ଜିଲ୍ଲା ପୁଲିସର ନିଯୁକ୍ତି ଓ ବଦଳି: ନିଯୁକ୍ତି ପାଇଲେ ୮ ଏସଆଇ, ଜଣେ ଏଏସଆଇ ଓ ବଦଳିଲେ ୪ ଏସଆଇ

The Sakala Picture
Published On

ଖୋର୍ଦ୍ଧା: ନୂଆବର୍ଷରେ ନବକଳେବର ହୋଇଛି ଜିଲ୍ଲା ପୁଲିସ । ବୁଧବାର ଏସପି ସିଦ୍ଧାର୍ଥ କଟ୍ଟାରିଆ ରିଜର୍ଭରେ ଥିବା ୮ଏସଆଇ ଓ ଜଣେ ଏଏସଆଇଙ୍କୁ ମୁଖ୍ୟାଳୟ ଏବଂ ବିଭିନ୍ନ ଥାନାରେ ନିଯୁକ୍ତ କରିଥିବାବେଳେ ବିଭିନ୍ନ ଥାନା/ଫାଣ୍ଡିରେ ଥିବା ୪ଏସଆଇଙ୍କୁ ବଦଳି କରିଛନ୍ତି । ତେବେ ବିଭିନ୍ନ ଥାନାରେ ଖାଲି ପଦବୀ ପୂରଣ, ଆବଶ୍ୟକତା ତଥା ଉତ୍ତମ ଜନସେବା ଦୃଷ୍ଟିରୁ ଏହି ଅଦଳବଦଳ ଓ ନିଯୁକ୍ତି ହୋଇଥିବା ଏସପିଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ତେବେ ରିଜର୍ଭ ଏସଆଇ ପ୍ରତାପ […]

ଖୋର୍ଦ୍ଧା: ନୂଆବର୍ଷରେ ନବକଳେବର ହୋଇଛି ଜିଲ୍ଲା ପୁଲିସ । ବୁଧବାର ଏସପି ସିଦ୍ଧାର୍ଥ କଟ୍ଟାରିଆ ରିଜର୍ଭରେ ଥିବା ୮ଏସଆଇ ଓ ଜଣେ ଏଏସଆଇଙ୍କୁ ମୁଖ୍ୟାଳୟ ଏବଂ ବିଭିନ୍ନ ଥାନାରେ ନିଯୁକ୍ତ କରିଥିବାବେଳେ ବିଭିନ୍ନ ଥାନା/ଫାଣ୍ଡିରେ ଥିବା ୪ଏସଆଇଙ୍କୁ ବଦଳି କରିଛନ୍ତି । ତେବେ ବିଭିନ୍ନ ଥାନାରେ ଖାଲି ପଦବୀ ପୂରଣ, ଆବଶ୍ୟକତା ତଥା ଉତ୍ତମ ଜନସେବା ଦୃଷ୍ଟିରୁ ଏହି ଅଦଳବଦଳ ଓ ନିଯୁକ୍ତି ହୋଇଥିବା ଏସପିଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ତେବେ ରିଜର୍ଭ ଏସଆଇ ପ୍ରତାପ ଚନ୍ଦ୍ର ପୁହାଣଙ୍କ ବାଙ୍କୋଇ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ମିଳିଥିବାବେଳେ ରିଜର୍ଭ ଏସଆଇ ଲିଙ୍ଗରାଜ ସିଠା ଙ୍କୁ ଟାଙ୍ଗୀ ଥାନାକୁ ନିଯୁକ୍ତି, ରିଜର୍ଭ ଏସଆଇ ଅକ୍ଷୟ କୁମାର ପ୍ରଧାନଙ୍କ ଡ଼ିଆଇବି, ରିଜର୍ଭ ଏସଆଇ ବସନ୍ତ କୁମାର ମିଶ୍ର ଓ ରିଜର୍ଭ ଏସଆଇ ରବୀନ୍ଦ୍ରନାଥ ଗୌଡ଼ଙ୍କୁ ବାଣପୁର ଥାନାରେ ନିଯୁକ୍ତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେହିପରି ରିଜର୍ଭ ଏସଆଇ ଅଭୟ କୁମାର ରାଉତଙ୍କ ସିକୋ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ରିଜର୍ଭ ଏସଆଇ ଶେଖ ମୁଜିବର ରେହମାନ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଆସିଥିବାବେଳେ ରିଜର୍ଭ ଏସଆଇ ଅକ୍ଷୟ କୁମାର ବରାଳଙ୍କ ଆଦର୍ଶ ଥାନାରେ ନିଯୁକ୍ତି ମିଳିଛି। ରିଜର୍ଭ ଏଏସଆଇ ପ୍ରସନ୍ନ କୁମାର ଦଳେଇଙ୍କ ବୋଲଗଡ଼ ଥାନାରେ ନିଯୁକ୍ତି ମିଳିଛି। ସେହିପରି ବାଣପୁର ଥାନା ଏସଆଇ ବସନ୍ତ ପଟ୍ଟନାୟକଙ୍କ ନିରାକାରପୁର ଥାନାକୁ ବଦଳି ହୋଇଥିବାବେଳେ ବାଣପୁର ଥାନା ଏସଆଇ ଚନ୍ଦନ କୁମାର ଦାସଙ୍କ ବାଘମାରି ଥାନା, ନିରାକାରପୁର ଥାନା ଏଏସଆଇ ହାଡିବନ୍ଧୁ ନାୟକଙ୍କ ଟାଙ୍ଗୀ ଥାନା ଏବଂ ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚଙ୍କୁ ଜଙ୍କିଆ ଥାନାକୁ ବଦଳି କରାଯାଇଛି। ତେବେ ଏସଆଇ ଶରତ କୁମାର ପାଇକରାୟ ରିଜର୍ଭ ପୁଲିସରେ ରହି ଶାନ୍ତି ଶୃଙ୍ଖଳା ଓ ଅନ୍ୟାନ୍ୟ କର୍ତ୍ତବ୍ୟ କରିବାକୁ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର