ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଘୋଷଣା ହେବ ସାନି ଉପ ନିର୍ବାଚନ ପାଇଁ ତାରିଖ : ମୁଖ୍ୟ ନିର୍ବାଚନ ଅଧିକାରୀ

The Sakala Picture
Published On

ଭୁବନେଶ୍ବର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଆଜି ଦେହାନ୍ତ ହୋଇଛି। […]

ଭୁବନେଶ୍ବର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଆଜି ଦେହାନ୍ତ ହୋଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଆମ ସମ୍ବିଧାନର ନିର୍ବାଚନ ଲୋକ ପ୍ରତିନିଧି ଆଇନ ୧୯୫୧ ର ୫୨ତମ ଅନୁଚ୍ଛେଦ  ଅନୁସାରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ, ତାହେଲେ ନିର୍ବାଚନ କମିଶନ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଏହି ଧାରାରେ ଉଲ୍ଳେଖ ରହିଛି ଯେ, ନାମାଙ୍କନ ଦାଖଲର ଶେଷ ତାରିଖର ଦିନ ୧୧ଟା ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟେ ଏବଂ ତାଙ୍କ ନାମାଙ୍କନକୁ ଅନୁଚ୍ଛେଦ ୩୬ ସିଦ୍ଧ ଘୋଷଣା କରାଯାଇଥାଏ ବା ସେ ଧାରା ୩୭ ଅନୁସାରେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନଥାଆନ୍ତି ତେବେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନକୁ ସ୍ଥଗିତ ରଖି ଆଉ ଏକ ନୂଆ ତାରିଖ ଘୋଷଣା କରିପାରନ୍ତି। ତାଙ୍କ ପାଖରେ ଏଥିନେଇ ଆବଶ୍ୟକ ମେଡିକାଲ୍ ରିପୋର୍ଟ ରିଟର୍ଣ୍ଣିଂ ପହଞ୍ଚିବା ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଏହି ନିଷ୍ପତ୍ତି ଜଣାଇଲା ପରେ ତାରିଖ ନିର୍ଦ୍ଧାରଣ ନେଇ ନିଷ୍ପତ୍ତି ନିଆଯିବ। ଏହି କ୍ଷେତ୍ରରେ ନିର୍ବାଚନ କମିଶନ ସମ୍ପୃକ୍ତ ରିଟର୍ଣ୍ଣି ଅଧିକାରୀଙ୍କୁ ସେହି ନିର୍ଦିଷ୍ଟ ରାଜନୀତିକ ଦଳକୁ ଆଉ ଜଣେ ବିକଳ୍ପ ପ୍ରାର୍ଥୀ ଘୋଷଣା କରିବାକୁ ନିର୍ଦେଶ ଦେବେ। ୭ ଦିନ ଏଥିଲାଗି ସମୟ ଦିଆଯିବ। ଏହା ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇ ଭୋଟ ଗ୍ରହଣ କରାଯିବ।

14 Apr 2021 By The Sakala

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଘୋଷଣା ହେବ ସାନି ଉପ ନିର୍ବାଚନ ପାଇଁ ତାରିଖ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଆଜି ଦେହାନ୍ତ ହୋଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆମ ସମ୍ବିଧାନର ନିର୍ବାଚନ ଲୋକ ପ୍ରତିନିଧି ଆଇନ ୧୯୫୧ ର ୫୨ତମ ଅନୁଚ୍ଛେଦ  ଅନୁସାରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ, ତାହେଲେ ନିର୍ବାଚନ କମିଶନ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ।

ଏହି ଧାରାରେ ଉଲ୍ଳେଖ ରହିଛି ଯେ, ନାମାଙ୍କନ ଦାଖଲର ଶେଷ ତାରିଖର ଦିନ ୧୧ଟା ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟେ ଏବଂ ତାଙ୍କ ନାମାଙ୍କନକୁ ଅନୁଚ୍ଛେଦ ୩୬ ସିଦ୍ଧ ଘୋଷଣା କରାଯାଇଥାଏ ବା ସେ ଧାରା ୩୭ ଅନୁସାରେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନଥାଆନ୍ତି ତେବେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନକୁ ସ୍ଥଗିତ ରଖି ଆଉ ଏକ ନୂଆ ତାରିଖ ଘୋଷଣା କରିପାରନ୍ତି। ତାଙ୍କ ପାଖରେ ଏଥିନେଇ ଆବଶ୍ୟକ ମେଡିକାଲ୍ ରିପୋର୍ଟ ରିଟର୍ଣ୍ଣିଂ ପହଞ୍ଚିବା ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଏହି ନିଷ୍ପତ୍ତି ଜଣାଇଲା ପରେ ତାରିଖ ନିର୍ଦ୍ଧାରଣ ନେଇ ନିଷ୍ପତ୍ତି ନିଆଯିବ। ଏହି କ୍ଷେତ୍ରରେ ନିର୍ବାଚନ କମିଶନ ସମ୍ପୃକ୍ତ ରିଟର୍ଣ୍ଣି ଅଧିକାରୀଙ୍କୁ ସେହି ନିର୍ଦିଷ୍ଟ ରାଜନୀତିକ ଦଳକୁ ଆଉ ଜଣେ ବିକଳ୍ପ ପ୍ରାର୍ଥୀ ଘୋଷଣା କରିବାକୁ ନିର୍ଦେଶ ଦେବେ। ୭ ଦିନ ଏଥିଲାଗି ସମୟ ଦିଆଯିବ। ଏହା ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇ ଭୋଟ ଗ୍ରହଣ କରାଯିବ।

https://www.thesakala.in/latest-odisha-news/pipili-by-election-postponed/article-1529
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର