ଧାମନଗର ଉପ ନିର୍ବାଚନ: ବୃହତ ବିଜୟ ଲକ୍ଷ୍ଯରେ ବିଜେଡି, ଅଧିକ ଭୋଟରେ ଜିତିବାକୁ ଗୁରୁତ୍ବ – ମନ୍ତ୍ରୀ ଅତନୁ ସବ୍ୟସାଚୀ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ  ୩ ଦଳ ନିଜେ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି।  ବିଜେଡ଼ି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ଯବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । ଗୋଟିଏ ପଟେ ଦଳୀୟ ସଂଗଠନ ଏବଂ ଅନୁକମ୍ପା ଭୋଟକୁ ନେଇ ନିର୍ବାଚନ ବୈତରଣୀ ପାର୍‌‌ ହେବାକୁ […]

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ  ୩ ଦଳ ନିଜେ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି।  ବିଜେଡ଼ି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ଯବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଗୋଟିଏ ପଟେ ଦଳୀୟ ସଂଗଠନ ଏବଂ ଅନୁକମ୍ପା ଭୋଟକୁ ନେଇ ନିର୍ବାଚନ ବୈତରଣୀ ପାର୍‌‌ ହେବାକୁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ବିଜେଡି ସୁପ୍ରିମୋ ଅବନ୍ତୀଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣ ନେଇ ବିଜେଡିର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି। କଂଗ୍ରେସ ବାବା ହରେକୃଷ୍ଣଙ୍କୁ ପ୍ରାର୍ଥୀ କରି ନିର୍ବାଚନରେ ନିଜ ସମ୍ମାନ ଫେରିପାଇବାକୁ ଲକ୍ଷ୍ୟ ରଖିଛି। ଧାମନଗରରେ ଏପରି ତ୍ରିମୁଖୀ ପ୍ରତିଯୋଗିତା ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଧାମନଗର ଉପ ନିର୍ବାଚନର ନେଇ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି। ଧାମ ନଗରବାସୀ ବିଜୁ ଜନତା ଦଳ ସହ ଅଛନ୍ତି। ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି। କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ। ବିଜେପି ଦଳ ଯେଉଁ ବାହାସ୍ପଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି। ବିଜେପି ତୃତୀୟ ସ୍ଥାନକୁ ଚାଲି ଯାଇଛି। ବାଲେଶ୍ବର ଆସନ ବିଜେପି ଜିତିଥିଲା, ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ । ଧାମ ନଗରରେ ବି ବିଜେଡିର ଜିତାପଟ ହେବ। ମିଶନ ଶକ୍ତି ଆଜି ୭୫ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ବିଶୋଇଙ୍କୁ ସଂସଦ ପଠାଇବା ପରେ ଲୋକସଭାର ବାଚସ୍ପିତୀ ମଧ୍ୟ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅବନ୍ତୀ ଦାସ ତିହିଡ଼ି ବ୍ଲକ ଅନ୍ତର୍ଗତ କାଁପଡ଼ା ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟଭାବେ ନିର୍ବାଚିତ ହେବା ପରେ ତିହିଡି ବ୍ଲକ ଅଧ୍ୟକ୍ଷା ଭାବରେ ଅବସ୍ଥାପିତ ହୋଇଥିଲେ। ଏସଏଚଜିରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ରହିଛି। ପ୍ରାର୍ଥୀ ରୂପେ ତାଙ୍କ ନାମ ଘୋଷଣା ହେବା ପରେ ଶ୍ରୀମତୀ ଦାସ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେ କହିଛନ୍ତି ଯେ, ଧାମନଗର ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଉପରେ ମୋର ଆଶା ଏବଂ ଭରସା ରହିଛି। ଭୋଟରମାନେ ମୋତେ ବହୁ ସଂଖ୍ୟାରେ ମତଦାନ କରି ଜୟଯୁକ୍ତ କରାଇବେ ବୋଲି ମୋର ଆଶା ରହିଛି ବୋଲି ଶ୍ରୀମତୀ ଦାସ କହିଛନ୍ତି।

ଅନ୍ୟପଟେ ଅବନ୍ତୀଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ସାମୂହିକ ନିଷ୍ପତ୍ତି ହିଁ ବିଜୁ ଜନତା ଦଳର ଶକ୍ତି। ଧାମନଗର ଉପନିର୍ବାଚନ ପାଇଁ ଜଣେ ମାଙ୍କୁ ସୁଯୋଗ ଦେଇ ମହିଳା ସଶକ୍ତିକରଣର ନାରାକୁ ଆହୁରି ସୁଦୃଢ଼ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜାଣିଥିଲେ। ଧାମନଗରବାସୀଙ୍କ ଆଶୀର୍ବାଦ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ଯିବ, ଏହା ମୋର ଦୃଢ଼ ବିଶ୍ୱାସ ବୋଲି ପ୍ରଣବପ୍ରକାଶ ଦାସ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର