ଗଦରାମାଲ ନିଲଜିରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କଲେ 5T ସଚିବ

The Sakala Picture
Published On

ନୂଆପଡ଼ା: କଳାହାଣ୍ଡି ପରେ ନୂଆପଡ଼ା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଭିକେ ପାଣ୍ଡିଆନ । ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ନୂଆପଡ଼ା ସିନାପାଲିରେ ରହିବନି ପାନୀୟ ଜଳ ଓ ଜଳସେଚନ ସମସ୍ୟା । ଖୁବଶୀଘ୍ର ଦୂର ହେବ ପିଇବା ପାଣି ଓ ଜଳସେଚନ ସମସ୍ୟା । ଜଳସେଚନ […]

ନୂଆପଡ଼ା: କଳାହାଣ୍ଡି ପରେ ନୂଆପଡ଼ା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଭିକେ ପାଣ୍ଡିଆନ । ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ନୂଆପଡ଼ା ସିନାପାଲିରେ ରହିବନି ପାନୀୟ ଜଳ ଓ ଜଳସେଚନ ସମସ୍ୟା । ଖୁବଶୀଘ୍ର ଦୂର ହେବ ପିଇବା ପାଣି ଓ ଜଳସେଚନ ସମସ୍ୟା । ଜଳସେଚନ ହେବା ଦ୍ୱାରା ୮୯୦ ହେକ୍ଟର ଚାଷ ଜମିକୁ ମିଳିବ ପାଣି । ସିନାପାଲିର ୭ଟି ସ୍ଥାନରେ ଉଦନ୍ତି ନଦୀ ଉପରେ ମେଗା ଲିଫ୍ଟ ହେଇପାରିବ । ୧୦ରୁ ୧୨ ହେକ୍ଟର ଚାଷ ଜମି ସବୁଜ ହେବ । ଏହାଦ୍ୱାରା ଉପକୃତ ହେବେ ଚାଷୀ । ଏହାପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । କିଭଳି ଚାଲିଛି ପାଠପଢ଼ା, ସ୍ମାର୍ଟ କ୍ଲାସ ରୁମ୍ ଓ ଲାବରେଟେରୀ ବୁଲି ଦେଖିବା ସହ ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ କମିଟି ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ୍ ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଏହାପରେ ବୋଡେନ ବ୍ଲକ ସଦରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବେ । ସେଠାରୁ ସେ ପାତଳଗଙ୍ଗା ମନ୍ଦିର ଗସ୍ତ କରି ଠାକୁରଙ୍କ ଦର୍ଶନ କରିବା ସହ ମନ୍ଦିର ଉନ୍ନତିକରଣ ନେଇ ଲୋକଙ୍କ ସହ ଆଲୋଚନା କରିବେ । ପରେ ସେ ଖରିଆର ବ୍ଲକ ସଦରରେ ଥିବା ଆମ ହସ୍ପିଟାଲ ପରିଦର୍ଶନ କରି ରହିଥିବା କିଛି ସମସ୍ୟାର ଅନୁଧ୍ୟାନ କରିବେ । ଏଠାରେ ରୋଗୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପରେ ସେ କୋମନା ବ୍ଲକର କୋନାବିରା ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ । ସେଠାରୁ ସେ କୋମନା ବ୍ଲକ ସୁନାବେଡ଼ା ଗସ୍ତ କରିବେ । ସୁନାବେଡାରେ ସୁନା ଦେଇ ମନ୍ଦିର ପରିଦର୍ଶନ କରିବା ସହ ଚୋକଟିଆ-ଭୁଞ୍ଜିଆ ଆଦିମ ଜନଜାତି ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

21 May 2023 By The Sakala

ଗଦରାମାଲ ନିଲଜିରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କଲେ 5T ସଚିବ

ନୂଆପଡ଼ା: କଳାହାଣ୍ଡି ପରେ ନୂଆପଡ଼ା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଭିକେ ପାଣ୍ଡିଆନ । ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ନୂଆପଡ଼ା ସିନାପାଲିରେ ରହିବନି ପାନୀୟ ଜଳ ଓ ଜଳସେଚନ ସମସ୍ୟା । ଖୁବଶୀଘ୍ର ଦୂର ହେବ ପିଇବା ପାଣି ଓ ଜଳସେଚନ ସମସ୍ୟା । ଜଳସେଚନ ହେବା ଦ୍ୱାରା ୮୯୦ ହେକ୍ଟର ଚାଷ ଜମିକୁ ମିଳିବ ପାଣି । ସିନାପାଲିର ୭ଟି ସ୍ଥାନରେ ଉଦନ୍ତି ନଦୀ ଉପରେ ମେଗା ଲିଫ୍ଟ ହେଇପାରିବ । ୧୦ରୁ ୧୨ ହେକ୍ଟର ଚାଷ ଜମି ସବୁଜ ହେବ । ଏହାଦ୍ୱାରା ଉପକୃତ ହେବେ ଚାଷୀ । ଏହାପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । କିଭଳି ଚାଲିଛି ପାଠପଢ଼ା, ସ୍ମାର୍ଟ କ୍ଲାସ ରୁମ୍ ଓ ଲାବରେଟେରୀ ବୁଲି ଦେଖିବା ସହ ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ କମିଟି ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ୍ ।

ଏହାପରେ ବୋଡେନ ବ୍ଲକ ସଦରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବେ । ସେଠାରୁ ସେ ପାତଳଗଙ୍ଗା ମନ୍ଦିର ଗସ୍ତ କରି ଠାକୁରଙ୍କ ଦର୍ଶନ କରିବା ସହ ମନ୍ଦିର ଉନ୍ନତିକରଣ ନେଇ ଲୋକଙ୍କ ସହ ଆଲୋଚନା କରିବେ । ପରେ ସେ ଖରିଆର ବ୍ଲକ ସଦରରେ ଥିବା ଆମ ହସ୍ପିଟାଲ ପରିଦର୍ଶନ କରି ରହିଥିବା କିଛି ସମସ୍ୟାର ଅନୁଧ୍ୟାନ କରିବେ । ଏଠାରେ ରୋଗୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପରେ ସେ କୋମନା ବ୍ଲକର କୋନାବିରା ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ । ସେଠାରୁ ସେ କୋମନା ବ୍ଲକ ସୁନାବେଡ଼ା ଗସ୍ତ କରିବେ । ସୁନାବେଡାରେ ସୁନା ଦେଇ ମନ୍ଦିର ପରିଦର୍ଶନ କରିବା ସହ ଚୋକଟିଆ-ଭୁଞ୍ଜିଆ ଆଦିମ ଜନଜାତି ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର