‘ବଡ଼ ଖବର’ ମୁଖ୍ୟ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲ୍ୟୁର ନୋଟିସ, ଜାଲ ଦସ୍ତାବିଜ୍‍ ଦେଇ ୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର : ଠକେଇ ଓ ଜାଲିଆତି ଅଭିଯୋଗରେ ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନୋଟିସ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ତାଙ୍କୁ ଇଓଡ଼ବ୍ଲ୍ୟୁ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେ ଯଦି ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ଦାସଙ୍କ ବିରୋଧରେ ଦିଲ୍ଲୀର ସଲ୍ୟୁସନ ବ୍ରଡ୍‍କାଷ୍ଟର ମାଲିକ ଗଗନଦୀପ ସିଂ ଚାୱାଲା […]

ଭୁବନେଶ୍ୱର : ଠକେଇ ଓ ଜାଲିଆତି ଅଭିଯୋଗରେ ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନୋଟିସ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ତାଙ୍କୁ ଇଓଡ଼ବ୍ଲ୍ୟୁ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେ ଯଦି ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

ଶ୍ରୀ ଦାସଙ୍କ ବିରୋଧରେ ଦିଲ୍ଲୀର ସଲ୍ୟୁସନ ବ୍ରଡ୍‍କାଷ୍ଟର ମାଲିକ ଗଗନଦୀପ ସିଂ ଚାୱାଲା ୨୨ ତାରିଖରେ ଇଓଡବ୍ଲ୍ୟୁରେ ଠକେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଟଙ୍କପାଣିରୋଡ଼ରେ ନ୍ୟୁଜ ଚାନେଲ ‘ବଡ଼ ଖବର’ କାର୍ଯ୍ୟାଳୟ ନିମନ୍ତେ ବିଭିନ୍ନ ଯନ୍ତ୍ରାଂଶ ପାଇଁ ୨୦୨୦ ମସିହାରେ ଦିଲ୍ଲୀ ତୁଗଲକ୍‍ବାଦରେ ଥିବା ସଲ୍ୟୁସନ୍‍ ବ୍ରଡ୍‍କାଷ୍ଟ ପ୍ରୋପାଇଟର୍‍ ସଂସ୍ଥାର ମାଲିକ ଗଗନଦୀପ ସହିତ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ। ବଡ଼ ଖବର ଷ୍ଟୁଡିଓ ପାଇଁ ୧.୪୭ କୋଟି ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ନିମନ୍ତେ ୧୦ ଲକ୍ଷ ଟଙ୍କାର ଚେକ୍‍ ମଧ୍ୟ ଦେଇଥିଲେ। ଏହି ସମୟରେ ସେ କିଛି ଜିଏସ୍‍ଟି ଓ ଅନ୍ୟାନ୍ୟ ଦସ୍ତାବିଜ ଦେଇଥିଲେ। ଚୁକ୍ତି ଅନୁସାରେ ୨୦୨୦ ଅକ୍ଟୋବର ମାସରେ ଗଗନଦୀପ ସଂସ୍ଥା ଭିଏଲ୍‍ କାର୍ଗୋ ଜରିଆରେ ଉପରୋକ୍ତ ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ।ବଡ଼ ଖବର ସଂସ୍ଥାର କୀର୍ତ୍ତି ଚନ୍ଦନ ରାୟ ଏହାକୁ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

୬ ମାସ ମଧ୍ୟରେ ବାକିଥିବା ୯୨ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ଅର୍ଦ୍ଧେନ୍ଦୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏହି ଯନ୍ତ୍ରାଂଶ ସବୁ ଷ୍ଟୁଡ଼ିଓ ଓ ଅଫିସରେ ଲଗାଯାଇଥିଲା। ମାତ୍ର ଏହାପରେ ବକେୟା ଅର୍ଥ ତାଙ୍କୁ ମିଳି ନ ଥିଲା। ଏନେଇ ଗଗନଦୀପ ବାରମ୍ଭାର ଭୁବନେଶ୍ୱର ଆସି ବଡ଼ ଖବର ଅଫିସ୍‍କୁ ଯାଇଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଅର୍ଦ୍ଧେନ୍ଦୁ ଟଙ୍କା ଦେବାକୁ ସକ୍ଷମ ହୋଇ ନ ଥିଲେ।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ବାରମ୍ବାର ଟଙ୍କା ପାଇଁ ନିରାଶ ହେବା ପରେ ଗଗନଦୀପ ଇଓଡ଼ବ୍ଲ୍ୟୁରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ କେସ୍‍ ନଂ-୧୨/୨୨ରେ ଏକ ମାମଲା ରୁଜୁ କରିଛି। ଏଥିସହ ତାଙ୍କ ନାମରେ ଦଫା ୧୨୦(ବି), ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧ ଆଧାରରେ ତଦନ୍ତ ଆରମ୍ଭ କରିଛି। ଯଦି ଠକେଇ ସମ୍ପର୍କରେ ପ୍ରମାଣ ମିଳିବ ତେବେ ତାଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

27 Jun 2022 By The Sakala

‘ବଡ଼ ଖବର’ ମୁଖ୍ୟ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲ୍ୟୁର ନୋଟିସ, ଜାଲ ଦସ୍ତାବିଜ୍‍ ଦେଇ ୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର : ଠକେଇ ଓ ଜାଲିଆତି ଅଭିଯୋଗରେ ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନୋଟିସ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ତାଙ୍କୁ ଇଓଡ଼ବ୍ଲ୍ୟୁ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେ ଯଦି ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଶ୍ରୀ ଦାସଙ୍କ ବିରୋଧରେ ଦିଲ୍ଲୀର ସଲ୍ୟୁସନ ବ୍ରଡ୍‍କାଷ୍ଟର ମାଲିକ ଗଗନଦୀପ ସିଂ ଚାୱାଲା ୨୨ ତାରିଖରେ ଇଓଡବ୍ଲ୍ୟୁରେ ଠକେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଟଙ୍କପାଣିରୋଡ଼ରେ ନ୍ୟୁଜ ଚାନେଲ ‘ବଡ଼ ଖବର’ କାର୍ଯ୍ୟାଳୟ ନିମନ୍ତେ ବିଭିନ୍ନ ଯନ୍ତ୍ରାଂଶ ପାଇଁ ୨୦୨୦ ମସିହାରେ ଦିଲ୍ଲୀ ତୁଗଲକ୍‍ବାଦରେ ଥିବା ସଲ୍ୟୁସନ୍‍ ବ୍ରଡ୍‍କାଷ୍ଟ ପ୍ରୋପାଇଟର୍‍ ସଂସ୍ଥାର ମାଲିକ ଗଗନଦୀପ ସହିତ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ। ବଡ଼ ଖବର ଷ୍ଟୁଡିଓ ପାଇଁ ୧.୪୭ କୋଟି ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ନିମନ୍ତେ ୧୦ ଲକ୍ଷ ଟଙ୍କାର ଚେକ୍‍ ମଧ୍ୟ ଦେଇଥିଲେ। ଏହି ସମୟରେ ସେ କିଛି ଜିଏସ୍‍ଟି ଓ ଅନ୍ୟାନ୍ୟ ଦସ୍ତାବିଜ ଦେଇଥିଲେ। ଚୁକ୍ତି ଅନୁସାରେ ୨୦୨୦ ଅକ୍ଟୋବର ମାସରେ ଗଗନଦୀପ ସଂସ୍ଥା ଭିଏଲ୍‍ କାର୍ଗୋ ଜରିଆରେ ଉପରୋକ୍ତ ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ।ବଡ଼ ଖବର ସଂସ୍ଥାର କୀର୍ତ୍ତି ଚନ୍ଦନ ରାୟ ଏହାକୁ ଗ୍ରହଣ କରିଥିଲେ।

୬ ମାସ ମଧ୍ୟରେ ବାକିଥିବା ୯୨ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ଅର୍ଦ୍ଧେନ୍ଦୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏହି ଯନ୍ତ୍ରାଂଶ ସବୁ ଷ୍ଟୁଡ଼ିଓ ଓ ଅଫିସରେ ଲଗାଯାଇଥିଲା। ମାତ୍ର ଏହାପରେ ବକେୟା ଅର୍ଥ ତାଙ୍କୁ ମିଳି ନ ଥିଲା। ଏନେଇ ଗଗନଦୀପ ବାରମ୍ଭାର ଭୁବନେଶ୍ୱର ଆସି ବଡ଼ ଖବର ଅଫିସ୍‍କୁ ଯାଇଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଅର୍ଦ୍ଧେନ୍ଦୁ ଟଙ୍କା ଦେବାକୁ ସକ୍ଷମ ହୋଇ ନ ଥିଲେ।

ବାରମ୍ବାର ଟଙ୍କା ପାଇଁ ନିରାଶ ହେବା ପରେ ଗଗନଦୀପ ଇଓଡ଼ବ୍ଲ୍ୟୁରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ କେସ୍‍ ନଂ-୧୨/୨୨ରେ ଏକ ମାମଲା ରୁଜୁ କରିଛି। ଏଥିସହ ତାଙ୍କ ନାମରେ ଦଫା ୧୨୦(ବି), ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧ ଆଧାରରେ ତଦନ୍ତ ଆରମ୍ଭ କରିଛି। ଯଦି ଠକେଇ ସମ୍ପର୍କରେ ପ୍ରମାଣ ମିଳିବ ତେବେ ତାଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର