ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ଓ କଂଗ୍ରେସର ଅଜିତ୍

The Sakala Picture
Published On

ପୁରୀ: ପିପିଲି ଉପନିର୍ବାଚାନ ବିଧାନସଭା ଆସନ ଲାଗି ଆଜି ନାମାଙ୍କନ ଭରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ନାମାଙ୍କନ ପତ୍ର । ସକାଳ ସାଢେ ୯ଟାରେ ପିପିଲି ବିଜେଡି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବେ । ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍‌ ଏବଂ ଏନ୍‌ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । […]

ପୁରୀ: ପିପିଲି ଉପନିର୍ବାଚାନ ବିଧାନସଭା ଆସନ ଲାଗି ଆଜି ନାମାଙ୍କନ ଭରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ନାମାଙ୍କନ ପତ୍ର । ସକାଳ ସାଢେ ୯ଟାରେ ପିପିଲି ବିଜେଡି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବେ । ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍‌ ଏବଂ ଏନ୍‌ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବକଙ୍କୁ ଅଧିକ ଗୁରୁତ୍ବ  ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଥିଲେ ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିବେ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ ଅଜିତ୍। ତେବେ ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିବା ପରେ ପୁଣି ମୁଣ୍ଡ ଟେକିଛି ଦଳୀୟ କନ୍ଦଳ । ଅନ୍ୟତମ ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପଛରେ ପିସିସି ସଭାପତିଙ୍କ ଷଡ଼ଯନ୍ତ୍ର ବାରିଛନ୍ତି ପୂର୍ଣ୍ଣ । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ବାସ କରିବା, ପିପିଲି କଂଗ୍ରେସକୁ ଆଚମ୍ବିତ କରିଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

30 Mar 2021 By The Sakala

ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ଓ କଂଗ୍ରେସର ଅଜିତ୍

ପୁରୀ: ପିପିଲି ଉପନିର୍ବାଚାନ ବିଧାନସଭା ଆସନ ଲାଗି ଆଜି ନାମାଙ୍କନ ଭରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ନାମାଙ୍କନ ପତ୍ର । ସକାଳ ସାଢେ ୯ଟାରେ ପିପିଲି ବିଜେଡି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବେ । ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍‌ ଏବଂ ଏନ୍‌ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବକଙ୍କୁ ଅଧିକ ଗୁରୁତ୍ବ  ଦିଆଯାଇଛି।

ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଥିଲେ ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିବେ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ ଅଜିତ୍। ତେବେ ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିବା ପରେ ପୁଣି ମୁଣ୍ଡ ଟେକିଛି ଦଳୀୟ କନ୍ଦଳ । ଅନ୍ୟତମ ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପଛରେ ପିସିସି ସଭାପତିଙ୍କ ଷଡ଼ଯନ୍ତ୍ର ବାରିଛନ୍ତି ପୂର୍ଣ୍ଣ । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ବାସ କରିବା, ପିପିଲି କଂଗ୍ରେସକୁ ଆଚମ୍ବିତ କରିଛି ।

https://www.thesakala.in/latest-odisha-news/rudra-and-ajit-file-nomination-today/article-1072
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର