ପରିମଳ ବ୍ୟବସ୍ଥାରେ ସୁଧାର ଓ ମଶାଙ୍କ ଉପଦ୍ରବକୁ ଦୃଷ୍ଟିରେ ରଖି ବିଏମସିର ନୂଆ ଯୋଜନା

The Sakala Picture
Published On

ଭୁବନେଶ୍ବର: ପରିମଳ ବ୍ୟବସ୍ଥାରେ ସୁଧାର ଓ ମଶାଙ୍କ ଉପଦ୍ରବକୁ ଦୃଷ୍ଟିରେ ରଖି ବିଏମସି ନୂଆ ଯୋଜନା କରିଛି। ଘର ସମ୍ମୁଖ ଅଞ୍ଚଳ ପରେ ଏବେ ଘର ଓ ସାହି ପଛପାଖ ଉପରେ ବିଏମସିର ନଜର ରହିବ। ପ୍ରଥମ ପର୍ଯ୍ୟାୟରେ ୟୁନିଟ-୩, ୟୁନିଟ- ୪ ଓ ୟୁନିଟ- ୮ଏରିଆ ଉପରେ ଫୋକସ କରାଯାଇଛି। ଏ ନେଇ ୭୫ କିଲୋମିଟର ରାସ୍ତା ଚିହ୍ନଟ ହେଲାଣି । ସବୁ ଅଞ୍ଚଳରେ ଘର ଓ ସାହିର ପଛଭାଗକୁ ସଫା କରାଯିବ । ସଫା କରିବା ପରେ […]

ଭୁବନେଶ୍ବର: ପରିମଳ ବ୍ୟବସ୍ଥାରେ ସୁଧାର ଓ ମଶାଙ୍କ ଉପଦ୍ରବକୁ ଦୃଷ୍ଟିରେ ରଖି ବିଏମସି ନୂଆ ଯୋଜନା କରିଛି। ଘର ସମ୍ମୁଖ ଅଞ୍ଚଳ ପରେ ଏବେ ଘର ଓ ସାହି ପଛପାଖ ଉପରେ ବିଏମସିର ନଜର ରହିବ। ପ୍ରଥମ ପର୍ଯ୍ୟାୟରେ ୟୁନିଟ-୩, ୟୁନିଟ- ୪ ଓ ୟୁନିଟ- ୮ଏରିଆ ଉପରେ ଫୋକସ କରାଯାଇଛି। ଏ ନେଇ ୭୫ କିଲୋମିଟର ରାସ୍ତା ଚିହ୍ନଟ ହେଲାଣି । ସବୁ ଅଞ୍ଚଳରେ ଘର ଓ ସାହିର ପଛଭାଗକୁ ସଫା କରାଯିବ । ସଫା କରିବା ପରେ ପେଭର ବ୍ଲକ ବିଛାଇ ଚଲାରାସ୍ତା, ଓପେନ ଜିମ ଓ ବିଶ୍ରାମ ନେବା ପାଇଁ ସରଞ୍ଜାମ ସ୍ଥାପନ କରାଯିବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପର୍ଯ୍ୟାୟ କ୍ରମେ ସମଗ୍ର ଭୁବନେଶ୍ୱରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ବିନିଯୋଗ ହେବ ୫୮ କୋଟି ଟଙ୍କା। ଏନେଇ ବିଏମସି କର୍ପୋରେସନ ବୈଠକରେ ବିସ୍ତୃତ ଆଲୋଚନା ପରେ ପ୍ରକଳ୍ପକୁ  ଅନୁମୋଦନ ମିଳିଛି। ବାହାରେ ଅଳିଆ ନ ପକାଇବା ନେଇ ଲୋକଙ୍କୁ ସଚେତନ କରାଯାଉଛି । ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ରାଜଧାନୀର ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିବା ସହ ମଶାଙ୍କ ଉପଦ୍ରବ ହ୍ରାସ ପାଇବ। ସ୍ଥାନୀୟ କର୍ପୋରେଟର ଓ ଅଧିକାରୀଙ୍କ ସହ ଗ୍ରାଉଣ୍ଡ ଜିରୋରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି ଖୋଦ ବିଏମସି କମିଶନର। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର