ଆଜି ବିଏମ୍‍ସି ପାଳୁଛି ସ୍ୱାୟତ୍ତ ଶାସନ ଦିବସ; ତିନିବର୍ଷରେ ସରିପାରିଲାନି ୪୩ ଏମ୍‍ସିସି

The Sakala Picture
Published On

ଭୁବନେଶ୍ୱର: ଆଜି ବିଏମ୍‍ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୪୦ ଟି ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ ପାଇଁ ଯୋଜନା ରହିଛି। ମାତ୍ର ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ କେବେ ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ୨୦୧୯ ମସିହା ସ୍ୱାୟତ୍ତ ଶାସନ ଦିବସରେ ବିଏମ୍‍ସି ଅଞ୍ଚଳରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‍ସିସି) ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ସହରରେ ବର୍ଜ୍ୟବସ୍ତୁ […]

ଭୁବନେଶ୍ୱର: ଆଜି ବିଏମ୍‍ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୪୦ ଟି ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ ପାଇଁ ଯୋଜନା ରହିଛି। ମାତ୍ର ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ କେବେ ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ୨୦୧୯ ମସିହା ସ୍ୱାୟତ୍ତ ଶାସନ ଦିବସରେ ବିଏମ୍‍ସି ଅଞ୍ଚଳରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‍ସିସି) ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ସହରରେ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ଭୁବନେଶ୍ୱର ମହାନଗର ନିଗମ ଏହି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବର୍ଷକ ମଧ୍ୟରେ ଏହି ସବୁ ଏମ୍‌ସିସି କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରହିଥିଲା। ଏହା କାର୍ଯ୍ୟକ୍ଷମ ପରେ ଭୁଆସୁଣି ଡମ୍ପିଂୟାର୍ଡକୁ ବିଏମ୍‍ସି ଅଳିଆ ନେବା ବନ୍ଦ କରିଥାନ୍ତା। ମାତ୍ର ଇତି ମଧ୍ୟରେ ୩ ବର୍ଷ ବିତିଯାଇଥିବା ବେଳେ କେବଳ ୩୨ଟି ଏମ୍‍ସିସି କାର୍ଯ୍ୟକ୍ଷମ ହୋଇପାରିଛି। ଅନ୍ୟ ଏମ୍‍ସିସିଗୁଡ଼ିକ କାର୍ଯ୍ୟକ୍ଷମ କରିବାରେ ବିଏମ୍‍ସି ବିଫଳ ହୋଇଥିବାରୁ ଦାରୁଠେଙ୍ଗକୁ ଅଳିଆ ନେବାକୁ ବାଧ୍ୟ ହେଉଛି। ଯହାଦ୍ୱାରା ଦାରୁଠେଙ୍ଗବାସୀ ଅନେକ ସମୟରେ ଅଳିଆ ପକାଇବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଓ ବିଏମ୍‍ସି ସହିତ ବିବାଦ ବଢ଼ୁଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟ ନେଇ ସହରର ବିଭିନ୍ନ ୱାର୍ଡରେ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟକରି ରାଜଧାନୀବାସୀଙ୍କୁ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଗୋଟିଏ ବଡ଼ ୱାର୍ଡରେ ଗୋଟିଏ କିମ୍ବା ୨/୩ଟି ଛୋଟ ୱାର୍ଡକୁ ନେଇ ଗୋଟିଏ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ କରିବା ଲାଗି ବିଏମ୍‍ସି ଯୋଜନା ରଖିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରତି ୱାର୍ଡରେ ଗୋଟିଏ ଲେଖାଏଁ ଏମ୍‍ସିସି କରିବା ପାଇଁ ଯୋଜନା ହୋଇଛି। ହେଲେ ଏହି କାର୍ଯ୍ୟକ୍ଷମ ଥିବା ଏହି ୩୨ଟି ଏମସିସି ନିର୍ମାଣ କରିବା ପାଇଁ ବିଏମସିକୁ ବହୁ କସରତ କରିବାକୁ ପଡ଼ିଛି। ବହୁ ସ୍ଥାନରେ ଲୋକମାନେ ଏମ୍‍ସିସି ନିର୍ମାଣକୁ ବିରୋଧ କରିବା ସହ ଅନେକ ସ୍ଥାନରେ ଲୋକେ ଅଦାଲତର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଏବେ ବି ଗୋଟିଏ ଏମ୍‍ସିସି ନିର୍ମାଣ ଶେଷ ପରେ ମଧ୍ୟ କୋର୍ଟରେ ମାମଲା ଥିବା ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ମୁଖ୍ୟତଃ ଏମ୍‍ସିସି ନିର୍ମାଣ ହେବାକୁ ଥିବା ଅଞ୍ଚଳରେ ଅଳିଆ ଆବର୍ଜନା ଗଦା ହେବା ଦ୍ୱାରା ଦୁର୍ଗନ୍ଧ ହେବ ବୋଲି ଲୋକେ ଦର୍ଶାଇ ଏହାକୁ ବିରୋଧ କରୁଛନ୍ତି। ଯାହାଦ୍ୱାରା ଏମସିସି ନିର୍ମାଣ ବିଳମ୍ବିତ ହେଉଛି। ବିରୋଧ ଯୋଗୁଁ ବିଏମ୍‌ସି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ଜମି ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆହ୍ୱାନ ସାଜିଛି। ଯାହାଦ୍ୱାରା ସହରର ଅଳିଆ ପରିଚାଳନାରେ ଏକ ବଡ଼ଧରଣର ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ପ୍ରତି ଏମସିସିରେ ଦୈନିକ ୫ ଟନ୍‍ ଅଳିଆ ପରିଚାଳାନା କରାଯାଉଥିବା ବେଳେ ସହରରୁ ଦୈନିକ ପ୍ରାୟ ୩ରୁ ସାଢ଼େ ୩୦୦ ଟନ୍‍ ଓଦା ବର୍ଜ୍ୟବସ୍ତୁ ବାହାରୁଛି। ଏହି ଓଦା ଅଳିଆକୁ ଏମସିସିଗୁଡ଼ିକରେ ପରିଚାଳନା କରାଯାଇ ଖତ କରାଯାଉଛି ଓ ସହରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତକୁ ଏମ୍‌ଆର୍‌ଏଫ୍‍ ସେଣ୍ଟରରୁ ପୁନଃଚକ୍ରଣ କେନ୍ଦ୍ରକୁ ବିକ୍ରି କରାଯାଉଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର