ବାରବାଟୀ ଟି-୨୦: ଚମକିଲେ ଭୁବନେଶ୍ବର, ଜିତିଲା ଦକ୍ଷିଣ ଆଫ୍ରିକା

The Sakala Picture
Published On

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଥିଲା। ୬ ୱିକେଟ ହରାଇ ୧୮.୨ ଓଭରରେ ମ୍ଯାଚକୁ ଦକ୍ଷିଣ […]

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଥିଲା। ୬ ୱିକେଟ ହରାଇ ୧୮.୨ ଓଭରରେ ମ୍ଯାଚକୁ ଦକ୍ଷିଣ ଆଫ୍ରିକା ଜିତି ନେଇଥିଲା। ଫଳରେ ସିରିଜରେ ୦-୨ରେ ଟିମ୍ ଇଣ୍ଡିଆପଛୁଆ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଦକ୍ଷିଣ ଆଫ୍ରିକା  ପକ୍ଷରୁ ତେମ୍ବା ବାଭୁମା ଓ ରିଜା ହେଣ୍ଡରିସ୍କ ଓପନିଂ କରିଥିଲେ। ରିଜା ହେଣ୍ଡରିସ୍କ  ୩ ବଲରେ ୪ ରନ କରି ଆଉଟ ହୋଇଥିଲେ।  ପରେ ଡ୍ୱେନ ପ୍ରିଟୋରିୟସ ୫ ବଲରେ ୪ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ରାସି ଭାନ ଡର ଡସେନ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ତେମ୍ବା ବାଭୁମା ୩୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ।  ହେନରିକ କ୍ଲାସେନ ଓ ଡେଭିଡ୍ ମିଲର ଶେଷ ପର୍ଯ୍ଯନ୍ତ ପାରିକୁ ସମ୍ଭାଳିଥିଲେ। ହେନରିକ କ୍ଲାସେନ ୪୬ ବଲରେ ୮୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍ ମିଲର ୧୫ ବଲରେ ୧୮ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଘାତକ ବୋଲିଂ ୪ଟି ୱିକେଟ ନେଇଥିଲେ। ହେଲେ ଅନ୍ଯ କୌଣସି ବୋଲରଙ୍କୁ ସେଭଳି  ସଫଳତା ମଳି ନ ଥିଲା।  ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର