ବଦଳିବେ ପିସିସି ପ୍ରଭାରୀ ! ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ ଖୁସି ନାହାଁନ୍ତି କଂଗ୍ରେସ ହାଇକମାଣ୍ଡ

The Sakala Picture
Published On

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଭାରୀ ଖୁବ୍‌‌ ଶୀଘ୍ର ବଦଳି ହେବେ। ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ କଂଗ୍ରେସ ହାଇକମାଣ୍ଡ ଖୁସି ନାହାଁନ୍ତି। ପ୍ରଦେଶ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ସନ୍ତୋଷଜନକ ନ ଥିବା ହାଇକମାଣ୍ଡ ମନେ କରୁଛନ୍ତି। ଏଣୁ ଏଆଇସିସି ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏ ଚେଲ୍ଲାକୁମାରଙ୍କ ବଦଳି କରି ଅନ୍ୟ ରାଜ୍ୟର ଦାୟିତ୍ୱ ଦିଆଯିବ ଅଥବା ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯିବ […]

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଭାରୀ ଖୁବ୍‌‌ ଶୀଘ୍ର ବଦଳି ହେବେ। ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ କଂଗ୍ରେସ ହାଇକମାଣ୍ଡ ଖୁସି ନାହାଁନ୍ତି। ପ୍ରଦେଶ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ସନ୍ତୋଷଜନକ ନ ଥିବା ହାଇକମାଣ୍ଡ ମନେ କରୁଛନ୍ତି। ଏଣୁ ଏଆଇସିସି ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏ ଚେଲ୍ଲାକୁମାରଙ୍କ ବଦଳି କରି ଅନ୍ୟ ରାଜ୍ୟର ଦାୟିତ୍ୱ ଦିଆଯିବ ଅଥବା ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯିବ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ କେବଳ ଚେଲ୍ଲା ନୁହନ୍ତି, ରଘୁ ଶର୍ମା, ଦେବେନ୍ଦ୍ର ଯାଦବ, ଏଚ୍‌‌ କେ ପାଟିଲ୍‌‌, ଭକ୍ତଚରଣ ଦାସ, ହରୀଶ ଚୌଧୁରୀ, ଓମାନ ଚାଣ୍ଡି, ମୁକୁଲ ବାସନିକ୍‌‌ ଓ ଅବିନାଶ ପାଣ୍ଡେଙ୍କୁ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯିବ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ପ୍ରଦେଶ କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ ମତଭେଦ ଓ ବିଦ୍ରୋହକୁ ତୁଟାଇବାରେ ଚେଲ୍ଲା କୁମାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ଏଆଇସିସି ହୃଦବୋଧ କରୁଛି। ଏପରିକି ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଭାରତ ଯୋଡ଼ ଯାତ୍ରା ମଧ୍ୟ ଆଶାନୁଯାୟୀ ସଫଳତା ପାଇପାରିଲା ନାହିଁ। ଯାହା ଫଳରେ କଂଗ୍ରେସ ଯେଉଁ ଧରଣର ଜନ ସମର୍ଥନ ଭାରତ ଯୋଡ଼ ଯାତ୍ରାରୁ ପାଇବାକୁ ଚାହୁଁଥିଲା ତାହା ମିଳି ପାରିନାହିଁ। ରାଜ୍ୟରେ ଆଗାମୀ ଦିନରେ ରାଜ୍ୟରେ ହାତକୁ ହାତ ଯୋଡ଼ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କଂଗ୍ରେସ ନିଜ ଜିଲ୍ଲା ସଙ୍ଗଠନଗୁଡ଼ିକ ମାଧ୍ୟମରେ ରାଜ୍ୟ ବ୍ୟାପୀ ଦ୍ୱାରଦ୍ୱାର ବୁଲି ଜନସାଧାରଣଙ୍କୁ କଂଗ୍ରେସ ସପକ୍ଷରେ ବୁଝାଇବାକୁ ଲକ୍ଷ୍ୟ ରଖିଛି। ଏଥି ପାଇଁ ପର୍ଯ୍ୟବେକ୍ଷକ ଚୟନ ସରିଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଭାରୀଙ୍କ ଦାୟିତ୍ୱ ପ୍ରମୁଖ ରହିବ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ପ୍ରଭାରୀ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମାନଭଞ୍ଜନ କରିବା ସହ କଂଗ୍ରେସର ଗୋଷ୍ଠୀ ରାଜନୀତିରେ ପୂର୍ଣ୍ଣଛେଦ ପକାଇବେ। ପିସିସି ସଭାପତିଙ୍କ ସହ ଅନେକ ଯୁବ ନେତୃବୃନ୍ଦଙ୍କର ତୀବ୍ର ମତଭେଦ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ କଂଗ୍ରେସ ସଙ୍ଗଠନକୁ ସଜାଡ଼ିବାକୁ ହେଲେ ହାଇକମାଣ୍ଡଙ୍କ ପ୍ରତିନିଧି ଭାବେ ଜଣେ ଦକ୍ଷ ପ୍ରଭାରୀ ଓଡ଼ିଶା ଦାୟିତ୍ୱ ନେବା ଦରକାର। ସେହିଭଳି କଂଗ୍ରେସ ଓଡ଼ିଶାରେ ସମଭାବପୂର୍ଣ୍ଣ ଦଳଗୁଡ଼ିକ ସହ ମେଣ୍ଟ କରିବାକୁ ଯୋଜନା କରୁଛି। ନିକଟ ଅତୀତରେ ସମାପ୍ତ ହୋଇଥିବା କଂଗ୍ରେସର ରାୟପୁର ଅଧିବେଶନରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ କଂଗ୍ରେସ ଏକାକି ସରକାର କରିପାରିବ ନାହିଁ, ସେଠାରେ ବିଜେପି ବିରୋଧୀ ଦଳଗୁଡ଼ିକ ସହ କଂଗ୍ରେସର ରାଜନୈତିକ ସମ୍ପର୍କକୁ ଦୃଢ଼ କରିବାକୁ ପଡ଼ିବ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଧିବେଶନରେ ବିଭିନ୍ନ ରାଜ୍ୟ ପାଇଁ ନୂଆ ପ୍ରଭାରୀ ଚୟନ ହେବା ସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି। ଏଥିପାଇଁ ଏଆଇସିସି ପ୍ରଦେଶ କଂଗ୍ରେସ କମିଟିକ ଗଠନ ପ୍ରକ୍ରିୟାକୁ ଅଟକାଇ ରଖିଥିବା ଚର୍ଚ୍ଚା ହେଉଛି। ତେବେ ଏସମ୍ପର୍କରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର