ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି ନୂତନ ପଦ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ ଅତିରିକ୍ତ ପଦର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ରାଜସ୍ୱ ସେବା(ଗ୍ରୁପ-ବି)ରେ ୧୯୮ଟି ନୂତନ ପଦ ସୃଷ୍ଟି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଏ […]

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ ଅତିରିକ୍ତ ପଦର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ରାଜସ୍ୱ ସେବା(ଗ୍ରୁପ-ବି)ରେ ୧୯୮ଟି ନୂତନ ପଦ ସୃଷ୍ଟି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଗତ ୧୨ ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଏହି କ୍ରମରେ ଶୁକ୍ରବାର ନୂତନ ଭାବେ ୧୯୮ ପଦ ସୃଷ୍ଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ପଦକୁ ମିଶାଇଲେ ମୋଟ ପଦ ସଂଖ୍ୟା ୧୨୯୦ରେ ପହଞ୍ଚିବ। ନୂତନ ପଦ ଗୁଡ଼ିକ ମଧ୍ୟରେ ୩୨ ଅତିରିକ୍ତ ତହସିଲଦାର, ୫ ସହକାରୀ ବନ୍ଦୋବସ୍ତ ଓ ଚକବନ୍ଦୀ ଅଧିକାରୀ, ୨ ସହ ନିବନ୍ଧକ, ୧୧ କୋର୍ଟ ଅଫିସର, ୨ ସହକାରୀ ନିର୍ଦ୍ଦେଶକ ଏବଂ ଛୁଟି, ଡେପୁଟେସନ୍‍ ଓ ଟ୍ରେନିଂ ରିଜର୍ଭ ବାବଦରେ ୧୧୮ ଜଣଙ୍କ ପାଇଁ ପଦ ସୃଷ୍ଟି କରାଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର