ପିଲାଙ୍କୁ ବିଷ ଦେଇ ମା’ର ଆତ୍ମହତ୍ଯା ଉଦ୍ଯମ; ୨ ପୁଅ ମୃତ, ମା’ ଓ ଝିଅ ଗୁରୁତର

The Sakala Picture
Published On

ଭୁବନେଶ୍ବର: ଚନ୍ଦକା ଥାନା ଅନ୍ତର୍ଗତ ବିଞ୍ଝଗିରି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ୩ ପିଲାଙ୍କୁ ବିଷ ଦେଇ ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ବିଷକ୍ରିୟାରେ ୨ ପୁଅ ପ୍ରାଣ ହରାଇଛନ୍ତି । ଆଉ ଜଣେ ଝିଅର ଅବସ୍ଥା ଗୁରୁତର ରହିଛି । ସେପଟେ ମା’ର ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ଉଭୟଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ମା’କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କିନ୍ତୁ […]

ଭୁବନେଶ୍ବର: ଚନ୍ଦକା ଥାନା ଅନ୍ତର୍ଗତ ବିଞ୍ଝଗିରି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ୩ ପିଲାଙ୍କୁ ବିଷ ଦେଇ ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ବିଷକ୍ରିୟାରେ ୨ ପୁଅ ପ୍ରାଣ ହରାଇଛନ୍ତି । ଆଉ ଜଣେ ଝିଅର ଅବସ୍ଥା ଗୁରୁତର ରହିଛି । ସେପଟେ ମା’ର ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ଉଭୟଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ମା’କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କିନ୍ତୁ ପୁଅର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମୃତ ପୁଅ ଦୁଇ ଜଣ ହେଲେ ବିଜୁ ଓ ରାଜୁ । ଜଣଙ୍କର ବୟସ ୪ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୩ ବର୍ଷ ବୋଲି ଜଣାପଡ଼ିଛି । ଯେଉଁ ଝିଅଟିର ଚିକିତ୍ସା ଚାଲିଛି ତାର ବୟସ ଦେଢ଼ ବର୍ଷ ବୋଲି ଜଣାପଡିଛି । ଖବର ପାଇ ଚନ୍ଦକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ମହିଳା ଜଣକ ହେଉଛନ୍ତି ବିଂଝଗିରି ଅଞ୍ଚଳ କନ୍ଦଲେଈ ଗାଁର ଜାନକୀ ଗାଗାରେଇ। ଜାନକୀଙ୍କ ସ୍ୱାମୀ ମୃତ୍ୟୁ ବରଣ କରିବା ପରେ ସେ ତାଙ୍କ ଦିଅରଙ୍କ ପାଖରେ ରହୁଥିଲେ। ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ମହିଳାଙ୍କ ଚେତା ଫେରିଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର