୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ ପରେ ବାହାନଗାରେ ସ୍ୱାଭାବିକ ହେଲା ଟ୍ରେନ୍‌‌ ଚଳାଚଳ

The Sakala Picture
Published On

ସୋର: ବାହାନଗାରେ ସ୍ୱାଭାବିକ ହୋଇଛି ଟ୍ରେନ୍‌‌ ଚଳାଚଳ। ଟ୍ରାକରେ ଗଡିଛି ଟ୍ରେନ୍‌‌। ଆଜି ସକାଳୁ ଟ୍ରାକରେ ଗଡିଛି ତିନୋଟି ଟ୍ରେନ୍‌‌ ।  ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି । ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍‌ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି […]

ସୋର: ବାହାନଗାରେ ସ୍ୱାଭାବିକ ହୋଇଛି ଟ୍ରେନ୍‌‌ ଚଳାଚଳ। ଟ୍ରାକରେ ଗଡିଛି ଟ୍ରେନ୍‌‌। ଆଜି ସକାଳୁ ଟ୍ରାକରେ ଗଡିଛି ତିନୋଟି ଟ୍ରେନ୍‌‌ ।  ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି । ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍‌ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଶନିବାର ରାତିରେ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଭୟ ଅପ୍‌ ଏବଂ ଡାଉନ ଲାଇନ ମରାମତି ଶେଷ ହେବା ସହ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍‌‌ ଗଡ଼ିଥିଲା। ଏହି ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ। ଟ୍ରେନ ଗଡ଼ିବା ବେଳେ ରେଳମନ୍ତ୍ରୀ ହାତ ଯୋଡ଼ି ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ସେହିଭଳି ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ଲେଖାଯାଇଥିଲା ଯେ ୫୧ ଘଣ୍ଟା ପରେ ବାହାନଗା ବଜାର ଉଭୟ ଲାଇନରେ ମାଲବାହୀ ଟ୍ରେନ୍‌‌ ଗଡ଼ିଛି। ୧୦ଟା ୪୦ରେ ଏହି ଟ୍ରେନ୍‌‌ ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଥିଲା। ଏହି ରୁଟ୍‌ ଦେଇ ଯାତ୍ରୀବାହୀ ସେବା କେବେ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇନ ଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ବହୁ ବିଦ୍ୟୁତଖୁଣ୍ଟି ଭାଙ୍ଗିବା ସହ ରେଳଧାରଣା ପୂରା କ୍ଷତିଗ୍ରସ୍ତ ହୋଇଥିଲା। ପୁନରୁଦ୍ଧାର କାମରେ ୧ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ରେଳମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କାମ ଚାଲିଥିଲା। ପୁନରୁଦ୍ଧାର କାମରେ ୪ଟି ଜେସିବି, ୬ଟି କ୍ରେନ୍‌‌, ଇନସିପେକସନ୍‌‌ ଭ୍ୟାନ୍‌‌ ୫ଟା, ରେଲ ଟ୍ରାକ୍‌‌ ଏସମବୁଲ୍‌‌ ଭ୍ୟାନ୍‌‌ ୩ଟା, ୱେଲଡିଂ ମେସିନ ଓ ଫିନିିସିଂ ମେସିନ ପ୍ରମୁଖ ଯନ୍ତ୍ରପାତି ଲାଗିଥିଲା। ଲାଇନମ୍ୟାନ୍‌‌, ବିଦ୍ୟୁତ୍‌‌ କର୍ମଚାରୀ, ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ କାମରେ ଲାଗିଥିବା ବେଳେ ଘଟଣା ସ୍ଥଳରେ ସହାୟତା ପାଇଁ ଏନଡିଆରଫ୍‌‌ ଓ ଅଗ୍ନିଶମ ଟିମ୍‌‌ ମୁତୟନ ରହିଥିଲେ। ପୁନରୁଦ୍ଧାର କାମ ସମ୍ପର୍କରେ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ହୋଇଥିବା ରେଳ ଟ୍ରାକଗୁଡ଼ିକୁ ପ୍ରଥମେ ସମତୁଲ କରାଯାଇ ସ୍ଲିପର ବିଛାଯାଇଥିଲା। ଟ୍ରାକଗୁଡିକ ୱେଲଡିଂ କରାଯିବା ସହିତ ଫିନିସିଂ ସହିତ ମାପାଙ୍କନ କରାଯାଇଥିଲା। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତକରଣ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା (ସିଗନାଲ ଓ ଭଏସ୍‌‌)କୁ ତୁରନ୍ତ ସ୍ଥାପନ କରିବା ଆହ୍ବାନମୟ ହୋଇଥିଲେ ମଧ୍ୟ ଏଥିରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ଏହାକୁ କମ୍‌ ସମୟ ଭିତରେ ସାରିବା ପାଇଁ ସକ୍ଷମ ହୋଇଛନ୍ତି। ଏହାପରେ ଟ୍ରାକର ସେଫଟି ଚେକିଂ କରାଯାଇ ପରୀକ୍ଷାମୂଳକ ଭାବେ ଟ୍ରେନ ଚଳାଚଳ କରାଯାଇଛି।

ସୂଚନାଯୋଗ୍ୟ ଯେ ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ବିଦ୍ୟୁତ୍‌‌ ଖୁଣ୍ଟ ଭାଙ୍ଗିଥିବା ବେଳେ ବିଦ୍ୟୁତ୍‌‌ ତାରଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଉଭୟ ଲାଇନ୍‌ରେ ଟ୍ରେନ୍‌ ଗଡ଼ିବା ପରେ ଶ୍ରୀ ବୈଷ୍ଣବ ଦୋହରାଇଛନ୍ତି ଯେ ଏ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଛଡ଼ାଯିବନାହିଁ। ଲେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର