ପୁଅକୁ ପିଟିପିଟି ମାରିଦେଲେ ବାପା- ମାଆ, ଅଭିଯୋଗ ଆଣିଲେ ମାମୁଁଘର

The Sakala Picture
Published On

ପାରାଦୀପ: ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ନାବାଳକର ମୃତଦେହ ମିଳିଛି। ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛଇ ପୁଲିସ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୁଲିସ । ୧୫ ବର୍ଷୀୟ ପୁଅର ମୃତଦେହ ମିଳିବା ପରେ ବାପା ଓ ସାବତ ମା’ଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାମୁଁଘର । ଅଭିଯୋଗ ଆଧାରରେ […]

ପାରାଦୀପ: ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ନାବାଳକର ମୃତଦେହ ମିଳିଛି। ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛଇ ପୁଲିସ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୁଲିସ । ୧୫ ବର୍ଷୀୟ ପୁଅର ମୃତଦେହ ମିଳିବା ପରେ ବାପା ଓ ସାବତ ମା’ଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାମୁଁଘର । ଅଭିଯୋଗ ଆଧାରରେ ନାବାଳକ ପୁଅର ବାପା ଓ ସାବତ ମାଆକୁ ପଚରାଉଚୁରା କରୁଛି ପୁଲିସ । ହେଲେ ମୃତକଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ମିଳିଥିବା ସୂଚନା ଅନୁଯାୟୀ, ରାହୁଲଙ୍କ ମା’ ଦୀର୍ଘ ୧୦ ବର୍ଷ ତଳେ ଆଖି ବୁଜି ଦେଇଥିଲେ। ସେତେବେଳେ ପତ୍ନୀ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ ମକର ବେହେରା । ଜେଲ୍‌ରୁ ଫେରି ସେ କୁନି ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ବାପା ଓ ସାବତ ମା’ ମିଶି ରାହୁଲଙ୍କୁ ବହୁତ ହଇରାଣ କରୁଥିଲେ। ଏଥିରେ ଅତିଷ୍ଠ ରାହୁଲ ବିଭିନ୍ନ ସମୟରେ ଛୋଟ ଛୋଟ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ। ଗତକାଲି ରଜ ଥିବା ବେଳେ ନିଜ ଟଙ୍କାରେ ଡ୍ରେସ କିଣି ଆଣି ପିନ୍ଧିଥିଲେ ରାହୁଲ । କିନ୍ତୁ ଏହା ଦେଖି ତାଙ୍କ ବାପା ଓ ସାବତ ମା’ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏପରିକି ସେମାନ ପୁଅକୁ ପିଟାପିଟି କରିଥିବା କହିଛନ୍ତି ସାହି ପଡ଼ିଶା ଲୋକେ। ଏହାପରେ ଆଜି ସକାଳେ ପୁଅର ମୃତଦେହ ଗାଁ ସ୍କୁଲ୍ ପଛପଟ ବାଡ଼ିରେ ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର