ରାଜ୍ୟରେ ଅସହ୍ୟ ତାତି: ଦିନ ୨ ଟା ୩୦ ସୁଦ୍ଧା ୪୦ଡ଼ିଗ୍ରୀ ପାର କଲା ଭୁବନେଶ୍ବରର ପାରା

The Sakala Picture
Published On

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୦.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି […]

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୦.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ବରର ତାତି । ଭୁବନେଶ୍ୱରରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସେହିପରି-
ସମ୍ବଲପୁର: ୪୦.୬ ଡ଼ିଗ୍ରୀ

ଭୁବନେଶ୍ୱର: ୪୦.୪ ଡ଼ିଗ୍ରୀ

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ହୀରାକୁଦ: ୩୯.୨ ଡ଼ିଗ୍ରୀ

ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ

ବାଲେଶ୍ୱର: ୩୭ .୪ ଡ଼ିଗ୍ରୀ

କେନ୍ଦୁଝର: ୩୭ .୪ ଡ଼ିଗ୍ରୀ

ପୁରୀ: ୩୪.୨ଡ଼ିଗ୍ରୀ

ଗୋପାଳପୁର: ୩୩.୮ଡ଼ିଗ୍ରୀ

ପାରାଦୀପ: ୩୨.୨ଡ଼ିଗ୍ରୀ

ଅନ୍ୟପକ୍ଷରେ, ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଏ ନେଇ ୧୩, ୧୪ ଏବଂ ୧୫ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହିଟ ୱେଭ ଆଲର୍ଟ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର