ରାଜ୍ୟରେ କୋଭିଡ୍ ମୁକାବିଲା, ୭ ମେଡିକାଲ କଲେଜକୁ ୩୦ ଜିଲ୍ଲାର ଦାୟିତ୍ବ
ଭୁବନେଶ୍ୱର: ବଢୁଛି ଦୈନିକ ସଂକ୍ରମଣ, ଜାରି ରହିଛି କରୋନା ମୃତ୍ୟୁ। ପରିସ୍ଥିତି ଖରାପ ଆଡ଼କୁ ଗତି କରୁଛି। ଏହି ସ୍ଥିତିରେ କୋଭିଡ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ବରିଷ୍ଠ ତଥା ଅଭିଜ୍ଞ ଡ଼ାକ୍ତରମାନଙ୍କୁ ନେଇ ରାଜ୍ୟସ୍ତରୀୟ ଟିମ୍ ଓ ମେଡିକାଲ କଲେଜ ଟିମ୍ ଗଠନ କରିଛନ୍ତି। ରାଜ୍ୟରେ ଥିବା କୋଭିଡ୍ ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କୁ ଯେପରି ଉପଯୁକ୍ତ ସେବା ମିଳିପାରିବ ତାହା ଏହି କମିଟି ସୁନିଶ୍ଚିତ କରିବେ। କୋଭିଡ ପଜିଟିଭ୍ ବ୍ୟକ୍ତି ନିୟମ ଅନୁସାରେ […]
ଭୁବନେଶ୍ୱର: ବଢୁଛି ଦୈନିକ ସଂକ୍ରମଣ, ଜାରି ରହିଛି କରୋନା ମୃତ୍ୟୁ। ପରିସ୍ଥିତି ଖରାପ ଆଡ଼କୁ ଗତି କରୁଛି। ଏହି ସ୍ଥିତିରେ କୋଭିଡ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ବରିଷ୍ଠ ତଥା ଅଭିଜ୍ଞ ଡ଼ାକ୍ତରମାନଙ୍କୁ ନେଇ ରାଜ୍ୟସ୍ତରୀୟ ଟିମ୍ ଓ ମେଡିକାଲ କଲେଜ ଟିମ୍ ଗଠନ କରିଛନ୍ତି। ରାଜ୍ୟରେ ଥିବା କୋଭିଡ୍ ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କୁ ଯେପରି ଉପଯୁକ୍ତ ସେବା ମିଳିପାରିବ ତାହା ଏହି କମିଟି ସୁନିଶ୍ଚିତ କରିବେ। କୋଭିଡ ପଜିଟିଭ୍ ବ୍ୟକ୍ତି ନିୟମ ଅନୁସାରେ ରହୁଛନ୍ତି କି ନାହିଁ, ନମୁନା ସଂଗ୍ରହ ପ୍ରକ୍ରିୟା, ସଂକ୍ରମଣ ନିୟନ୍ତ୍ରଣ, ପ୍ରତିକାର ବ୍ୟବସ୍ଥା ଆଦି ଅନୁଧ୍ୟାନ ଦାୟିତ୍ୱ ଏହି ଦୁଇ କମିଟି ଉପରେ ନ୍ୟସ୍ତ କରାଯାଇଛି। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦେଶ ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟସ୍ତରୀୟ ଟିମ୍ରେ ସ୍ୱତନ୍ତ୍ର ସଚିବ (ଜନସ୍ୱାସ୍ଥ୍ୟ) ଏହାର ଅଧ୍ୟକ୍ଷ ଥିବା ବେଳେ ପଲମୋନାରୀ ମେଡିସିନ୍ ବିଭାଗ ମୁଖ୍ୟ, ମାଇକ୍ରୋବାୟୋଲୋଜୀ ବିଭାଗ ମୁଖ୍ୟ, ଆନାସ୍ଥେସିଓଲୋଜୀ ବିଭାଗ ମୁଖ୍ୟ ସଦସ୍ୟ ଅଛନ୍ତି। ସେହିପରି ମେଡିକାଲ କଲେଜସ୍ତରୀୟ ଟିମ୍ରେ ପଲମୋନାରୀ ମେଡିସିନ୍/ମେଡିସିନ୍, ମାଇକ୍ରୋବାୟୋଲୋଜୀ ଏବଂ ଆନେସ୍ଥେସିଓଲୋଜୀ ଫାକଲ୍ଟି ଅଛନ୍ତି।
ମେଡିକାଲ କଲେଜର ଡିନ୍ କିମ୍ବା ଅଧ୍ୟକ୍ଷ ମେଡିକାଲ କଲେଜ ସ୍ତରୀୟ ଟିମ୍ ଗଠନ କରିବେ। ଏଥିପାଇଁ ସେମାନେ ତାଙ୍କ ସହ ଜଡ଼ିତ ଥିବା ହସ୍ପିଟାଲର ଅଧୀକ୍ଷକ ଓ ଉପରୋକ୍ତ ବିଭାଗୀୟ ଏଚ୍ଓଡିଙ୍କ ପରାମର୍ଶ ନେବେ। ଏହି ଟିମ୍ କୋଭିଡ୍ ହସ୍ପିଟାଲ ଗସ୍ତ କରି ସେଠାରେ ପରିସ୍ଥିତି ଅନୁଧ୍ୟାନ କରି ସମସ୍ୟା ଥିଲେ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ। ପରିଦର୍ଶନ ସମୟରେ ମେଡିକାଲ ଅଧିକାରୀ ଉପସ୍ଥିତ ରହି ଟିମ୍ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେବେ। ହସ୍ପିଟାଲରେ ଅକ୍ସିଜେନ୍, ଆଇସିୟୁ, ବାୟୋମେଡିକାଲ ୱେଷ୍ଟ, କ୍ୱରେଣ୍ଟାଇନ୍ ବ୍ୟବସ୍ଥା କିପରି ଚାଲିଛି ତାହା ଏହି ଟିମ୍ ତଦାରଖ କରିବ।
ସେହିପରି ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା, ଉପକରଣ, ଅକ୍ସିଜେନ୍ ଏବଂ ଔଷଧ ତଥା ପିପିଇ କେତେ ପରିମାଣର ଗଛିତ ରହିଛି ତାହା ଦେଖିବା ଟିମ୍ ସଦସ୍ୟଙ୍କ ଦାୟିତ୍ୱ। ଏପରିକି ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଏହି ସେବାରେ ସନ୍ତୁଷ୍ଟ କି ନୁହେଁ ତାହା ମଧ୍ୟ ଟିମ୍ ପଚାରି ବୁଝିବ। ପ୍ରତି ଗସ୍ତ ପରେ ଟିମ୍ ନିଜ ରିପୋର୍ଟ ସମ୍ପୃକ୍ତ ଡିନ୍ କିମ୍ବା ଅଧ୍ୟକ୍ଷଙ୍କ ଜରିଆରେ ଡିଏମ୍ଇଟିଙ୍କୁ ରିପୋର୍ଟ ପ୍ରଦାନ କରିବେ।
କଟକ ଏସ୍ସିବି ଅଧୀନରେ କଟକ, ଢ଼େଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲା ରହିଛି। ସେହିପରି ଏମ୍କେସିଜି, ବ୍ରହ୍ମପୁର ଅଧୀନରେ ବୌଦ୍ଧ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ରଖାଯାଇଛି। ବୁର୍ଲା ଭୀମସାର ଅଧୀନରେ ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲା ଥିବା ବେଳେ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଅଧୀନରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ରହିଛନ୍ତି। ଅପରପକ୍ଷେ ବାରିପଦା ମେଡିକାଲ କଲେଜ ଉପରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଏଫଏମ୍ ଏମ୍ସିଏଚ୍ ଅଧୀନରେ ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ରଖାଯାଇଛି। ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ତଥା ସୋନପୁର ଜିଲ୍ଲା ଦାୟିତ୍ୱରେ ବଲାଙ୍ଗିର ସ୍ଥିତ ବିବି ମେଡିକାଲ କଲେଜ ଅଛି।
ଅପରପକ୍ଷେ ରାଜ୍ୟସ୍ତରୀୟ ଟିମ୍ ଏମ୍ସିଏଚ୍ସ୍ତରୀୟ ଟିମ୍ ଠାରୁ ହସ୍ତଗତ ମତାମତ ଆଧାରରେ କୋଭିଡ୍ ହସ୍ପିଟାଲ ପରିଦର୍ଶନ ଏବଂ ମାର୍ଗଦର୍ଶନ କରିବେ।