ବୟଫ୍ରେଣ୍ଡ ଆକାଉଣ୍ଟକୁ ୯୭ ଲକ୍ଷ ଟଙ୍କା ପଠାଇବା ମାମଲା: ଝାଡ଼ଖଣ୍ଡରୁ ଧରାପଡ଼ିଲା ପ୍ରେମିକ

The Sakala Picture
Published On

ଖଣ୍ଡଗିରି: ତମାଣ୍ଡୋ ଥାନା ଅନ୍ତର୍ଗତ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ୯୭ ଲକ୍ଷ ଟଙ୍କା ଆତ୍ମସାତ ଘଟଣାର ମୁଖ୍ୟ ଅଭିଯୁକ୍ତ ପାୟଲ ମହାପାତ୍ରର ପ୍ରେମିକ ତଥା ଘଟଣାର ଅନ୍ୟତମ ଅଭିଯୁକ୍ତ ବିକାଶ କୁମାରକୁ ଝାଡ଼ଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସୂଚନା ଅନୁଯାୟୀ, ବିକାଶକୁ ଧରିବା ପାଇଁ ଏସଆଇ ପ୍ରଣବ ଟୁଡୁଙ୍କ ନେତୃତ୍ୱରେ ତମାଣ୍ଡୋ ପୁଲିସର ୪ ଜଣିଆ ଟିମ୍ ଶନିବାର ରାତିରେ ଝାଡ଼ଖଣ୍ଡ ଯାଇଥିଲା। ବିକାଶ ରାଞ୍ଚି ଅଞ୍ଚଳରେ ତାର ଜଣେ ସମ୍ପର୍କୀୟଙ୍କ ଘରେ […]

ଖଣ୍ଡଗିରି: ତମାଣ୍ଡୋ ଥାନା ଅନ୍ତର୍ଗତ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ୯୭ ଲକ୍ଷ ଟଙ୍କା ଆତ୍ମସାତ ଘଟଣାର ମୁଖ୍ୟ ଅଭିଯୁକ୍ତ ପାୟଲ ମହାପାତ୍ରର ପ୍ରେମିକ ତଥା ଘଟଣାର ଅନ୍ୟତମ ଅଭିଯୁକ୍ତ ବିକାଶ କୁମାରକୁ ଝାଡ଼ଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସୂଚନା ଅନୁଯାୟୀ, ବିକାଶକୁ ଧରିବା ପାଇଁ ଏସଆଇ ପ୍ରଣବ ଟୁଡୁଙ୍କ ନେତୃତ୍ୱରେ ତମାଣ୍ଡୋ ପୁଲିସର ୪ ଜଣିଆ ଟିମ୍ ଶନିବାର ରାତିରେ ଝାଡ଼ଖଣ୍ଡ ଯାଇଥିଲା। ବିକାଶ ରାଞ୍ଚି ଅଞ୍ଚଳରେ ତାର ଜଣେ ସମ୍ପର୍କୀୟଙ୍କ ଘରେ ଥିବା ଖବରପାଇ ଗତକାଲି ପୂର୍ବାହ୍ଣରେ ପୁଲିସ ସେଠାରେ ଚଢ଼ଉ କରି ବିଫଳ ହୋଇଥିଲା। ଅପରାହ୍ଣରେ ବିକାଶର ହଜାରିବାଗ ସ୍ଥିତ ଘରେ ଚଢ଼ଉ କରିଥିଲେ ମଧ୍ୟ ବିକାଶକୁ ନ ପାଇ ଖାଲି ହାତରେ ଫେରିଥିଲା ପୁଲିସ। ତେବେ ଅଭିଯୁକ୍ତ ବିକାଶ ଝାଡ଼ଖଣ୍ଡ ଇଚକ୍ ଥାନା ଅଞ୍ଚଳରେ ତା’ର ଦାଦାଙ୍କ ବିବାହ ଭୋଜିରେ ଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ରାତି ପ୍ରାୟ ୧୧ ଟା ସମୟରେ ସେ ଖାଉଥିବା ବେଳେ ତମାଣ୍ଡୋ ପୁଲିସର‌ ଏକ ଟିମ୍ ଚଢ଼ଉ କରିଥିଲା। ପୁଲିସକୁ ଦେଖି ବିକାଶ ସେଠାରୁ ଗହୀର ଭିତରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ତାକୁ ଧରିବା ପାଇଁ ପୁଲିସ ପ୍ରାୟ ଦୁଇ କିଲୋମିଟର ତା ପଛରେ ଗୋଡ଼ାଇ ଥିଲେ ମଧ୍ୟ ପୁଲିସକୁ ଚକମା ଦେଇ ଗହୀର ସେପାଖରେ ଥିବା ଏକ ଗାଁ ଭିତରକୁ ପଳାଇଥିଲା। ପୁଲିସ ସେଠାରୁ ନ ଫେରି ଚତୁରତାର ସହ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗହୀର ଭିତରେ ଛପି ରହିଥିଲା। ପୁଲିସ ପଳାଇଥିବା ଭାବି ଦୁଇ ଘଣ୍ଟା ପରେ ଅର୍ଥାତ୍ ରାତି ପ୍ରାୟ ୧ ଟା ୩୦ ସମୟରେ ବିକାଶ ପୁଣି ସେହି ରାସ୍ତା ଦେଇ ଚାଲିଚାଲି ଫେରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଆଜି ପୂର୍ବାହ୍ନରେ ବିକାଶକୁ ହଜାରିବାଗ ଏସଡିଜେଏମ କୋର୍ଟରେ ହାଜର କରାଯାଇ ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା କିନ୍ତୁ କୋର୍ଟ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ତେବେ ଆସନ୍ତାକାଲି ବିକାଶକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯିବ ଏବଂ ଉଭୟ ପାୟଲ ଓ ବିକାଶକୁ ୫ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ପୁଲିସ କହିଛି । ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବା ପରେ ୯୭ ଲକ୍ଷ ଟଙ୍କା ହଡପ ଘଟଣାର ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶା ରଖିଛି। କେବଳ ଏହି ଦୁଇ ଜଣ ନୁହେଁ ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ତେବେ ପାୟଲ ଓ ବିକାଶ ରିମାଣ୍ଡରେ ଆସିଲେ ଅନ୍ୟ କାହାର ସଂପୃକ୍ତି ରହିଛି ଜଣାପଡ଼ି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ୪୨ ମୈଜା କୁଳସରିଚୁଆଁ ଗ୍ରାମର ପାୟଲ ମହାପାତ୍ର ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ଆକାଉଣ୍ଟ ସେକ୍ସନର ଅଫିସ ଆସିଷ୍ଟାଣ୍ଟ ଭାବେ ୨୦୧୭ ମସିହାରୁ କାମ କରୁଥିଲେ ଓ ଛାତ୍ରଛାତ୍ରୀମାନଙ୍କ କଲେଜ ଫି ଓ ହଷ୍ଟେଲ ଫି ଆଦାୟ କରିବା ଦାୟିତ୍ବରେ ଥିଲେ। ତେବେ ଆଦାୟ ହେଉଥିବା ଅର୍ଥରୁ ୯୭ ଲକ୍ଷ ୫୩ ହଜାର ୯ ଶହ ଟଙ୍କା କମ୍ ଥିବା ଗତ ୧୦ ଦିନ ପୂର୍ବେ କଲେଜ କର୍ତ୍ତୁପକ୍ଷ ଜାଣିବାକୁ ପାଇଥିଲେ। ଏନେଇ ପାୟଲକୁ ପଚାରିବାରୁ ସେ ସମସ୍ତ ଟଙ୍କା ତା’ର ପ୍ରେମିକ ବିକାଶ କୁମାରକୁ ଦେଇଛି ବୋଲି ସ୍ୱୀକାର କରିଥିଲା। କଲେଜ କର୍ତ୍ତୁପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ଟଙ୍କା ହେରଫେର ଅଭିଯୋଗରେ ଗତ ଶୁକ୍ରବାର ଦିନ ପାୟଲ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ତମାଣ୍ଡୋ ଥାନା ପୁଲିସ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର