ଶିଘ୍ର କରନ୍ତୁ ମେଧାବୃତ୍ତି ଆବେଦନ : +୩ ପିଲାଙ୍କୁ ମିଳିବ ୧୫ ହଜାର, ପିଜି ପିଲାଙ୍କୁ ମିଳିବ ୨୦ହଜାର

The Sakala Picture
Published On

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷା ବର୍ଷରେ ଇ- ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଆବେଦନ ଅବଧିକୁ ପୁନଶ୍ଚ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁନ୍‍ ୩୦ ଯାଏଁ ଆବେଦନ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଜୁଲାଇ ୩୧ ତାରିଖ ଯାଏଁ ବୃଦ୍ଧି ହୋଇଛି। ତେବେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଅନଲାଇନରେ […]

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷା ବର୍ଷରେ ଇ- ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଆବେଦନ ଅବଧିକୁ ପୁନଶ୍ଚ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁନ୍‍ ୩୦ ଯାଏଁ ଆବେଦନ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଜୁଲାଇ ୩୧ ତାରିଖ ଯାଏଁ ବୃଦ୍ଧି ହୋଇଛି। ତେବେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଅନଲାଇନରେ ଆବେଦନ ଲାଗି ବ୍ୟବସ୍ଥା ଉପଲବ୍ଧ କରିବାକୁ ମଧ୍ୟ ଓକାକକୁ ଉଚ୍ଚଶିକ୍ଷା ବିଭାଗ ଅବଗତ କରିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଜାନୁଆରୀ ୫ରୁ ଆବେଦନ ଆରମ୍ଭ ହୋଇଛି। ଚଳିତବର୍ଷରେ ରାଜ୍ୟ ସରକାର ୟୁଜି(+୩)ର ୬ ହଜାର, ସ୍ନାତକୋତ୍ତରରେ ୨୫ଶହ ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିବେ। ସ୍ନାତକ ପିଲାଙ୍କୁ ୩ବର୍ଷ ଲାଗି ୧୫ହଜାର, ୨୫ଶହ ପିଜି ପିଲାଙ୍କୁ ୨ବର୍ଷ ଲାଗି ୨୦ହଜାର ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ହଜାର ପିଲାଙ୍କୁ ବାର୍ଷିକ ୧୦ ହଜାର ହିସାବରେ ଏକ କାଳୀନ ୪୦ହଜାର ଟଙ୍କା ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେହିପରି ଓଡ଼ିଆ ସମ୍ମାନ(ଅନର୍ସ) ରଖି ସ୍ନାତକ ଅଧ୍ୟୟନ କରୁଥିବା ୧୨ଶହ ଓ ୩ଶହ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଫକୀରମୋହନ ଭାଷାବୃତ୍ତି ବାବଦକୁ ଏକକାଳୀନ ୨୦ହଜାର ଟଙ୍କା ପ୍ରଦାନ କରାଯିବ। ଯେଉଁ ପିଲାମାନଙ୍କର ଅଭିଭାବକଙ୍କ ବାର୍ଷିକ ଆୟ ୬ଲକ୍ଷ ଟଙ୍କାରୁ କମ୍‍ ସେମାନେ ଏହି ବୃତ୍ତି ଲାଗି ଆବେଦନ କରିପାରିବେ। ବୃତ୍ତି ପାଇବା ଲାଗି କେବଳ ରାଜ୍ୟର ସ୍ଥାୟୀ ବାସିନ୍ଦା ଯୋଗ୍ୟ ବିବେଚିତ ହେବେ। ଏସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେସାଇଟ୍‍ www.scholarship.gov.in ମାଧ୍ୟମରେ ପାଇ ପାରିବେ ବୋଲି ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର