ବେକାରୀ ନିୟନ୍ତ୍ରଣରେ ଓଡ଼ିଶା ସରକାରଙ୍କ କ୍ରମାଗତ ଉନ୍ନତ ପ୍ରଦର୍ଶନ; ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ହାର ବୃଦ୍ଧି ଦେଶବ୍ୟାପୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ୀଙ୍କୁ ନିଯୁକ୍ତି କେନ୍ଦ୍ର ସହ ସମସ୍ତ ରାଜ୍ୟ ସରକରଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହେଲାଣି। ମାତ୍ର ସମାନ ସମୟରେ ଓଡ଼ିଶା ସରକାର ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଅନ୍ୟମାନଙ୍କ […]

ଭୁବନେଶ୍ୱର: ବର୍ତ୍ତମାନ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ହାର ବୃଦ୍ଧି ଦେଶବ୍ୟାପୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ୀଙ୍କୁ ନିଯୁକ୍ତି କେନ୍ଦ୍ର ସହ ସମସ୍ତ ରାଜ୍ୟ ସରକରଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହେଲାଣି। ମାତ୍ର ସମାନ ସମୟରେ ଓଡ଼ିଶା ସରକାର ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହା ଏବେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି। ଗତ ଅକ୍ଟୋବର ମାସରେ ଓଡ଼ିଶାର ବେକାରୀ(ସର୍ବନିମ୍ନ) ହାର ଦେଶବ୍ୟାପୀ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି। ସେଣ୍ଟର ଫର୍‍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ତଥ୍ୟ ଅନୁଯାୟୀ ଅକ୍ଟୋବର ମାସରେ ଦେଶରେ ବେକାରୀ ହାର ୭.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୧.୧ ପ୍ରତିଶତ ରହିଛି। ଖାଲି ଅକ୍ଟୋବର ମାସ ନୁହେଁ ଯଦି ଗତ ଜାନୁଆରୀ ମାସଠାରୁ ସିଏମଆଇଇର ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ଥିବା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସିଏମଆଇଇର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ମାସରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ ଟପ୍‍-୩ ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶାର ବେକାରୀ ହାର ୧.୧ ପ୍ରତିଶତ ଥିବାବେଳେ ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୦.୮ ପ୍ରତିଶତ ଏବଂ ଛତିଶଗଡ଼ ୦.୯ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅକ୍ଟୋବର ମାସରେ ହରିୟାଣାରେ ସର୍ବାଧିକ ବେକାରୀ ହାର ୩୧.୮ ପ୍ରତିଶତ ରେକର୍ଡ କରାଯାଇଛି। ଏହାତଳକୁ ରାଜସ୍ଥାନର ୩୦.୭ ପ୍ରତିଶତ ରହିଥିବା ବେଳେ ଜମ୍ମୁ ଓ କଶ୍ମୀରର ୨୨.୪ପ୍ରତିଶତ ବେକାରୀ ହାର ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ମାସରେ ଓଡ଼ିଶାର ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିବା ବେଳେ ଦେଶବ୍ୟାପୀ ସର୍ବନିମ୍ନ ବେକାରୀ ହାର ତାଲିକାରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲା। ସେହିପରି କେବଳ ଗତ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ଗତ ଜାନୁଆରୀଠାରୁ ଏଯାବତ୍‍ ଓଡ଼ିଶା ଏକ୍ଷେତ୍ରରେ ସବୁବେଳେ ସ୍ଥିର ଏବଂ ଉନ୍ନତ ପ୍ରଦର୍ଶନ କରିଆସିବା ସହ ସର୍ବନିମ୍ନ ବେକାରୀ ହାର କ୍ଷେତ୍ରରେ ସବୁବେଳେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଆସିଛି। ସିଏମଆଇଇର ଏହି ରିପୋର୍ଟ ଓଡ଼ିଶାର ବେକାରୀ ହ୍ରାସ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠତାକୁ ପ୍ରତିପାଦିତ କରୁଥିବା ସ୍ପଷ୍ଟ ଭାବେ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଓଡ଼ିଶାର ବେକାରୀ ହାର ନିୟନ୍ତ୍ରଣରେ ରହିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି। ରାଜ୍ୟ ସରକାର ଯୁବବର୍ଗଙ୍କୁ ସମନ୍ୱିତ କୃଷି କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବହୁବିଧ ଯୋଜନାମାନ ପ୍ରଣୟନ କରିଛନ୍ତି। ଯାହା ଯୁବବର୍ଗଙ୍କୁ ଅଧିକ ସୁହାଉଛି। ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ, ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ତାଲିମ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଯାହାଫଳରେ ଯୁବକ ଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର