ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

The Sakala Picture
Published On

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅଧୀନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମ ରାଉତପୁର ଗ୍ରାମଠାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ବେଇକ୍ ପଛ ସିଟjs ବସିଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଗାରାବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ […]

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅଧୀନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମ ରାଉତପୁର ଗ୍ରାମଠାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ବେଇକ୍ ପଛ ସିଟjs ବସିଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଗାରାବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତ ଦୁଇ ଯୁବକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଶିକାକୁଲମ ଜିଲ୍ଲା ମୁଳୁପୁଡ଼ି ଗ୍ରାମର ଟି.ହରିସ୍(୩୨) ଏବଂ ଚିନ୍ନାହଂସା ଗ୍ରାମର ବି.ତୁଳସୀ(୨୬)। ଗୁରୁତର ଦୁଇ ଯୁବକ ମଧ୍ୟ ଆନ୍ଧ୍ରପ୍ରଦେଶ ଗୋକନପୁରମ୍ ଗ୍ରାମର ବି.ଲୋକେଶୁ (୨୦) ଓ ସୁଣ୍ଡିପୁଡ଼ି ଗ୍ରାମର ପି.ତୁଲୁସୀ ରାଓ(୩୫) ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସୂଚନା ଅନୁଯାୟୀ, ଆନ୍ଧ୍ର-ଓଡ଼ିଶା ଗଜପତି ଜିଲ୍ଲାର ରାଉତପୁର ଦେଇ ଆନ୍ଧ୍ର ଯାଉଥିବା ଏକ ବାଇକ ଓ ଆନ୍ଧ୍ରରୁ ଗାରବନ୍ଧ ପଟେ ଆସୁଥିବା ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟିଥିବା ୨ ବାଇକ୍ ନଂ ଏପି ୩୦କେ-୯୨୬୭ ଓ ଏପି ୩୯ ବି-୧୫୮୬ ବୋଲି ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗାରାବନ୍ଧ ଥାନାଧିକାରୀ ସର୍ବେଶ୍ୱର ସାମନ୍ତରାୟ ସଦଳବଳେ ପହଞ୍ôଚ ମୃତଦେହ ଜବତ କରିଥିଲେ। ଏହାସରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଇ ଦେଇଛନ୍ତି। ଏହି ଘଟଣାରେ ଗାରବନ୍ଧ ଥାନା ପୁଲିସ ୨୮/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର