ନୂଆ ଶିକ୍ଷାବର୍ଷରୁ ୧୦୬ ମାଧ୍ୟମିକ ସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ, ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ଦିଆଯିବ ଗୁରୁତ୍ୱ
ଭୁବନେଶ୍ୱର: ନୂଆ ଶିକ୍ଷା ବର୍ଷରୁ ରାଜ୍ୟର ୧୦୬ ହାଇସ୍କୁଲ କ୍ୟାମ୍ପସରେ ଖୋଲିବ ଦ୍ୱାଦଶ ଶ୍ରେଣୀ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସ୍କୁଲଗୁଡ଼ିକରେ ନିଯୁକ୍ତି ସହିତ ଭିତ୍ତିଭୂମି ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଗୁରତ୍ୱ ଦେଉଛି। ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼଼ାଯିବାକୁ ଥିବାବେଳେ ଅବଶିଷ୍ଟ ଶହେଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେବଳ କଳାରେ +୨ ଅଧ୍ୟୟନ କରିବେ। ତେବେ ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ […]
ଭୁବନେଶ୍ୱର: ନୂଆ ଶିକ୍ଷା ବର୍ଷରୁ ରାଜ୍ୟର ୧୦୬ ହାଇସ୍କୁଲ କ୍ୟାମ୍ପସରେ ଖୋଲିବ ଦ୍ୱାଦଶ ଶ୍ରେଣୀ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସ୍କୁଲଗୁଡ଼ିକରେ ନିଯୁକ୍ତି ସହିତ ଭିତ୍ତିଭୂମି ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଗୁରତ୍ୱ ଦେଉଛି। ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼଼ାଯିବାକୁ ଥିବାବେଳେ ଅବଶିଷ୍ଟ ଶହେଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେବଳ କଳାରେ +୨ ଅଧ୍ୟୟନ କରିବେ। ତେବେ ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି।
ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ ହେବାକୁ ଥିବାବେଳେ ହାଇସ୍କୁଲ କ୍ୟାମ୍ପସରେ କିପରି ଜୁନିଅର କଲେଜ ଚାଲିବ ସେଥି ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହିଁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ। ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ କ୍ଲାସ ରୁମ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ ସକାଳେ ୭ଟାରୁ ୧୧ଟା ମଧ୍ୟରେ ଚାଲିବାକୁ ଥିବାବେଳେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍ ଯାଏଁ ହାଇ ସ୍କୁଲ ଚାଲିବ। ଯୁକ୍ତ ଦୁଇରେ ଦୁଇଟି ସେକସନ୍ ହେବାକୁ ଥିବାବେଳେ ପ୍ରତି ସେକସନ୍ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ। ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼଼ାଯିବ। ସେହିପରି ପ୍ରତ୍ୟେକ ସ୍କୁଲରେ କଳା ପାଇଁ ୬ଟି ପିଜିଟି ଓ ବିଜ୍ଞାନ ପାଇଁ ୭ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବାବେଳେ ୬୪୨ ଜଣ ପିଜିଟି ନୂଆ ନିଯୁକ୍ତି ପାଇବେ। ଉଭୟ ଅଫଲାଇନ୍ ଏବଂ ଅନଲାଇନ ଉପାୟରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ବିତ ହେବାକୁ ଥିବାବେଳେ ସମ୍ପୃକ୍ତ ସ୍କୁଲରୁ ମାଟ୍ରିକ ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ।