ବଜାରରେ କାହିଁକି ବୁଲୁଛୁ ପଚାରିବାରୁ ପୋଲିସ ବାବୁଙ୍କୁ ଆକ୍ରମଣ

The Sakala Picture
Published On

ସଟଡାଉନରେ ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ।  ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ବଳଙ୍ଗା ପୋଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ସହ ସଟଡାଉନ ପାଇଁ କଡାକଡ଼ି ଚେକିଂ ଚାଲିଥିଲା । ସେହି ସମୟରେ ବଳଙ୍ଗା ବଜାରର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ […]

ସଟଡାଉନରେ ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ।  ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ବଳଙ୍ଗା ପୋଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ସହ ସଟଡାଉନ ପାଇଁ କଡାକଡ଼ି ଚେକିଂ ଚାଲିଥିଲା ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ସେହି ସମୟରେ ବଳଙ୍ଗା ବଜାରର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ କଦଳୀ କାନ୍ଦି ଧରି ବିନା ମାସ୍କରେ ଆସୁଥିଲେ । ପୋଲିସ ତାଙ୍କୁ ଅଟକାଇ ସଟଡାଉନ ସମୟରେ କୁଆଡେ ଯାଉଛ ବୋଲି ପଚାରିବାରୁ ପୋଲିସ ସହ ଯୁକ୍ତିତର୍କ କରିବା ସହ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣକ ପୋଲିସକୁ ଆକ୍ରମଣ କରିଥିଲା ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ପରେ ଅନ୍ୟ ପୋଲିସ କର୍ମଚାରୀ ମିଶି ଯୁବକ ଜଣକୁ କାବୁ କରିଥିଲେ । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇ ଥିବା ବେଳେ ଆକ୍ରମଣ କରିଥିବା ଯୁବକକୁ ବଳଙ୍ଗା ପୋଲିସ ଗିରଫ କରିଛି । ପୂର୍ଵରୁ ମଧ୍ୟ ୨୦୧୪ ମସିହାରେ ଯୁବକ ଜଣକ ସେହି ଥାନାର ଜଣେ ASI ଙ୍କୁ ଆକ୍ରମଣ କରିଥିବା ବଳଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର