ଆଜିଠାରୁ ମା ତାରିଣୀଙ୍କ 86 ତମ ଚଇତି ପର୍ବ ଆରମ୍ଭ

The Sakala Picture
Published On

ଘଟଗାଁ/କେନ୍ଦୁଝର : ଚଇତି ପର୍ବ ମା ତାରିଣୀଙ୍କ ଅନ୍ୟତମ ଶ୍ରେଷ୍ଠ ପର୍ବପର୍ବାଣି ମଧ୍ୟରେ ଗୋଟିଏ । ଏହି ପର୍ବ ବଡ ଧୁମଧାମରେ ପାଳିତ ହୋଇଥାଏ। କିନ୍ତୁ କରୋନା କାରଣରୁ ଗତ ଦୁଇବର୍ଷ ହେଲା ଚଇତି ପର୍ବ ରେ ବିନା ଭକ୍ତରେ କେବଳ ମାଙ୍କର ରୀତିନୀତି ପାଳିତ ହେଉଥିଲା। କଟକଣା ହଟିବାରୁ ଏବର୍ଷ ଶନିବାରଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହା ପାଳିତ ହେବାକୁ ଯାଉଛି । ଭକ୍ତ ମାନେ ମଧ୍ୟ ଅତି ଶ୍ରଦ୍ଧାର ସହିତ ଏହି ପବିତ୍ର […]

ଘଟଗାଁ/କେନ୍ଦୁଝର : ଚଇତି ପର୍ବ ମା ତାରିଣୀଙ୍କ ଅନ୍ୟତମ ଶ୍ରେଷ୍ଠ ପର୍ବପର୍ବାଣି ମଧ୍ୟରେ ଗୋଟିଏ । ଏହି ପର୍ବ ବଡ ଧୁମଧାମରେ ପାଳିତ ହୋଇଥାଏ। କିନ୍ତୁ କରୋନା କାରଣରୁ ଗତ ଦୁଇବର୍ଷ ହେଲା ଚଇତି ପର୍ବ ରେ ବିନା ଭକ୍ତରେ କେବଳ ମାଙ୍କର ରୀତିନୀତି ପାଳିତ ହେଉଥିଲା। କଟକଣା ହଟିବାରୁ ଏବର୍ଷ ଶନିବାରଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହା ପାଳିତ ହେବାକୁ ଯାଉଛି । ଭକ୍ତ ମାନେ ମଧ୍ୟ ଅତି ଶ୍ରଦ୍ଧାର ସହିତ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁଣ୍ଣ ହୁଏ ବୋଲି ବିଶ୍ବାସ ଅଛି । ତେଣୁ ଏହି ଦିନରେ ମାଙ୍କ ଦର୍ଶନ ଲାଗି ଦୁର ଦୁରାନ୍ତରୁ ଭକ୍ତ ମାନଙ୍କର ସୁଅ ଘଟଗାଁ ମା ତାରିଣୀଙ୍କ ପିଠକୁ ଛୁଟିଥାଏ ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମା ତାରିଣୀଙ୍କ ଘଟଗାଁ ପିଠ ରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ପବିତ୍ର ଚଇତି ପର୍ବ ଏବଂ ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦିର୍ଘ ୮୬ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ଏବର୍ଷ 86 ତମ ଚଇତି ପର୍ବ ପାଳିତ ହେଉଛି। ଏହି ଅବସରରେ ମାଙ୍କ ସୁନା ବେଶ ହେଉଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଛି । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଇତି ପର୍ବ ଅବସରରେ ବିଭିନ୍ନ ଅଂଚଳର ଶ୍ରଦ୍ଧାଳୁଙ୍କ ନିମନ୍ତେ ମଗଣାରେ ୭ଦିନ ଧରି ଅନ୍ନ ପ୍ରସାଦ ବଂଟନ କରାଯାଉଥିବା ସ୍ଥାନରେ ଭକ୍ତ ମାନଙ୍କ ଲମ୍ବା ଧାଡି ଥିବା ବେଳେ ପଣା ସଂକ୍ରାନ୍ତି ରେ ମାଙ୍କ ପ୍ରିୟ ପଣା ପାଇବା ପାଇଁ ଭକ୍ତ ମାନଙ୍କ ଭିଡ ଦେଖାଯାଇଥାଏ ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର