ଆଜି ହାଇଦରାବାଦ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ: ୩୭ଟି ସଂସ୍ଥା ସହ ହେବ ପ୍ରତ୍ୟକ୍ଷ ଆଲୋଚନା

The Sakala Picture
Published On

ଭୁବନେଶ୍ୱର: ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ-୨୦୨୨କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଦୁବାଇ, ରାଜଧାନୀ ନୂଆଦିଲ୍ଲୀ, ମାୟାନଗରୀ ମୁମ୍ବାଇ, ଆଇଟି ସିଟି ବେଙ୍ଗାଲୁରୁରେ ମଧ୍ୟ ପୂର୍ବରୁ ଓଡ଼ିଶା ନିବେଶ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଛି। ସୋମବାର ହାଇଦରାବାଦଠାରେ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ପ୍ରଶାସନରେ ଏକାଧିକ ଶୀର୍ଷ ଅଧିକାରୀ ଏହି ସମ୍ମିଳନୀରେ ଯୋଗ ଦେବେ। ନିଜ […]

ଭୁବନେଶ୍ୱର: ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ-୨୦୨୨କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଦୁବାଇ, ରାଜଧାନୀ ନୂଆଦିଲ୍ଲୀ, ମାୟାନଗରୀ ମୁମ୍ବାଇ, ଆଇଟି ସିଟି ବେଙ୍ଗାଲୁରୁରେ ମଧ୍ୟ ପୂର୍ବରୁ ଓଡ଼ିଶା ନିବେଶ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଛି। ସୋମବାର ହାଇଦରାବାଦଠାରେ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ପ୍ରଶାସନରେ ଏକାଧିକ ଶୀର୍ଷ ଅଧିକାରୀ ଏହି ସମ୍ମିଳନୀରେ ଯୋଗ ଦେବେ।
ନିଜ ଜନ୍ମଦିନକୁ ରବିବାର ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦ୍ୱିତୀୟାର୍ଦ୍ଧରେ ହାଇଦରାବାଦ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ସେ ହାଇଦରାବାଦର ତାଜ ଫଲକନୁମା ହୋଟେଲରେ ରହିବେ ବୋଲି ଜଣାପଡ଼ିଛି।
୧୭ ତାରିଖ ତଥା ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦିନ ତମାମ ନିବେଶକ ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ଏବଂ ଉଦ୍‌ବୋଧନ ଦେବେ।

ସୋମବାର ପୂର୍ବାହ୍ନ ୧୧ଟାରୁ ଦିନ ୨ଟା ଯାଏଁ ଏକାଧିକ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା କରିବେ। ଏହି ଆଲୋଚନା କାର୍ଯ୍ୟକ୍ରମକୁ ମୋଟ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦିନ ୧୧ଟାରୁ ୧୧ଟା ୪୫ ମିନିଟ୍‌‌, ଦ୍ୱିତୀୟ ପର୍ଯ୍ୟାୟ ଦିନ ୧୨ଟାରୁ ୧୨ଟା ୪୫ ମିନିଟ୍‌‌ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଦିନ ୧ଟାରୁ ୧ଟା ୩୦ ମିନିଟ୍‌‌ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏହା ପରେ ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ୧୫ ମିନିଟ୍‌‌ ଯାଏ ଉଦ୍ୟୋଗପତି, ଶିଳ୍ପସଂସ୍ଥାନ ଏବଂ ଫିକିର ରାଜ୍ୟ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିବେ। ଏହା ପରେ ଆନୁଷ୍ଠାନିକ ଭାବେ ୬ଟା ୩୦ ମିନିଟ୍‌‌ରୁ ରାତି ୮ଟା ଯାଏଁ ସ୍ଥାନୀୟ ବଞ୍ଜାରା ହିଲ୍ସର ତାଜ କ୍ରିଷ୍ଣା ହୋଟେଲରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମଗ୍ରିକ ଭାବେ ୩୭ଟି ସଂସ୍ଥା ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ବିଶେଷକରି ମାଇକ୍ରୋସପ୍ଟ, ପିଡବ୍ଲ୍ୟୁସି, ମାଇ ହୋମ୍‌‌, ମେଘା ଇଂଜିନିୟରିଂ, ରାମକୀ, କଣ୍ଟ୍ରୋଲ ଏସ୍‌‌ ଏବଂ ଆପୋଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପ୍ରାୟ ୩୦୦ ପ୍ରତିନିଧି ଏହି ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଆଇଟି ସଚିବ ମନୋଜ ମିଶ୍ର ଏବଂ ଷ୍ଟାର୍ଟ ଅପ୍‌‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ହାଇଦ୍ରାବାଦ ଗସ୍ତ କରିଛନ୍ତି। ଓଡ଼ିଶା ନିବେଶ ସମ୍ମିଳନୀର ଦିନକ ପୂର୍ବରୁ ମୁଖ୍ୟ ଶାସନ ସଚିବ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶକ ବହୁ କମ୍ପାନୀ ପ୍ରତିନିଧିଙ୍କୁ ଭେଟି ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଡାଉନଷ୍ଟ୍ରିମ୍‌‌, ପ୍ଲାଷ୍ଟିକ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରର ନିବେଶକୁ ବ୍ୟାପକ ଗୁରୁତ୍ୱ ପ୍ରଦାନ କରାଯାଇଛି। ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ରବିବାର ଓପନ୍‌‌ କ୍ୟୁବ୍‌‌ ଟେକ୍ନୋଲୋଜି ପ୍ରାଃ ଲିଃର ପ୍ରତିଷ୍ଠାତା ତଥା ସିଇଓ ବିନୋପ ପି, ବିଞ୍ଜରାଜକା ଭ୍ୟାଲୁ ଷ୍ଟିଲ୍ସ ପ୍ରାଃ ଲିଃର ସିଓମଡି ଦିନେଶ ବିଞ୍ଜରାଜକା, ଶ୍ରୀଚକ୍ର ପଲିପ୍ଲାଷ୍ଟର ସିଇଓ ପି.ଭି ରବୀନ୍ଦ୍ର, ଜେମିନି ଅଏଲ୍ସ ଅଣ୍ଡ ଫ୍ୟାଟ୍ସ ଲିଃର ଏମଡି ପ୍ରଦୀପ ଚୌଧୁରୀଙ୍କୁ ସାକ୍ଷାତ କରି ଥିଲେ। ଅନୁରୂପ ଭାବେ ମୁଖ୍ୟ ଶାସନ ସଚିବ ରାଧା ଟିଏମଟିର ଏମଡି ସୁମନ ସରାଫ, ସୁଧାକର ପାଇପ୍ସର ଏମଡି ଜୟଦେବ ମିଲା, ଅଗ୍ନିନାଇନ୍‌‌ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ଅଧ୍ୟକ୍ଷ ଜିଭି ସୁରେଶ ବାବୁ, ଏସଭି ଇକ୍ୟୁପମେଣ୍ଟସ୍‌‌ର ଅଧ୍ୟକ୍ଷ କେ. ନାଗେଶ୍ୱର ରାଓ, ଏସକେଫ୍ରେବ୍ରିକେସନର ଅଧ୍ୟକ୍ଷ କେ.କିରଣ କୁମାର, ପିଏସଆର ଗ୍ରାନାଇଟ୍‌‌ ପ୍ରାଃ ଲିଃର ଏମଡି ସୁମେଘା ଶ୍ୟାମ ଏସ୍‌‌ ଏବଂ ଲକ୍ଷ୍ମୀ ସ୍ପିନିଂ ମିଲ୍ସର ଏମଡି ଆର ରେଡ୍ଡିଙ୍କୁ ଭେଟି ଆଲୋଚନା କରିଥିଲେ।

17 Oct 2022 By The Sakala

https://www.thesakala.in/latest-odisha-news/cm-will-attend-the-hyderabad-investor-conference-today-there-will-be-direct-talks-with-37-companies/article-15796
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର