ବେଲଗାମ ତୈଳ ଦର: ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ଲଗାମ । ହୁ ହୁ ହୋଇ ବଢି ଚାଲିଛି ତୈଳ ଦର। ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ତେଲ ଦର । ନୂଆ ଦର ଲାଗୁ ପରେ ଦିଲ୍ଲୀରେ ପେଟ୍ରୋଲ ୧୦୨ ଟଙ୍କା ୬୧ ପଇସାରେ ହୋଇଥିବା ବେଳେ, ଡିଜେଲ ଦର ୯୩ […]

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ଲଗାମ । ହୁ ହୁ ହୋଇ ବଢି ଚାଲିଛି ତୈଳ ଦର। ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ତେଲ ଦର । ନୂଆ ଦର ଲାଗୁ ପରେ ଦିଲ୍ଲୀରେ ପେଟ୍ରୋଲ ୧୦୨ ଟଙ୍କା ୬୧ ପଇସାରେ ହୋଇଥିବା ବେଳେ, ଡିଜେଲ ଦର ୯୩ ଟଙ୍କା ୮୭ ପଇସାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୭ ଟଙ୍କା ୫୭ ପଇସାରେ ପହଞ୍ଚିଥିବାବେଳେ, ଡିଜେଲ ଦର ୧୦୧ ଟଙ୍କା ୭୯ ପଇସା ଛୁଇଁଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ୧୦୮ ଟଙ୍କା ୨୧ ପଇସାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଲିଟର ୮୪ ପଇସା ବୃଦ୍ଧି ପାଇ ୧୧୨ ଟଙ୍କା ୧୯ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୮୦ ପଇସା ବୃଦ୍ଧି ପାଇ ଲିଟର ପିଛା ଦର ୯୭ ଟଙ୍କା ୦୨ ପଇସା ଛୁଇଁଛି ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ନୂଆ ଦର ପରେ ରାଜଧାନୀରେ ପେଟ୍ରୋଲ ଦର ୧୦୯ ଟଙ୍କା ୬୮ ପଇସା ହୋଇଥିବାବେଳେ, ଡିଜେଲ ୯୯ ଟଙ୍କା ୩୮ ପଇସାରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

02 Apr 2022 By The Sakala

ବେଲଗାମ ତୈଳ ଦର: ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ଲଗାମ । ହୁ ହୁ ହୋଇ ବଢି ଚାଲିଛି ତୈଳ ଦର। ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ତେଲ ଦର । ନୂଆ ଦର ଲାଗୁ ପରେ ଦିଲ୍ଲୀରେ ପେଟ୍ରୋଲ ୧୦୨ ଟଙ୍କା ୬୧ ପଇସାରେ ହୋଇଥିବା ବେଳେ, ଡିଜେଲ ଦର ୯୩ ଟଙ୍କା ୮୭ ପଇସାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୭ ଟଙ୍କା ୫୭ ପଇସାରେ ପହଞ୍ଚିଥିବାବେଳେ, ଡିଜେଲ ଦର ୧୦୧ ଟଙ୍କା ୭୯ ପଇସା ଛୁଇଁଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ୧୦୮ ଟଙ୍କା ୨୧ ପଇସାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଲିଟର ୮୪ ପଇସା ବୃଦ୍ଧି ପାଇ ୧୧୨ ଟଙ୍କା ୧୯ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୮୦ ପଇସା ବୃଦ୍ଧି ପାଇ ଲିଟର ପିଛା ଦର ୯୭ ଟଙ୍କା ୦୨ ପଇସା ଛୁଇଁଛି ।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ନୂଆ ଦର ପରେ ରାଜଧାନୀରେ ପେଟ୍ରୋଲ ଦର ୧୦୯ ଟଙ୍କା ୬୮ ପଇସା ହୋଇଥିବାବେଳେ, ଡିଜେଲ ୯୯ ଟଙ୍କା ୩୮ ପଇସାରେ ପହଞ୍ଚିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର