ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିଲେ ୨୩ରୁ ରିଚେକିଂ ପାଇଁ କରିପାରିବେ ଆବେଦନ, ଜାଣନ୍ତୁ କିପରି କରିବେ ଆବେଦନ

The Sakala Picture
Published On

କଟକ: ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାଫଳ। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ। ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ଥିବା ବେଳେ ମାଲକାନଗିରି ସବୁଠୁ ତଳେ ରହିଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି […]

କଟକ: ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାଫଳ। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ। ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ଥିବା ବେଳେ ମାଲକାନଗିରି ସବୁଠୁ ତଳେ ରହିଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୫,୧୬,୪୩୫ ଛାତ୍ରଛାତ୍ରୀ ମାଟ୍ରିକ ରେଗୁଲାର ପରୀକ୍ଷା ଦେଇଥିବା ବେଳେ ୫,୦୮୪୦୪ ଜଣ ପାସ୍‌ କରିଛନ୍ତି। A1 ରେ ୪ହଜାର ୧୫୮ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ A2 ରେ ୨୯ହଜାର ୭୩୮ ପରୀକ୍ଷାର୍ଥୀ , B1ରେ  ୭୬ହଜାର ୫୬୭ ଛାତ୍ରଛାତ୍ରୀ,B2 ରେ ୧ଲକ୍ଷ ୧୮ହଜାର ୭୫୦ ,C ରେ ୧ଲକ୍ଷ ୨୧ହଜାର ୬୧୧ ପାସ,D ରେ ୯୫ହଜାର ୬ଜଣ ପରୀକ୍ଷାର୍ଥୀ ପାସ୍,E ରେ ୬୧ହଜାର ୪୭୪ ପିଲା ପାସ୍,F ରେ ୭ହଜାର ୬୪୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଏଥର ଛାତ୍ରଙ୍କଠାରୁ ଆଗରେ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଏଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ। ଅପରପକ୍ଷରେ ଚଳିତ ଥର ୯୭.୦୫ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୨୨୫୪ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ୧୯୦୫ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଚଳିତ ବର୍ଷ ରାଜ୍ୟର ୮୯୪୨ଟି ସ୍କୁଲରେ ମାଟ୍ରିକ୍‌ ରେଗୁଲାର ପରୀକ୍ଷା ହୋଇଥିବା ବେଳେ ୫,୨୭,୩୭୪ ଜଣ ଫର୍ମ ଫିଲଅପ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦, ୯୩୯ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଚଳିତ ବର୍ଷ ଅନିୟମିତତା ଉପାୟରେ ପରୀକ୍ଷା ଦେଉଥିବା ଅଭିଯୋଗରେ ୩୮୬ ଛାତ୍ରଛାତ୍ରୀ ଏମ୍‌ପି ହୋଇଛନ୍ତି। କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ଥିବା ବେଳେ ମାଲକାନଗିରି ଜିଲ୍ଲାରେ ପାସ୍‌ ହାର କମ୍‌ ରହିଛି। ତେବେ ୩ହଜାର ୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ କରିଛନ୍ତି।

୨୩ରୁ ରିଚେକିଂ ପାଇଁ ଆବେଦନ

ଆଜି ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କିଛି ପିଲା ସେମାନଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ସେମାନେ ଏନେଇ ୨୩ରୁ ରିଚେକିଂ ପାଇଁ ଆବେଦନ କରିପାରିବେ । ହାଇସ୍କୁଲ ଛାତ୍ରଛାତ୍ରୀମାନେ ଅନଲାଇନରେ ସମସ୍ତେ ଆବେଦନ କରିପାରିବେ । ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ଛାତ୍ରଛାତ୍ରୀମାନେ ଅଫଲାଇନ ଆବେଦନ କରିବେ । ଏନେଇ ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି।

ସେପଟେ ଚଳିତ ମାଟ୍ରିକ ପରିକ୍ଷାରେ ଫେଲ ହୋଇଥିବା ପିଲାମାନଙ୍କ ପାଇଁ ଚଳିତଥର ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ପାରିନଥିଲା । କିନ୍ତୁ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ହେବ ପରୀକ୍ଷା। ଯେଉଁପିଲାମନେ ଏଥର ପରୀକ୍ଷାରେ ଫର୍ମ ଫିଲପ କରିଥିଲେ ମଧ୍ୟ ପରୀକ୍ଷାରେ ଅନୁପସ୍ଥିତ ଥିଲେ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।  ଖୁବଶୀଘ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ନେଇ ତାରିଖ ଘୋଷଣା ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର