ଜମିଲା ଦେବ ବିବାହ, କେଦାରଗୌରୀ ମନ୍ଦିରରେ ମହାପ୍ରଭୁ ଲିଙ୍ଗରାଜ; ଆଜି ମାତା ପାର୍ବତୀଙ୍କୁ କରିବେ ବିବାହ

The Sakala Picture
Published On

ଭୁବନେଶ୍ୱର: ବହୁ ବାଦବିବାଦ ପରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ। ସଜ ମଙ୍ଗଳକୃତ୍ୟକୁ ସଜ ବାହା। ପ୍ରଶାସନର ଚେଷ୍ଟା ଫଳରେ ଜାରି ରହିଲା ପରମ୍ପରା। ପଡ଼ିଲା ଦେବଦମ୍ପତିଙ୍କ ହାତଗଣ୍ଠି। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଛନ୍ତି । ଆଜି ବିବାହ ଉତ୍ସବ ସରିବା ପରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରକୁ ଫେରିବେ ମହାପ୍ରଭୁ ଲିଙ୍ଗରାଜ । ୨୦୧୫ ମସିହାରୁ ଲାଗି ରହିଥିବା ବିବାଦ ନେଇ […]

ଭୁବନେଶ୍ୱର: ବହୁ ବାଦବିବାଦ ପରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ। ସଜ ମଙ୍ଗଳକୃତ୍ୟକୁ ସଜ ବାହା। ପ୍ରଶାସନର ଚେଷ୍ଟା ଫଳରେ ଜାରି ରହିଲା ପରମ୍ପରା। ପଡ଼ିଲା ଦେବଦମ୍ପତିଙ୍କ ହାତଗଣ୍ଠି। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଛନ୍ତି । ଆଜି ବିବାହ ଉତ୍ସବ ସରିବା ପରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରକୁ ଫେରିବେ ମହାପ୍ରଭୁ ଲିଙ୍ଗରାଜ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

୨୦୧୫ ମସିହାରୁ ଲାଗି ରହିଥିବା ବିବାଦ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବହୁ ବିଳମ୍ବରେ ବିବାହ ନିଷ୍ପତ୍ତି ହୋଇଥିଲା। ଶନିବାର ଶ୍ରୀଲିଙ୍ଗରାଜଙ୍କର ସଜ ମଙ୍ଗଳକୃତ୍ୟ ସମ୍ପନ୍ନ କରାଯିବାପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଶୁକ୍ରବାର ଲିଙ୍ଗରାଜଙ୍କର ମଙ୍ଗଳ କୃତ୍ୟ ହେବାକୁ ଥିବାବେଳେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗ କାରଣରୁ ସେଥିରେ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସଦସ୍ୟ ଓ ଭୁବନେଶ୍ୱର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ମଲିଆ ଓ ଖୁଣ୍ଟିଆ ସେବାୟତ ପ୍ରତିନିଧିଙ୍କୁ ନେଇ ବୈଠକ ହୋଇଥିଲା।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

୨୦୧୫ ମସିହାରୁ ଲିଙ୍ଗରାଜଙ୍କ ବିବାହରେ ଯୋଗ ଦେଉନଥିବା କପିଳେଶ୍ୱର ବାବାଙ୍କୁ ଲିଙ୍ଗରାଜ ମନ୍ଦିରକୁ ଆଣିବା ପାଇଁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ବୈଠକରେ କପିଳେଶ୍ୱରଙ୍କ ଆଗମନ ନେଇ ବିବାଦ ଲାଗିରହିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜିଦ୍‍ରେ ଅଟଳ ରହିଲେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଶିବବିବାହ ପାଇଁ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୧୦ଟା ପରେ କପିଳନାଥ ବିଜେ କରିଥିଲେ। ଏହାପରେ ବଡ଼ସିଂହାର, ପଞ୍ଚବକ୍ର ବିଜେ, ପୁଷ୍ପାଞ୍ଜଳି ଓ ପହୁଡ଼ ନୀତିକାନ୍ତି କରାଯାଇଥିଲା। ଏଥିପାଇଁ ମନ୍ଦିର ମଧ୍ୟରେ ବରଯାତ୍ରୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଥିଲା। ବିଳମ୍ବିତ ରାତିରେ ଶୋଭାଯାତ୍ରାରେ ବରାନୁଗମନ କରିଥିଲେ। ରୀତିନୀତି ଅନୁଯାୟୀ କେଦାରଗୌରୀ ମନ୍ଦିରରେ ରାତି ୧୨ଟାରୁ ଭୋର ପର୍ଯ୍ୟନ୍ତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ସେହିପରି ଶୀତଳଷଷ୍ଠୀ ଫେରନ୍ତା ରୋଷଣୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ଆଜି ବାଜା, ବାଣ, ରୋଷଣୀ ସହିତ ପ୍ରତ୍ୟାବର୍ତ୍ତନ କରିବେ ଦମ୍ପତି। ସକାଳ ମଙ୍ଗଳ ଆଳତୀ, ଅବକାଶ ଆଦି ନୀତିକାନ୍ତି କରାଯିବାପରେ ସନ୍ଧ୍ୟାରେ ନୀତିକାନ୍ତି କରାଯିବ। ରାତି ୯ଟାରେ କେଦାର ଗୌରୀ ମନ୍ଦିରରୁ ବିଜେ କରିବେ ଶ୍ରୀଜୀଉ। ଏଥିପାଇଁ ଶୀତଳ ଷଷ୍ଠୀରେ ପାରମ୍ପରିକ ଲୋକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥିଲା। ଦୁଇ ସେବାୟତ ନିଯୋଗଙ୍କ ଅଭିଯୋଗକୁ ଆସନ୍ତା ୧୭ତାରିଖରେ ସମାଧାନ କରାଯିବ ବୋଲି ବ୍ରାହ୍ମଣ ନିଯୋଗ ବିରଞ୍ଚିନାରାୟଣ ପତି ସୂଚନା ଦେଇଛନ୍ତି। ଏଥିରେ ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଯୋଗ ଦେଇଥିଲେ।

05 Jun 2022 By The Sakala

ଜମିଲା ଦେବ ବିବାହ, କେଦାରଗୌରୀ ମନ୍ଦିରରେ ମହାପ୍ରଭୁ ଲିଙ୍ଗରାଜ; ଆଜି ମାତା ପାର୍ବତୀଙ୍କୁ କରିବେ ବିବାହ

ଭୁବନେଶ୍ୱର: ବହୁ ବାଦବିବାଦ ପରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ। ସଜ ମଙ୍ଗଳକୃତ୍ୟକୁ ସଜ ବାହା। ପ୍ରଶାସନର ଚେଷ୍ଟା ଫଳରେ ଜାରି ରହିଲା ପରମ୍ପରା। ପଡ଼ିଲା ଦେବଦମ୍ପତିଙ୍କ ହାତଗଣ୍ଠି। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଛନ୍ତି । ଆଜି ବିବାହ ଉତ୍ସବ ସରିବା ପରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରକୁ ଫେରିବେ ମହାପ୍ରଭୁ ଲିଙ୍ଗରାଜ ।

୨୦୧୫ ମସିହାରୁ ଲାଗି ରହିଥିବା ବିବାଦ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବହୁ ବିଳମ୍ବରେ ବିବାହ ନିଷ୍ପତ୍ତି ହୋଇଥିଲା। ଶନିବାର ଶ୍ରୀଲିଙ୍ଗରାଜଙ୍କର ସଜ ମଙ୍ଗଳକୃତ୍ୟ ସମ୍ପନ୍ନ କରାଯିବାପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଶୁକ୍ରବାର ଲିଙ୍ଗରାଜଙ୍କର ମଙ୍ଗଳ କୃତ୍ୟ ହେବାକୁ ଥିବାବେଳେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗ କାରଣରୁ ସେଥିରେ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସଦସ୍ୟ ଓ ଭୁବନେଶ୍ୱର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ମଲିଆ ଓ ଖୁଣ୍ଟିଆ ସେବାୟତ ପ୍ରତିନିଧିଙ୍କୁ ନେଇ ବୈଠକ ହୋଇଥିଲା।

୨୦୧୫ ମସିହାରୁ ଲିଙ୍ଗରାଜଙ୍କ ବିବାହରେ ଯୋଗ ଦେଉନଥିବା କପିଳେଶ୍ୱର ବାବାଙ୍କୁ ଲିଙ୍ଗରାଜ ମନ୍ଦିରକୁ ଆଣିବା ପାଇଁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ବୈଠକରେ କପିଳେଶ୍ୱରଙ୍କ ଆଗମନ ନେଇ ବିବାଦ ଲାଗିରହିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜିଦ୍‍ରେ ଅଟଳ ରହିଲେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଶିବବିବାହ ପାଇଁ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୧୦ଟା ପରେ କପିଳନାଥ ବିଜେ କରିଥିଲେ। ଏହାପରେ ବଡ଼ସିଂହାର, ପଞ୍ଚବକ୍ର ବିଜେ, ପୁଷ୍ପାଞ୍ଜଳି ଓ ପହୁଡ଼ ନୀତିକାନ୍ତି କରାଯାଇଥିଲା। ଏଥିପାଇଁ ମନ୍ଦିର ମଧ୍ୟରେ ବରଯାତ୍ରୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଥିଲା। ବିଳମ୍ବିତ ରାତିରେ ଶୋଭାଯାତ୍ରାରେ ବରାନୁଗମନ କରିଥିଲେ। ରୀତିନୀତି ଅନୁଯାୟୀ କେଦାରଗୌରୀ ମନ୍ଦିରରେ ରାତି ୧୨ଟାରୁ ଭୋର ପର୍ଯ୍ୟନ୍ତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସେହିପରି ଶୀତଳଷଷ୍ଠୀ ଫେରନ୍ତା ରୋଷଣୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ଆଜି ବାଜା, ବାଣ, ରୋଷଣୀ ସହିତ ପ୍ରତ୍ୟାବର୍ତ୍ତନ କରିବେ ଦମ୍ପତି। ସକାଳ ମଙ୍ଗଳ ଆଳତୀ, ଅବକାଶ ଆଦି ନୀତିକାନ୍ତି କରାଯିବାପରେ ସନ୍ଧ୍ୟାରେ ନୀତିକାନ୍ତି କରାଯିବ। ରାତି ୯ଟାରେ କେଦାର ଗୌରୀ ମନ୍ଦିରରୁ ବିଜେ କରିବେ ଶ୍ରୀଜୀଉ। ଏଥିପାଇଁ ଶୀତଳ ଷଷ୍ଠୀରେ ପାରମ୍ପରିକ ଲୋକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥିଲା। ଦୁଇ ସେବାୟତ ନିଯୋଗଙ୍କ ଅଭିଯୋଗକୁ ଆସନ୍ତା ୧୭ତାରିଖରେ ସମାଧାନ କରାଯିବ ବୋଲି ବ୍ରାହ୍ମଣ ନିଯୋଗ ବିରଞ୍ଚିନାରାୟଣ ପତି ସୂଚନା ଦେଇଛନ୍ତି। ଏଥିରେ ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର