ତାତିରେ ସିଝୁଛି ରାଜ୍ୟର ଅଧା ସହର; ୪୩.୫ ଡିଗ୍ରି ସହ ସୋନପୁର ସବୁଠୁ ଉତ୍ତପ୍ତ ସହର

The Sakala Picture
Published On

ଭୁବନେଶ୍ୱର: ଡେଉଁଛି ପାରଦ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ । ସୋନପୁର ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ରାଜ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ହୋଇଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୩ ଡିଗ୍ରୀ, ବାରିପଦା ୪୧.୮, ଝାରସୁଗୁଡା ୪୨.୬ ଡିଗ୍ରୀ ଓ […]

ଭୁବନେଶ୍ୱର: ଡେଉଁଛି ପାରଦ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ । ସୋନପୁର ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ରାଜ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ହୋଇଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୩ ଡିଗ୍ରୀ, ବାରିପଦା ୪୧.୮, ଝାରସୁଗୁଡା ୪୨.୬ ଡିଗ୍ରୀ ଓ ବୌଦ୍ଧର ତାପମାତ୍ରା ୪୨.୬ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୮.୨ ଡିଗ୍ରୀ, ଚାନ୍ଦବାଲିରେ ୩୯.୦ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ପାରାଦୀପରେ ୩୧.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୧ ଡିଗ୍ରୀ, ଗୋପାଳପୁରରେ ୨୯.୯ ଡିଗ୍ରୀ, ପୁରୀରେ ୩୨.୨ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୪୧.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, କେନ୍ଦୁଝରଗଡ଼ରେ ୪୦.୧, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ଓ ହୀରାକୁଦରେ ଦିନର ତାପମାତ୍ର ୪୦.୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର