ବନ ବିଭାଗକୁ ଜଣାନାହିଁ ରାଜ୍ୟର ହାତୀ ସଂଖ୍ୟା !

The Sakala Picture
Published On

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ହାତୀ ମଡକ ଏକ ଧାରାରେ ପରିଣତ ହୋଇଛି। କେତେବେଳେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଖାମଖିଆଲି ମନଭାବ ଯୋଗୁଁ ହାତୀ ପଲ ରେଳ ଧାରଣାରେ ନିଜର ଜୀବନ ହାରୁଥିବା ବେଳେ ଆଉ କିଛି କିଛି ସ୍ଥାନରେ ବିଦ୍ୟୁତ ତାରବାଡ ସଂସ୍ପର୍ଶରେ ସେମାନଙ୍କ ଜୀବନ ହାନି ଘଟୁଛି। ସବୁଠାରୁ ବଡ କଥା ଗତ କିଛି ଦିନ ଭିତରେ ଏସ୍‍ଟିଏଫ୍‍ ଦ୍ୱାରା ଦୁଇ ଦୁଇଟି ମୃତ ହାତୀର କଙ୍କାଳ ଗୋଟିଏ ବନଖଣ୍ଡରୁ ମିଳିବା ବନ ବିଭାଗର ସମ୍ପୃକ୍ତିକୁ […]

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ହାତୀ ମଡକ ଏକ ଧାରାରେ ପରିଣତ ହୋଇଛି। କେତେବେଳେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଖାମଖିଆଲି ମନଭାବ ଯୋଗୁଁ ହାତୀ ପଲ ରେଳ ଧାରଣାରେ ନିଜର ଜୀବନ ହାରୁଥିବା ବେଳେ ଆଉ କିଛି କିଛି ସ୍ଥାନରେ ବିଦ୍ୟୁତ ତାରବାଡ ସଂସ୍ପର୍ଶରେ ସେମାନଙ୍କ ଜୀବନ ହାନି ଘଟୁଛି। ସବୁଠାରୁ ବଡ କଥା ଗତ କିଛି ଦିନ ଭିତରେ ଏସ୍‍ଟିଏଫ୍‍ ଦ୍ୱାରା ଦୁଇ ଦୁଇଟି ମୃତ ହାତୀର କଙ୍କାଳ ଗୋଟିଏ ବନଖଣ୍ଡରୁ ମିଳିବା ବନ ବିଭାଗର ସମ୍ପୃକ୍ତିକୁ ସନ୍ଦେହ ଘେରକୁ ଟାଣି ଆଣିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

୨୦୧୭ ମସିହାରୁ ରାଜ୍ୟରେ ହାତୀ ଗଣନା ହୋଇନଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ କେତେ ହାତୀ ଅଛନ୍ତି ତାହାର ହିସାବ କାହା ପାଖେ ନାହିଁ। ଏ ବାବଦରେ ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ମୁଖ୍ୟ ବିଶ୍ୱଜିତ ମହାନ୍ତି କହିଛନ୍ତି ୨୦୧୭ରେ ଶେଷଥର ପାଇଁ ରାଜ୍ୟରେ ହାତୀ ଗଣନା କରାଯାଇଥିଲା। ସେତେବେଳେ ରାଜ୍ୟରେ ହାତୀସଂଖ୍ୟା ୧୯୭୬ ଥିଲା । ମାତ୍ର ସେବେଠାରୁ ଆଜି ଭିତରେ ଅନେକ ହାତୀଙ୍କର ମୃତ୍ୟୁ ହୋଇଛି। ଖାଲି ସେତିକି ନୁହେଁ ଖାଦ୍ୟ ପାଇଁ ହାତୀ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ଅତିକ୍ରମ କରୁଥିବା ବେଳେ ରାଜ୍ୟରେ ହାତୀ ସଂଖ୍ୟା କମିବାରେ ଲାଗିଛି। ଏସବୁ ମିଛ ଉପରୁ ପରଦା ହଟିଯିବା ଭୟରେ ରାଜ୍ୟ ସରକାରଙ୍କ ବନ ବିଭାଗ ହାତୀ ଗଣନା କରୁନାହାଁନ୍ତି। ୨୦୦୦ ମସିହାରୁ ୨୦୧୦ ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି ୪୬ଟି ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୧୦ ପରଠାରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ ହାତୀ ମୃତ୍ୟୁ ବାର୍ଷିକ ହାରାହାରି ୭୦ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଗତ କିଛି ବର୍ଷ ଭିତରେ ଦ୍ରୁତ ଶିଳ୍ପାୟନ ଯୋଗୁଁ ରାଜ୍ୟରେ ହାତୀମାନେ ଜନବସତି ମୁହାଁ ହୋଇଛନ୍ତି। ଫଳରେ ମଣିଷ ହାତୀ ଲଢ଼େଇବି ବଢ଼଼ିଛି। ରେଳ ଲାଇନ୍‍ ଓ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରତିବର୍ଷ ଏକ ବଡ ସଂଖ୍ୟକ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ହାତୀ ଗଣନା ନିତାନ୍ତ ଜରୁରୀ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏ ନେଇ ଆନିମଲ ୱେଲଫେୟାର ଟ୍ରଷ୍ଟର ଚେୟାରପର୍ସନ୍‍ ପୁରବୀ ପାତ୍ର ଏଡିଜି କ୍ରାଇମ୍‍ବ୍ରାଞ୍ଚ ଓ ଏସ୍‍ଟିଏଫ୍‍ ଭୁବନେଶ୍ୱରକୁ ଚିଠି ଲେଖି ହାତୀ ମୃତ୍ୟୁ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରିଛନ୍ତି। ଏନେଇ ସେ ୪ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ଅବଧାରଣା କରିଛନ୍ତି। ପ୍ରଥମତଃ ୨୦୨୧ ନଭେମ୍ବର ମାସରେ ଜଣେ ମହିଳା ରେଞ୍ଜ ଅଫିସର ଏକ ହାତୀର ଦାନ୍ତ ନେଇ ଏକ ବର୍ଷରୁ ଅଧିକ ସମୟ ନିଜ ପାଖରେ ରଖିଥିଲେ। ସେହି ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଘଟଣାର ପୁଣି ଥରେ ଯାଞ୍ଚ କରାଯାଉ। ସେହିପରି ୨୦୨୨ ଫେବୃୟାରୀ ୮ ତାରିଖରେ ଏସ୍‍ଟିଏଫ୍‍ ଦଳ ଆଉ ଏକ ହାତୀର ମୃତୁ ଦେହକୁ ଖନନ କରି ବାହାର କରିଥିଲା। ପୁଣି ଜୁନ୍‍ ୨ ଓ ୩ ଅନୁରୂପ ଭାବେ ଆଉ ଦୁଇଟି ମୃତ ହାତୀର ଶରୀରକୁ ଏସ୍‍ଟିଏଫ୍‍ ମାଟିତଳୁ ଉଦ୍ଧାର କରିଛି। ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଏଡିଜି କ୍ରାଇମ୍‍ବ୍ରାଞ୍ଚ ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

ଅପରପକ୍ଷେ ପିସିସିଏଫ୍‍ ଶଶୀ ପଲ ତୁରନ୍ତ ଘଟଣାର ଅଧିକ ଯାଞ୍ଚ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର