ଓଡ଼ିଶାରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ କରିବେ ମଧ୍ୟାହ୍ନ ଭୋଜନ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦରରେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ପହଞ୍ଚିଛନ୍ତି। ମୁର୍ମୁଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ଉଭୟ ବିଜେଡି ଓ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପାଛୋଟି ନେଇଥିଲେ। ପାରମ୍ପାରିକ ବାଜା, ନାଚ ଓ ଗୀତରେ ମୁର୍ମୁଙ୍କୁ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରୁ ସେ ରାଜ୍ୟ ଅତିଥି ଭବନକୁ ଯାଉଛନ୍ତି । ରାଜ୍ୟ ଅତିଥି ଭବନରୁ ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାପରେ ବିଧାନସଭା ଯିବେ […]

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦରରେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ପହଞ୍ଚିଛନ୍ତି। ମୁର୍ମୁଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ଉଭୟ ବିଜେଡି ଓ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପାଛୋଟି ନେଇଥିଲେ। ପାରମ୍ପାରିକ ବାଜା, ନାଚ ଓ ଗୀତରେ ମୁର୍ମୁଙ୍କୁ ସ୍ବାଗତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ବିମାନ ବନ୍ଦରରୁ ସେ ରାଜ୍ୟ ଅତିଥି ଭବନକୁ ଯାଉଛନ୍ତି । ରାଜ୍ୟ ଅତିଥି ଭବନରୁ ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାପରେ ବିଧାନସଭା ଯିବେ ଦ୍ରୌପଦୀ ମୁର୍ମୁ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ଭେଟି ତାଙ୍କୁ ସମର୍ଥନ ଦେବାକୁ ଅପିଲ କରିବେ । ନିଜେ ମୁଖ୍ୟମନ୍ତୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଦିଆଯିବାକୁ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର କାର୍ଯ୍ଯକ୍ରମର ମଧ୍ୟ ଆୟୋଜନ କରିଛି ଦଳ। ସେପଟେ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ବୋଲି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ବିଧାନସଭାରେ କିଛି ସମୟ ରହିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ ଦ୍ରୌପଦୀ ମୁର୍ମୁ ।  ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ମଧ୍ୟ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ଓଡିଆ ଝିଅଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଟ୍ ଦେବାକୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରୁ ଉପରେ ରହି ଓଡିଶାର ସବୁ ଭୋଟ୍ କେମିତି ଦ୍ରୌପଦୀ ପାଇବେ ସେନେଇ ଅଣ୍ଟା ଭିଡ଼ିଛି ବିଜେଡି ।  ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କୁ ଜିତାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଫୋନରେ ଆଲୋଚନା କରିଥିଲେ । ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ମାଟିର ଝିଅଙ୍କୁ ଜିତାଇବାକୁ ଆଲୋଚନା କରିଥଲେ । ଏହାପରେ କଂଗ୍ରେସର ବାକି ବିଧାୟକଙ୍କୁ ଭେଟି ଭୋଟ୍ ପାଇଁ ନିବେଦନ କରିଥିଲେ ବିଜେଡିର ବରିଷ୍ଠ ନେତା । ସେହିପରି ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ନବୀନ ବିଗ୍ରେଡ । ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣିତ ହୋଇ ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।

08 Jul 2022 By The Sakala

ଓଡ଼ିଶାରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ କରିବେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦରରେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ପହଞ୍ଚିଛନ୍ତି। ମୁର୍ମୁଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ଉଭୟ ବିଜେଡି ଓ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପାଛୋଟି ନେଇଥିଲେ। ପାରମ୍ପାରିକ ବାଜା, ନାଚ ଓ ଗୀତରେ ମୁର୍ମୁଙ୍କୁ ସ୍ବାଗତ କରାଯାଇଥିଲା।

ବିମାନ ବନ୍ଦରରୁ ସେ ରାଜ୍ୟ ଅତିଥି ଭବନକୁ ଯାଉଛନ୍ତି । ରାଜ୍ୟ ଅତିଥି ଭବନରୁ ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାପରେ ବିଧାନସଭା ଯିବେ ଦ୍ରୌପଦୀ ମୁର୍ମୁ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ଭେଟି ତାଙ୍କୁ ସମର୍ଥନ ଦେବାକୁ ଅପିଲ କରିବେ । ନିଜେ ମୁଖ୍ୟମନ୍ତୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଦିଆଯିବାକୁ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର କାର୍ଯ୍ଯକ୍ରମର ମଧ୍ୟ ଆୟୋଜନ କରିଛି ଦଳ। ସେପଟେ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ବୋଲି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ବିଧାନସଭାରେ କିଛି ସମୟ ରହିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ ଦ୍ରୌପଦୀ ମୁର୍ମୁ ।  ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ମଧ୍ୟ ଜଣାପଡିଛି ।

ଓଡିଆ ଝିଅଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଟ୍ ଦେବାକୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରୁ ଉପରେ ରହି ଓଡିଶାର ସବୁ ଭୋଟ୍ କେମିତି ଦ୍ରୌପଦୀ ପାଇବେ ସେନେଇ ଅଣ୍ଟା ଭିଡ଼ିଛି ବିଜେଡି ।  ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କୁ ଜିତାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଫୋନରେ ଆଲୋଚନା କରିଥିଲେ । ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ମାଟିର ଝିଅଙ୍କୁ ଜିତାଇବାକୁ ଆଲୋଚନା କରିଥଲେ । ଏହାପରେ କଂଗ୍ରେସର ବାକି ବିଧାୟକଙ୍କୁ ଭେଟି ଭୋଟ୍ ପାଇଁ ନିବେଦନ କରିଥିଲେ ବିଜେଡିର ବରିଷ୍ଠ ନେତା । ସେହିପରି ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ନବୀନ ବିଗ୍ରେଡ । ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣିତ ହୋଇ ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର