ଜିଓ ଟ୍ରୁ ୫ଜି ସେବାରେ ଯୋଡି ହେଲା ଓଡ଼ିଶାର ଆଉ ୬ ସହର

The Sakala Picture
Published On

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଆଜି ଦେଶର ୫୦ଟି ସହରରେ ଏପର୍ଯ୍ୟନ୍ତର ଏହାର ସର୍ବବୃହତ୍‍ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି । ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି । ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି […]

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଆଜି ଦେଶର ୫୦ଟି ସହରରେ ଏପର୍ଯ୍ୟନ୍ତର ଏହାର ସର୍ବବୃହତ୍‍ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି । ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ୧ ଜିବିପିଏସ୍‍+ ସ୍ପିଡ୍‍ ପର୍ଯ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିବା ଅନୁଭୂତି ହାସଲ ନିମନ୍ତେ ଜିଓ ୱେଲ୍‍କମ ଅଫର୍‍କୁ ଆମନ୍ତ୍ରଣ କରାଯିବ।  ଯାହା ଆଜିଠାରୁ ଆରମ୍ଭ ହେଉଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି । ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଏହି ଅବସରରେ ପ୍ରକାଶ କରି ଜିଓ ମୁଖପାତ୍ର କହିଛନ୍ତି, “ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏଥିସହିତ ଦେଶର ମୋଟ ୧୮୪ଟି ସହରରେ ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ଏହା ଏପର୍ଯ୍ୟନ୍ତ କେବଳ ଭାରତ ନୁହେଁ, ପୃଥିବୀର ଯେକୌଣସି ସ୍ଥାନରେ ଅନ୍ୟତମ ସର୍ବବୃହତ ୫ଜି ସେବା ପ୍ରଚଳନ ହୋଇଛି ।

ସମଗ୍ର ଦେଶରେ ଆମେ ଟ୍ରୁ ୫ଜି ସେବା ପ୍ରଚଳନର ବେଗ (ସ୍ପିଡ) ଓ ସାନ୍ଦ୍ରତା (ଇଣ୍ଟେନ୍‍ସିଟି)କୁ ତ୍ୱରାନ୍ୱିତ କରିଛୁ, କାରଣ ପ୍ରତ୍ୟେକ ଜିଓ ବ୍ୟବହାରକାରୀ ଜିଓ ଟ୍ରୁ ୫ଜି ପ୍ରଯୁକ୍ତିର ରୂପାନ୍ତରଣକାରୀ ଫାଇଦା ନୂଆବର୍ଷ ୨୦୨୩ରେ ପାଆନ୍ତୁ ବୋଲି ଆମେ ଚାହୁଁଛୁ । ଜିଓ ଟ୍ରୁ ୫ଜି ସେବାରୁ ସମଗ୍ର ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ଏବଂ ସମସ୍ତ ଉପଭୋକ୍ତା ଏହା ଉପଭୋଗ କରିବାକୁ ସମର୍ଥ ହେବେ ।

ପ୍ରତ୍ୟେକ ଭୌଗୋଳିକ ଅଞ୍ଚଳକୁ ଡିଜିଟାଇଜ କରିବା ଦିଗରେ ଆମ ପ୍ରୟାସରେ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଆମେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ସରକାରମାନଙ୍କ ନିକଟରେ କୃତଜ୍ଞ ।”

ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:

୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍‍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

24 Jan 2023 By The Sakala

ଜିଓ ଟ୍ରୁ ୫ଜି ସେବାରେ ଯୋଡି ହେଲା ଓଡ଼ିଶାର ଆଉ ୬ ସହର

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଆଜି ଦେଶର ୫୦ଟି ସହରରେ ଏପର୍ଯ୍ୟନ୍ତର ଏହାର ସର୍ବବୃହତ୍‍ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି ।

ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି । ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ୧ ଜିବିପିଏସ୍‍+ ସ୍ପିଡ୍‍ ପର୍ଯ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିବା ଅନୁଭୂତି ହାସଲ ନିମନ୍ତେ ଜିଓ ୱେଲ୍‍କମ ଅଫର୍‍କୁ ଆମନ୍ତ୍ରଣ କରାଯିବ।  ଯାହା ଆଜିଠାରୁ ଆରମ୍ଭ ହେଉଛି ।

ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି । ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି ।

ଏହି ଅବସରରେ ପ୍ରକାଶ କରି ଜିଓ ମୁଖପାତ୍ର କହିଛନ୍ତି, “ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏଥିସହିତ ଦେଶର ମୋଟ ୧୮୪ଟି ସହରରେ ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ଏହା ଏପର୍ଯ୍ୟନ୍ତ କେବଳ ଭାରତ ନୁହେଁ, ପୃଥିବୀର ଯେକୌଣସି ସ୍ଥାନରେ ଅନ୍ୟତମ ସର୍ବବୃହତ ୫ଜି ସେବା ପ୍ରଚଳନ ହୋଇଛି ।

ସମଗ୍ର ଦେଶରେ ଆମେ ଟ୍ରୁ ୫ଜି ସେବା ପ୍ରଚଳନର ବେଗ (ସ୍ପିଡ) ଓ ସାନ୍ଦ୍ରତା (ଇଣ୍ଟେନ୍‍ସିଟି)କୁ ତ୍ୱରାନ୍ୱିତ କରିଛୁ, କାରଣ ପ୍ରତ୍ୟେକ ଜିଓ ବ୍ୟବହାରକାରୀ ଜିଓ ଟ୍ରୁ ୫ଜି ପ୍ରଯୁକ୍ତିର ରୂପାନ୍ତରଣକାରୀ ଫାଇଦା ନୂଆବର୍ଷ ୨୦୨୩ରେ ପାଆନ୍ତୁ ବୋଲି ଆମେ ଚାହୁଁଛୁ । ଜିଓ ଟ୍ରୁ ୫ଜି ସେବାରୁ ସମଗ୍ର ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ଏବଂ ସମସ୍ତ ଉପଭୋକ୍ତା ଏହା ଉପଭୋଗ କରିବାକୁ ସମର୍ଥ ହେବେ ।

ପ୍ରତ୍ୟେକ ଭୌଗୋଳିକ ଅଞ୍ଚଳକୁ ଡିଜିଟାଇଜ କରିବା ଦିଗରେ ଆମ ପ୍ରୟାସରେ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଆମେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ସରକାରମାନଙ୍କ ନିକଟରେ କୃତଜ୍ଞ ।”

ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:

୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍‍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

https://www.thesakala.in/latest-odisha-news/jio-true-5g-now-available-in-10-cities-of-odisha-with-true-5g/article-18389
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର