କରୋନାର କରୁଣ ଚିତ୍ର : ପୁଅ ଅଜିତ ମଙ୍ଗରାଜଙ୍କ ମୃତ୍ୟୁର ଦୁଇ ଦିନ ନ ପୁରୁଣୁ ମା’ କ୍ଷେତ୍ରମଣିଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ବର : କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପିପିଲି  ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଥିଲା। ଆଉ ଏବେ ଅଜିତଙ୍କ ମୃତ୍ୟୁକୁ ୨ ଦିନ ନ ପୁରୁଣୁ ତାଙ୍କ ମାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି। କୋଭିଡ ଆକ୍ରାନ୍ତ ହେବାପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ କ୍ଷେତ୍ରମଣି ମଙ୍ଗରାଜ। ପ୍ରଥମେ ପୁଅ, ଆଉ ଏବେ ମାଆ । ଏପରି ଦୁଃଖର […]

ଭୁବନେଶ୍ବର : କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପିପିଲି  ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଥିଲା। ଆଉ ଏବେ ଅଜିତଙ୍କ ମୃତ୍ୟୁକୁ ୨ ଦିନ ନ ପୁରୁଣୁ ତାଙ୍କ ମାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି। କୋଭିଡ ଆକ୍ରାନ୍ତ ହେବାପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ କ୍ଷେତ୍ରମଣି ମଙ୍ଗରାଜ। ପ୍ରଥମେ ପୁଅ, ଆଉ ଏବେ ମାଆ । ଏପରି ଦୁଃଖର ଆଉ ଏକ ପାହାଡ଼ ପଡିଛି ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାରରେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସୂଚନାଯୋଗ୍ୟ ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜ ଗତ ୧୦ ତାରିଖରେ କରୋନା ପଜିଟିଭ୍ ଜଣାପଡିବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିିତ୍ସାଧିନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମତ୍ୟୁ ହୋଇଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।  ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ । ଅଜିତଙ୍କ କୋଭିଡ ଯୋଗୁଁ ଚାଲିଯାଇଥିଲା ଜୀବନ ଆଉ ଏବେ ତାଙ୍କ ମାଆଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର । କୋଭିଡ ଗାଇଡ଼ଲାଇନ ମାନି ଶବ ସତ୍କାର କରାଯିବ ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର