ମନୋରଞ୍ଜନ
ଓଡ଼ିଶା
ଶୋଇଥିବା ବେଳେ ଘରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ନବକିସନପୁର ଗ୍ରାମରେ ମଙ୍ଗଳବାର ଅଘଟଣ ଘଟିଯାଇଛି। ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ସହିତ ଜଣେ ଜୀବନ୍ତ ଜଳି ଯାଇଛନ୍ତି। ମୃତକ ଜଣଙ୍କ ହେଲେ କୁଅଁର ଟୁଡୁ(୪୮)। ସୂଚନା ଅନୁଯାୟୀ, କୁଅଁର ଟୁଡୁ ଆଜି ନିଜ ନଡ଼ା ଛପର ଘରେ ଶୋଇଥିଲେ। ହଠାତ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇ ସେ ପ୍ରାଣ ହରାଇଛନ୍ତି। ପତ୍ନୀ ଗାଁ ଭିତରକୁ ଯାଇଥିବା ବେଳେ ଏହା ଘଟିଛି। ଖୁଣ୍ଟା ଦମକଳ […]
ବାରିପଦା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ନବକିସନପୁର ଗ୍ରାମରେ ମଙ୍ଗଳବାର ଅଘଟଣ ଘଟିଯାଇଛି। ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ସହିତ ଜଣେ ଜୀବନ୍ତ ଜଳି ଯାଇଛନ୍ତି। ମୃତକ ଜଣଙ୍କ ହେଲେ କୁଅଁର ଟୁଡୁ(୪୮)।
ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି
ସୂଚନା ଅନୁଯାୟୀ, କୁଅଁର ଟୁଡୁ ଆଜି ନିଜ ନଡ଼ା ଛପର ଘରେ ଶୋଇଥିଲେ। ହଠାତ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇ ସେ ପ୍ରାଣ ହରାଇଛନ୍ତି। ପତ୍ନୀ ଗାଁ ଭିତରକୁ ଯାଇଥିବା ବେଳେ ଏହା ଘଟିଛି। ଖୁଣ୍ଟା ଦମକଳ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି।






