ ଖେଳାଯାଉଛି। ଏଭଳି ସମୟରେ ମାନବିକତା ଦେଖାଇବା ବଦଳରେ ସେମାନେ ଟଙ୍କା ପାଇଁ ଶବର ଆତ୍ମୀୟ ବୋଲି ଦାବି କରୁଛନ୍ତି। ଏଭଳି ଅଭିନୟ କରୁଛନ୍ତି, ଯାହାଦ୍ୱାରା ମୃତ ଦେହ ଚିହ୍ନଟ କରିବା ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଜାଣିପାରୁନାହାନ୍ତି। ତେଣୁ ଏଭଳି ଚକ୍ରାନ୍ତ କରି ଅନୁକମ୍ପା ରାଶି ହାତେଇବାକୁ ଯୋଜନା କରିଥିବା କୁଚକ୍ରୀଙ୍କୁ ଓଡିଶା ପୁଲିସ ତାଗିଦ କରିଛି। ଏଭଳି ଅର୍ଥ ରାଶୀ ପାଇଁ ମିଛରେ […]

ଭୁବନେଶ୍ୱର: ବାହାନଗା ଟ୍ରେନ୍‌‌ ଦୁର୍ଘଟଣାରେ ଅଚିହ୍ନା ମୃତଦେହକୁ ନେଇ ସାଂଘାତିକ ଖେଳ ଖେଳାଯାଉଛି। ଏଭଳି ସମୟରେ ମାନବିକତା ଦେଖାଇବା ବଦଳରେ ସେମାନେ ଟଙ୍କା ପାଇଁ ଶବର ଆତ୍ମୀୟ ବୋଲି ଦାବି କରୁଛନ୍ତି। ଏଭଳି ଅଭିନୟ କରୁଛନ୍ତି, ଯାହାଦ୍ୱାରା ମୃତ ଦେହ ଚିହ୍ନଟ କରିବା ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଜାଣିପାରୁନାହାନ୍ତି। ତେଣୁ ଏଭଳି ଚକ୍ରାନ୍ତ କରି ଅନୁକମ୍ପା ରାଶି ହାତେଇବାକୁ ଯୋଜନା କରିଥିବା କୁଚକ୍ରୀଙ୍କୁ ଓଡିଶା ପୁଲିସ ତାଗିଦ କରିଛି। ଏଭଳି ଅର୍ଥ ରାଶୀ ପାଇଁ ମିଛରେ ଯଦି କେହି ମୃତ ଦେହ ନିଜ ସମ୍ପର୍କୀୟଙ୍କ ବୋଲି ଦାବି କରନ୍ତି, ତେବେ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କୁହାଯାଇଛି। ବିଶେଷ କରି ବାଲେଶ୍ୱର ଜିଆରପି ଥାନାକୁ ଏଭଳି ଜାଲିଆତି କରୁଥିବା ଏକାଧିକ ଲୋକେ ଆସୁଛନ୍ତି। ପୁଲିସ ମୃତକଙ୍କ ଆଧାରକାର୍ଡ ମାଗିବା ସହ, ରାସନ କାର୍ଡ ଏବଂ ଦାବି କରୁଥିବା ବ୍ୟକ୍ତିଙ୍କୁ ଆଧାରକାର୍ଡ ମାଗୁଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଗତକାଲି ମଧ୍ୟ ବାଲେଶ୍ୱର ଜିଆରପି ଥାନାରେ ହଠାତ ପହଞ୍ଚି କାନ୍ଦବୋବାଳି କରିଥିଲେ ଜଣେ ମହିଳା। ନିଜ ସ୍ୱାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରକାଶ କରିଥିଲେ ବଡମ୍ୱା ଥାନା ଅଞ୍ଚଳର ଗୀତାଞ୍ଜଳି ଦାସ। ସ୍ୱାମୀ ବିଜୟନ ଦତ୍ତଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ମିଛ କହିଥିଲେ। ଏମିତିକି ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ୱାମୀ ବୋଲି ଦର୍ଶାଇଥିଲେ। ପରେ ସ୍ୱାମୀଙ୍କ ଆଧାରକାର୍ଡ ସହିତ, ପୂର୍ବ ଫଟୋ, ଏବଂ ସ୍ୱାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅକଳରେ ପଡ଼ିଯାଇଥିଲା ଠକ ମହିଳା। ପଚରାଉଚରା ପରେ ସମ୍ପୃକ୍ତ ମହିଳାଙ୍କର ଚାଲବାଜି ଧରାପଡ଼ିଯାଇଥିଲା। ପରେ ଜିଆରପି ତାଙ୍କୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମହିଳା। ଏହି ଘଟଣା ପରେ ଶବ ଚିହ୍ନଟ ପ୍ରକ୍ରିୟାକୁ ଅଧିକ କଡା କରି ଦିଆଯାଇଛି। ମୃତକଙ୍କ ସମ୍ପର୍କୀୟ ସମସ୍ତ ପ୍ରମାଣ ଦେଖାଇବା ପରେ ଶବ ହସ୍ତାନ୍ତର କରାଯିବା ସହ ଅନୁକମ୍ପା ରାଶି ଦିଆଯାଉଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର