ଶପଥ ନେଲେ ଦୁଇ ନୂଆ ବିଚାରପତି

The Sakala Picture
Published On

କଟକ: ଓଡିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‍.ମୁରଲୀଧର ଶପଥ ପାଠ କରାଇଛନ୍ତି। ସୂଚନା ଯୋଗ୍ୟ, ଗତ ମେ ୨୮ରେ ସୁପ୍ରିମକୋର୍ଟ କଲିଜିୟମ ୬ ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପାରିସ କରିଥିଲେ। ଓଡିଶା ହାଇକୋର୍ଟ […]

କଟକ: ଓଡିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‍.ମୁରଲୀଧର ଶପଥ ପାଠ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ସୂଚନା ଯୋଗ୍ୟ, ଗତ ମେ ୨୮ରେ ସୁପ୍ରିମକୋର୍ଟ କଲିଜିୟମ ୬ ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପାରିସ କରିଥିଲେ। ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କୋଲକାତା ହାଇକୋର୍ଟକୁ ବଦଳି ହୋଇଥିବା ବେଳେ ତ୍ରିପୁରା ହାଇକୋର୍ଟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ବଦଳି ହୋଇଥିଲା। ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ ଓ ମଣିପୁର ହାଇକୋର୍ଟରୁ ବିଚାରପତି ଲନୁସୁଙ୍ଗକୁମ୍‍ ଜମିର୍‍ ଗୌହାଟି ହାଇକୋର୍ଟକୁ ବଦଳି ହୋଇଥିଲା। ସେହିପରି ଜମ୍ମୁ ଓ କାଶ୍ମୀର ହାଇକୋର୍ଟରୁ ବିଚାରପତି ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ବିଚାରପତି ପୁରୁଷୈନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲେ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

10 Jun 2022 By The Sakala

ଶପଥ ନେଲେ ଦୁଇ ନୂଆ ବିଚାରପତି

କଟକ: ଓଡିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‍.ମୁରଲୀଧର ଶପଥ ପାଠ କରାଇଛନ୍ତି।

ସୂଚନା ଯୋଗ୍ୟ, ଗତ ମେ ୨୮ରେ ସୁପ୍ରିମକୋର୍ଟ କଲିଜିୟମ ୬ ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପାରିସ କରିଥିଲେ। ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କୋଲକାତା ହାଇକୋର୍ଟକୁ ବଦଳି ହୋଇଥିବା ବେଳେ ତ୍ରିପୁରା ହାଇକୋର୍ଟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ବଦଳି ହୋଇଥିଲା। ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ ଓ ମଣିପୁର ହାଇକୋର୍ଟରୁ ବିଚାରପତି ଲନୁସୁଙ୍ଗକୁମ୍‍ ଜମିର୍‍ ଗୌହାଟି ହାଇକୋର୍ଟକୁ ବଦଳି ହୋଇଥିଲା। ସେହିପରି ଜମ୍ମୁ ଓ କାଶ୍ମୀର ହାଇକୋର୍ଟରୁ ବିଚାରପତି ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ବିଚାରପତି ପୁରୁଷୈନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର