ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ, ମିଶନ ଶକ୍ତି ଷ୍ଟଲ ପରିଦର୍ଶନ କରି ଏସଏଚଜି ମହିଳାଙ୍କ ଦକ୍ଷତାର କଲେ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: ମେକ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨ ର ଆଜି ଦ୍ବିତୀୟ ଦିନ । ଆୟୋଜିତ କାର୍ଯ୍ୟକ୍ରମ ପରିଦର୍ଶନ କରି ମିଶନ ଶକ୍ତି ଷ୍ଟଲରେ ଏସଏଚଜିଙ୍କ ଦ୍ଵାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ୟୋଗୀତା କ୍ଷେତ୍ରରେ ମା’ ମାନଙ୍କ ଦକ୍ଷତା ଏବଂ ଆଗକୁ ବଢ଼ିବା ପାଇଁ ଉଦ୍ୟୋଗୀ ମନୋଭାବ ସର୍ବଦା ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମେଗା ଶିଳ୍ପପତି ସମ୍ମିଳନୀର ପ୍ଲେନାରି ସେସନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମିତ୍ତଲ୍ ଗ୍ରୁପର ଏଲଏନ […]

ଭୁବନେଶ୍ୱର: ମେକ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨ ର ଆଜି ଦ୍ବିତୀୟ ଦିନ । ଆୟୋଜିତ କାର୍ଯ୍ୟକ୍ରମ ପରିଦର୍ଶନ କରି ମିଶନ ଶକ୍ତି ଷ୍ଟଲରେ ଏସଏଚଜିଙ୍କ ଦ୍ଵାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ୟୋଗୀତା କ୍ଷେତ୍ରରେ ମା’ ମାନଙ୍କ ଦକ୍ଷତା ଏବଂ ଆଗକୁ ବଢ଼ିବା ପାଇଁ ଉଦ୍ୟୋଗୀ ମନୋଭାବ ସର୍ବଦା ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଆଜି ମେଗା ଶିଳ୍ପପତି ସମ୍ମିଳନୀର ପ୍ଲେନାରି ସେସନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମିତ୍ତଲ୍ ଗ୍ରୁପର ଏଲଏନ ମିତ୍ତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ, ଟାଟା ଗ୍ରୁପର ଟିଭି ନରେନ୍ଦ୍ରନ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ ୪ଟା ୩୦ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ର କଟନ ରେଜର । ଏଥିରେ ମିଲେଟ୍ ର ଭୂମିକା, ଆଦିବାସୀ ଓ ମିଲ୍ଲେଟ ପ୍ରଭୃତି ବିଷୟରେ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଆଜି ମୁଖ୍ୟମନ୍ତ୍ରୀ ୨୦୨୨ ବର୍ଷର ଶିଳ୍ପ ନୀତି ଘୋଷଣା କରିବେ । କିଛିଦିନ ତଳେ ଏହା କ୍ୟାବିନେଟରେ ଘୋଷଣା ହୋଇଥିଲା । ୧୦ଟା ୩୦ ରେ ମେଗା ସମ୍ମିଳନୀ ଆୟୋଜିତ ହେବ । ଏଥିରେ ୨୦ରୁ ଅଧିକ ଏମଓୟୁ ସ୍ବାକ୍ଷରିତ ହେବାର ଅଛି । ଦୁଇ ହଜାରରୁ ଅଧିକ ବିଜନେସ ଡେଲିଗେଟ୍ସ ଯୋଗ ଦେବେ । ଶିଳ୍ପ ଓ ନିର୍ମାଣକୁ ଆର୍ଥିକ ପ୍ରୋତ୍ସାହନ ଶୀର୍ଷକ ଆଲୋଚନା ଚକ୍ର ୪ଟା ୩୦ରେ ଅନୁଷ୍ଠିତ ହେବ । ଏଥିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧ୍ୟକ୍ଷ ଏସଏସ ମୁନ୍ଦ୍ରା, ଏସବିଆଇର ଗୁଲସନ ମଲ୍ଲିଲ, ଏସଆଇଡିବିଆଇର ଅଧ୍ୟକ୍ଷ ଏସ ରମନ ପ୍ରମୁଖ ବକ୍ତା ଭାବେ ଯୋଗ ଦେବେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଗତକାଲିଠୁ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏହି ବାଣିଜ୍ୟ ମହାକୁମ୍ଭକୁ ଗତକାଲି ଉଦଘାଟନ କରିଥିଲେ । ଦେଶ-ବିଦେଶର ଶିଳ୍ପପତିଙ୍କୁ ନେଇ ଭୁବନେଶ୍ୱରର ଜନତା ମୈଦାନରେ ଏହା ଆରମ୍ଭ ହୋଇଛି । କନକ୍ଲେଭର ଏହି ତୃତୀୟ ସଂସ୍କରଣରେ ଶହେରୁ ଅଧିକ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦୁଇଟି ସଂସ୍କରଣ ତୁଳନାରେ ଏଥର ଅଧିକ ନିବେଶ ପ୍ରସ୍ତାବ ଆସିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର