ବାଂଲାଦେଶ ଓ ମିଆଁମାର ମୁହାଁ ବାତ୍ଯା, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

The Sakala Picture
Published On

ଭୁବନେଶ୍ୱର: ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ। ରାଜ୍ୟକୁ କ୍ରମାଗତ ଭାବେ ଗରମ ଓ ଉଷ୍ମବାୟୁ ପ୍ରବେଶ କରୁଥିବାରୁ ଏହି ସ୍ଥିତି ସୃଷ୍ଟି ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ହେବା ସହ ଏଠାରେ ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧୂକ ରହିବା ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଵାଭାବିକଠାରୁ ତାପମାତ୍ରା ୨ ଡିଗ୍ରୀରୁ ଅଧିକ ରହିବ ବୋଲି […]

ଭୁବନେଶ୍ୱର: ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ। ରାଜ୍ୟକୁ କ୍ରମାଗତ ଭାବେ ଗରମ ଓ ଉଷ୍ମବାୟୁ ପ୍ରବେଶ କରୁଥିବାରୁ ଏହି ସ୍ଥିତି ସୃଷ୍ଟି ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ହେବା ସହ ଏଠାରେ ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧୂକ ରହିବା ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଵାଭାବିକଠାରୁ ତାପମାତ୍ରା ୨ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୋମବାର ମଧ୍ୟ ଅନେକ ସ୍ଥାନରେ ତାତି ଅନୁଭୂତ ହୋଇଛି। ୪୦.୨ ଡିଗ୍ରୀ ସହ ଝାରସୁଗଡ଼ା ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ଟିଟଲାଗଡ଼, ବଲାଙ୍ଗୀର, ଏବଂ ବୌଦ୍ଧରେ ତାପମାତ୍ର ୪୦ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଇଏମଡି କହିଛି। ଏହା ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବସ୍ଥିତ ରହିଛି। । ଏବେ ଏହା ପୋର୍ଟବେୟାରଠାରୁ ୧୧୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେ ରହିଥିବା ବେଳେ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେଉଛି। ତେବେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ବାତ୍ୟାର ପ୍ରଭାବ ନ ଥିଲେ ମଧ୍ୟ ରାଜ୍ୟକୁ ବଙ୍ଗୋପସାଗରରୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ଆଶଙ୍କା କରାଯାଇଛି। ବୁଧବାରଠାରୁ ଏହାର ପ୍ରଭାବ ଅଧିକ ହେବାକୁ ଥିବା ବେଳେ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏହା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର