ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ

The Sakala Picture
Published On

ଭୁବନେଶ୍ୱର: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ । ହସିବ କ୍ଷେତ, ଦୂର ହେବ ଜଳକଷ୍ଟ । ଚୂଡ଼ାନ୍ତ ପର୍ଯ୍ୟାୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାମ । ପାହାଡ଼କୁ କାଟି ପାଣି ଆଣିବା ଛୋଟ କଥା ନୁହେଁ । ଏହା ଏକ ବୃହତ ପ୍ରକଳ୍ପ । ବଂଶଧାରା ଓ ଋଷିକୂଲ୍ୟାକୁ ସଂଯୋଗ କରିବ ୧.୩ କିଲୋମିଟରର ଟନେଲ । ପାନୀୟ ଜଳ ସୁବିଧା ସହିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାୟ ୬ […]

ଭୁବନେଶ୍ୱର: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ । ହସିବ କ୍ଷେତ, ଦୂର ହେବ ଜଳକଷ୍ଟ । ଚୂଡ଼ାନ୍ତ ପର୍ଯ୍ୟାୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାମ । ପାହାଡ଼କୁ କାଟି ପାଣି ଆଣିବା ଛୋଟ କଥା ନୁହେଁ । ଏହା ଏକ ବୃହତ ପ୍ରକଳ୍ପ । ବଂଶଧାରା ଓ ଋଷିକୂଲ୍ୟାକୁ ସଂଯୋଗ କରିବ ୧.୩ କିଲୋମିଟରର ଟନେଲ । ପାନୀୟ ଜଳ ସୁବିଧା ସହିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାୟ ୬ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ବ୍ରହ୍ମପୁର ସହରକୁ ପ୍ରତି ସେକଣ୍ଡରେ ଏକ କ୍ୟୁବିକ ମିଟର ପିଇବା ପାଣି ଯୋଗାଇ ଦିଆଯିବ। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୯୩୬.୬୩ କୋଟି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଛେଳିଗଡ଼ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ସ୍ବାର୍ଥ ତ୍ୟାଗ କରିଛନ୍ତି। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରକଳ୍ପ ସ୍ବପ୍ନ ଶୀଘ୍ର ପୂରଣ ହେବ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଗତ ୧୦ ତାରିଖରେ ଗଜପତି ଜିଲ୍ଲା ଗସ୍ତ ବେଳେ ପ୍ରକଳ୍ପ କାମର ଅନୁଧ୍ୟାନ କରିଥିଲେ 5T ସଚିବ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର