ଶ୍ୱେତା ଆତ୍ମହତ୍ୟା ମାମଲା : ସୌମ୍ୟଙ୍କ ପତ୍ତା ପାଉନି ପୁଲିସ, ଘର ତାଲା ଦେଇ ପରିବାର ବି ଫେରାର୍‌

The Sakala Picture
Published On

ଭୁବନେଶ୍ବର : ଶ୍ୱେତା ଆତ୍ମହତ୍ୟା ମାମଲାରେ ସୌମ୍ୟଜିତଙ୍କ ବିରୋଧରେ ଦିନକୁ ଦିନ ନୂଆ ଅଭିଯୋଗ ଆସୁଛି। ପୁଲିସ ମଧ୍ୟ ପ୍ରମାଣ ଯୋଗାଡ଼ରେ ଲାଗିଛି। ସେପଟେ ସୌମ୍ୟଜିତ୍‍ ଓ ତାଙ୍କ ପରିବାର ଫେରାର ହୋଇଯାଇଥିବା ବେଳେ ସୌମ୍ୟଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ଚନ୍ଦ୍ରଶେଖରପୁର ଥାନାର ତଦନ୍ତ ଅଧିକାରୀ ଦୁଇଥର ତାଙ୍କ ଘରକୁ ଯାଇଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳୁନି। ସେପେଟ ଭଲ ପାଇବା ଆଳରେ ସୌମ୍ୟଜିତ୍‍ ଟଙ୍କା ଲୁଟୁଥିବା ସ୍ପଷ୍ଟ ପ୍ରମାଣ ହୋଇଛି। […]

ଭୁବନେଶ୍ବର : ଶ୍ୱେତା ଆତ୍ମହତ୍ୟା ମାମଲାରେ ସୌମ୍ୟଜିତଙ୍କ ବିରୋଧରେ ଦିନକୁ ଦିନ ନୂଆ ଅଭିଯୋଗ ଆସୁଛି। ପୁଲିସ ମଧ୍ୟ ପ୍ରମାଣ ଯୋଗାଡ଼ରେ ଲାଗିଛି। ସେପଟେ ସୌମ୍ୟଜିତ୍‍ ଓ ତାଙ୍କ ପରିବାର ଫେରାର ହୋଇଯାଇଥିବା ବେଳେ ସୌମ୍ୟଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ଚନ୍ଦ୍ରଶେଖରପୁର ଥାନାର ତଦନ୍ତ ଅଧିକାରୀ ଦୁଇଥର ତାଙ୍କ ଘରକୁ ଯାଇଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳୁନି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସେପେଟ ଭଲ ପାଇବା ଆଳରେ ସୌମ୍ୟଜିତ୍‍ ଟଙ୍କା ଲୁଟୁଥିବା ସ୍ପଷ୍ଟ ପ୍ରମାଣ ହୋଇଛି। କାରଣ ଶ୍ୱେତା ଭଲ ଚାକିରି କରି ମୋଟା କରମର ଦରମା ପାଉଥିଲେ। ତଥାପି ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ବ୍ୟାଙ୍କ୍‍ ଲୋନ୍‍। ଏସମ୍ପର୍କରେ ପରିବାର ଲୋକଙ୍କୁ ମଧ୍ୟ ସେ ଜଣାଇ ନ ଥିଲେ। ପୁଲିସ ବ୍ୟାଙ୍କରେ ପଚରାଉଚରା କରିବା ପରେ ଏଭଳି ଲୋନ୍‍ ଘଟଣା ପଦାକୁ ଆସିଛି। ଶ୍ୱେତା ଲୋନ୍‍ ନେବା ସମୟରେ ମଧ୍ୟ ପ୍ରେମିକ ସୌମ୍ୟଜିତ୍‍ ଉପସ୍ଥିତ ରହିଥିବା ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଅନ୍ୟପଟେ ସୌମ୍ୟଜିତ୍‍ ଏବଂ ତାଙ୍କ ପରିବାର ଲୋକେ ଫୋନ୍‍ ବନ୍ଦ କରି ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ତେଣୁ ପୁଲିସ ସୌମ୍ୟଜିତ୍‍ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‍ଭିନ୍‍ କରୁଛି। ସୌମ୍ୟଜିତ୍‍ଙ୍କ ବିରୋଧରେ ପୁଲିସ ୩୦୬ରେ ଏକ ମାମଲା କରିଛି।। କିନ୍ତୁ ୩୦୬ ମାମଲାରେ ହାଇକୋର୍ଟ ଜାମିନ୍‍ ଦେବେ କୋର୍ଟରେ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେବେ। ସୌମ୍ୟଜିତ୍‍ ଦୁଇ ଦିନ ଭିତରେ ତଳ କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି। ଅନ୍ୟପଟରେ ମଧ୍ୟ ଶ୍ୱେତାଙ୍କ ପରିବାର ମଧ୍ୟ ସୌମ୍ୟଙ୍କ ଜାମିନ୍‍ ଆବେଦନକୁ ଖାରଜ କରିବା ପାଇଁ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ପୂର୍ବରୁ ଶ୍ୱେତା-ସୌମ୍ୟଜିତ୍‍ଙ୍କ ହ୍ୱାଟ୍ସଆପ୍‍ ଚାର୍ଟରେ ଟଙ୍କା ସମ୍ପର୍କରେ ଉଲ୍ଲେଖ ରହିଛି। ବଡ଼ କଥା ହେଲା ଯେଉଁ ସମୟରେ ଶ୍ୱେତା ବ୍ୟାଙ୍କ୍‍ରୁ ଲୋନ୍‍ ଆଣିଥିଲେ ସେହି ସମୟରେ ସୌମ୍ୟଜିତ୍‍ ଚାକିରି ହରାଇଥିଲେ। ଏହି ସମୟରେ ସେ ଶ୍ୱେତାଙ୍କ ନିକଟରେ ରହୁଥିଲେ। ଶ୍ୱେତା ତାଙ୍କୁ ରହିବା, ଖାଇବା ଏବଂ ପକେଟ ଖର୍ଚ୍ଚ ମଧ୍ୟ ଦେଉଥିଲେ। ତେଣୁ ଏହି ଲୋନ୍‍ ଟଙ୍କା ସୌମ୍ୟଜିତ୍‍ଙ୍କ ମଉଜମସ୍ତି ପାଇଁ ଶ୍ୱେତା ଖର୍ଚ୍ଚ କରିଥିବା ତାର ସାଙ୍ଗ ପୁଲିସ ଆଗରେ ପ୍ରକାଶ କରିଛି। ଏପରିକି ଶ୍ୱେତା ଦେଇଥିବା ଟଙ୍କା ଦେବାକୁ ମଧ୍ୟ ସୌମ୍ୟଜିତ୍‍ ମା’ଙ୍କୁ କହୁଥିବାରୁ ହ୍ୱାଟ୍ସଆପ୍‍ ଚାଟ୍‍ରେ ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ଏହି ସବୁ ପ୍ରମାଣକୁ ନେଇ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର