ନୂଆ ମେଡିକାଲ କଲେଜ ଓ ଉପାନ୍ତ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ୩୭୭ ବିଶେଷଜ୍ଞ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯାଇଛି। ଇଏନ୍‍ଟି, ଜେନେରାଲ ମେଡିସିନ୍‍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଗାଏନୋକଲୋଜି ଅଙ୍କୋଲୋଜି, ରେଡିଓଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆନେସ୍ଥେସିଓଲୋଜି, ଚର୍ମ, ଫାର୍ମାକଲୋଜି, ଜେନେରାଲ ସର୍ଜରୀ, ଚକ୍ଷୁ, ନେଫ୍ରୋଲୋଜି, […]

ଭୁବନେଶ୍ବର : ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯାଇଛି। ଇଏନ୍‍ଟି, ଜେନେରାଲ ମେଡିସିନ୍‍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଗାଏନୋକଲୋଜି ଅଙ୍କୋଲୋଜି, ରେଡିଓଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆନେସ୍ଥେସିଓଲୋଜି, ଚର୍ମ, ଫାର୍ମାକଲୋଜି, ଜେନେରାଲ ସର୍ଜରୀ, ଚକ୍ଷୁ, ନେଫ୍ରୋଲୋଜି, ମାନସିକ ରୋଗ, ବାୟୋକେମିଷ୍ଟ୍ରି, ଅସ୍ଥିଶଲ୍ୟ ଆଦି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିଥିବା ଏହି ଡ଼ାକ୍ତରମାନଙ୍କ ନିଯୁକ୍ତି ପରେ ସ୍ୱାସ୍ଥ୍ୟସେବା ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ପିଜି ଡାକ୍ତରମାନଙ୍କୁ ଏସ୍‍ସିବି, ଏମ୍‍କେସିଜି ଏବଂ ଭିମସାର ବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା ବାରିପଦା ପିଆରଏମ୍‍ ମେଡିକାଲ କଲେଜ, ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, କୋରାପୁଟ ସ୍ଥିତ ଏସ୍‍ଏଲ୍‍ଏନ୍‍ ମେଡିକାଲ କଲେଜ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‍ରେ ନିଯୁକ୍ତି ମିଳିଛି। ଚଳିତ ମାସ ୨୨ ତାରିଖରେ ରାଜ୍ୟ ସରକାର ୩୫୮ ଏଲୋପାଥିକ୍‍ ମେଡିକାଲ ଅଫିସର, ୧୧୬ ହୋମିଓପାଥିକ୍‍ ମେଡିକାଲ ଅଫିସର ଏବଂ ୩୬ ହୋମିଓପାଥିକ୍‍ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିଲେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଶେଷକରି ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ମେଡିସିନ୍‍, ଚର୍ମ, ସର୍ଜରୀ ଆଦି ବିଭାଗରେ ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବ ରହିଛି। ରୋଗୀଙ୍କୁ ଠିକଣା ସମୟରେ ଠିକଣା ଚିକିତ୍ସା ନ ମିଳିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ପିଜି ଡାକ୍ତରଙ୍କ ଅଭାବରେ ଏମ୍‍ବିବିଏସ୍‍ ଡାକ୍ତର ଚିକିତ୍ସା ଯୋଗାଉଛନ୍ତି। ଫଳରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ପ୍ରବଳ କାର୍ଯ୍ୟଭାର ରହୁଛି। ଏପରିସ୍ଥଳେ ୩୭୭ ଜଣ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ଏହି ସ୍ଥିତିରେ ବେଶ୍‍ ଗୁରୁତ୍ୱ ବହନ କରୁଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମେଡିକାଲ କଲେଜକୁ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଗୀ ଆସୁଥିବାରୁ ସେଠାରେ ମାନବସମ୍ବଳ ଅଭାବ ଉତ୍କଟ ଥିଲା। ତେଣୁ ସର୍ବାଧିକ ପିଜି ଡାକ୍ତରଙ୍କୁ ମେଡିକାଲ କଲେଜରେ ନିୟୋଜିତ କରାଯାଇଛି। ସେହିପରି ନୂଆ ମେଡିକାଲ କଲେଜରେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଥିଲା। ଅପରପକ୍ଷେ ଡ଼ାକ୍ତର ନିଯୁକ୍ତିରେ ମାଲକାନଗିରି, ସୁନ୍ଦରଗଡ଼, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାକୁ ଗୁରୁତ୍ୱ ଦିଆଯାଇଛ ଓ ଆବଶ୍ୟକତାକୁ ଦେଖି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

30 Jul 2022 By The Sakala

ନୂଆ ମେଡିକାଲ କଲେଜ ଓ ଉପାନ୍ତ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ୩୭୭ ବିଶେଷଜ୍ଞ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର : ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯାଇଛି। ଇଏନ୍‍ଟି, ଜେନେରାଲ ମେଡିସିନ୍‍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଗାଏନୋକଲୋଜି ଅଙ୍କୋଲୋଜି, ରେଡିଓଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆନେସ୍ଥେସିଓଲୋଜି, ଚର୍ମ, ଫାର୍ମାକଲୋଜି, ଜେନେରାଲ ସର୍ଜରୀ, ଚକ୍ଷୁ, ନେଫ୍ରୋଲୋଜି, ମାନସିକ ରୋଗ, ବାୟୋକେମିଷ୍ଟ୍ରି, ଅସ୍ଥିଶଲ୍ୟ ଆଦି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିଥିବା ଏହି ଡ଼ାକ୍ତରମାନଙ୍କ ନିଯୁକ୍ତି ପରେ ସ୍ୱାସ୍ଥ୍ୟସେବା ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ପିଜି ଡାକ୍ତରମାନଙ୍କୁ ଏସ୍‍ସିବି, ଏମ୍‍କେସିଜି ଏବଂ ଭିମସାର ବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା ବାରିପଦା ପିଆରଏମ୍‍ ମେଡିକାଲ କଲେଜ, ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, କୋରାପୁଟ ସ୍ଥିତ ଏସ୍‍ଏଲ୍‍ଏନ୍‍ ମେଡିକାଲ କଲେଜ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‍ରେ ନିଯୁକ୍ତି ମିଳିଛି। ଚଳିତ ମାସ ୨୨ ତାରିଖରେ ରାଜ୍ୟ ସରକାର ୩୫୮ ଏଲୋପାଥିକ୍‍ ମେଡିକାଲ ଅଫିସର, ୧୧୬ ହୋମିଓପାଥିକ୍‍ ମେଡିକାଲ ଅଫିସର ଏବଂ ୩୬ ହୋମିଓପାଥିକ୍‍ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିଲେ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଶେଷକରି ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ମେଡିସିନ୍‍, ଚର୍ମ, ସର୍ଜରୀ ଆଦି ବିଭାଗରେ ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବ ରହିଛି। ରୋଗୀଙ୍କୁ ଠିକଣା ସମୟରେ ଠିକଣା ଚିକିତ୍ସା ନ ମିଳିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ପିଜି ଡାକ୍ତରଙ୍କ ଅଭାବରେ ଏମ୍‍ବିବିଏସ୍‍ ଡାକ୍ତର ଚିକିତ୍ସା ଯୋଗାଉଛନ୍ତି। ଫଳରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ପ୍ରବଳ କାର୍ଯ୍ୟଭାର ରହୁଛି। ଏପରିସ୍ଥଳେ ୩୭୭ ଜଣ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ଏହି ସ୍ଥିତିରେ ବେଶ୍‍ ଗୁରୁତ୍ୱ ବହନ କରୁଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମେଡିକାଲ କଲେଜକୁ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଗୀ ଆସୁଥିବାରୁ ସେଠାରେ ମାନବସମ୍ବଳ ଅଭାବ ଉତ୍କଟ ଥିଲା। ତେଣୁ ସର୍ବାଧିକ ପିଜି ଡାକ୍ତରଙ୍କୁ ମେଡିକାଲ କଲେଜରେ ନିୟୋଜିତ କରାଯାଇଛି। ସେହିପରି ନୂଆ ମେଡିକାଲ କଲେଜରେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଥିଲା। ଅପରପକ୍ଷେ ଡ଼ାକ୍ତର ନିଯୁକ୍ତିରେ ମାଲକାନଗିରି, ସୁନ୍ଦରଗଡ଼, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାକୁ ଗୁରୁତ୍ୱ ଦିଆଯାଇଛ ଓ ଆବଶ୍ୟକତାକୁ ଦେଖି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି।

https://www.thesakala.in/latest-odisha-news/377-specialist-doctors-have-been-appointed-in-odisha/article-13723
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର