ମନୋରଞ୍ଜନ
ଓଡ଼ିଶା
ପାଣି ଭର୍ତ୍ତି ଗାଡିଆରେ ବୁଡି ୪ ଶିଶୁଙ୍କ ସଲିଳ ସମାଧି
ଜୟପୁର: କୋରାପୁଟ ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଝିଗୁଡାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାଣି ଭର୍ତ୍ତି ଗାଡିଆରେ ବୁଡି ୪ ଶିଶୁଙ୍କ ମୃତ୍ଯୁ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲେ। ହେଲେ ସେତେବଳକୁ ୪ ଶିଶୁଙ୍କ ମୃତ୍ଯୁ ଘଟି ସରିଥିଲା। ପାଣି ଭିତର ଆଉ କେହି ରହିଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ, ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତ ନିକଟରେ […]
ଜୟପୁର: କୋରାପୁଟ ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଝିଗୁଡାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାଣି ଭର୍ତ୍ତି ଗାଡିଆରେ ବୁଡି ୪ ଶିଶୁଙ୍କ ମୃତ୍ଯୁ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲେ। ହେଲେ ସେତେବଳକୁ ୪ ଶିଶୁଙ୍କ ମୃତ୍ଯୁ ଘଟି ସରିଥିଲା। ପାଣି ଭିତର ଆଉ କେହି ରହିଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ
ସୂଚନା ଅନୁଯାୟୀ, ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତ ନିକଟରେ ୬ ଶିଶୁ ବୁଲାବୁଲି କରୁଥିବା ବେଳେ ୪ ଜଣ କୌଣସି କାରଣରୁ ସେଥିରେ ପଡି ଯାଇଥିଲେ । ପିଲାମାନଙ୍କ ବୟସ କମ ହୋଇଥିବା ବେଳେ ଖାତଟି ପାଣିରେ ଭର୍ତ୍ତି ହୋଇଥିଲା । ଫଳରେ ପିଲାମାନେ ସେଥିରୁ ଉଠି ନପାରି ବୁଡି ଯାଇଥିଲେ।






