ରାଜ୍ୟରେ ପୁଣି କାୟା ମେଲାଉଛି ମହାମାରୀ : ୨୪ ଘଣ୍ଟାରେ ୩୯୪ଜଣ ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି। ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଥିବା ବେଳେ ଆଜି ଏହା ୪ ଶହ ମୁହାଁ ହୋଇଛି। ରାଜ୍ୟରେ କରୋନାର ଏହି ଲମ୍ବ ନିଆଁ ସ୍ଥିତି ବିଗୁଡୁ ଥିବା ଦର୍ଶାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡସଂଖ୍ୟକ ୩୯୪ଜଣ ନୂଆ କରୋନା […]

ଭୁବନେଶ୍ବର : ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି। ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଥିବା ବେଳେ ଆଜି ଏହା ୪ ଶହ ମୁହାଁ ହୋଇଛି। ରାଜ୍ୟରେ କରୋନାର ଏହି ଲମ୍ବ ନିଆଁ ସ୍ଥିତି ବିଗୁଡୁ ଥିବା ଦର୍ଶାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡସଂଖ୍ୟକ ୩୯୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୨୩୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୧୧୧ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୭ ହଜାର ୦୯୧ ଜଣ। ଏବେ ବି ସକ୍ରିୟ ଅଛନ୍ତି ୨୨୪୬ ଜଣ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ୩୯୪ଜଣ ନୂଆ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୪୩, ନୂଆପଡ଼ା ଜିଲ୍ଲାରୁ ୪୦, ବରଗଡ଼ ଜିଲ୍ଲାରୁ ୩୪, ସୁନ୍ଦରଗଡ଼ରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ କଟକ ଜିଲ୍ଲାରୁ ୨୭, ଅନୁଗୁଳରୁ ୨୪, ମୟୂରଭଞ୍ଜ ଜିଲ୍ଲାରୁ ୧୯, ସମ୍ବଲପୁର ଜିଲ୍ଲାରୁ ୧୪, ପୁରୀ ଜିଲ୍ଲାରୁ ୧୨, ବଲାଙ୍ଗିର ଜିଲ୍ଲାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ଷ୍ଟେଟପୁଲରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର