ଅର୍ଦ୍ଧେନ୍ଦୁଙ୍କ ପାଇଁ ବଢୁଛି ଅଡୁଆ: ଆସିଲା ଆଉ ଏକ ଠକେଇ ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର: ଟିଭି ଚ୍ୟାନେଲ୍‍ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ଆସିଲା ଆଉ ଏକ ଠକେଇ ଅଭିଯୋଗ । ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ଗାଳି ଗୁଲଜ […]

ଭୁବନେଶ୍ୱର: ଟିଭି ଚ୍ୟାନେଲ୍‍ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ଆସିଲା ଆଉ ଏକ ଠକେଇ ଅଭିଯୋଗ । ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ଗାଳି ଗୁଲଜ କରିବା ସହ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୁଲିସ ।

ଆହୁରି ପଢ଼ନ୍ତୁ: ନବୀନଙ୍କୁ ମାନସ ଓ ସୁଲତାଙ୍କ କୃତଜ୍ଞତା; ନୂଆ ଦାୟିତ୍ୱ ପାଇଁ ଶଙ୍ଖ ଭବନରେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଅଭିଯୋଗ ମୁତାବକ, ଏତଲାରେ ଭଡ଼ା ଘରକୁ ଠିକସେ ରକ୍ଷଣାବେକ୍ଷଣ ହେଉନଥିବା ଦର୍ଶାଯାଇଛି । ବିନା ଅନୁମତିରେ ଘର କାନ୍ଥ ଖୋଲିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଏନେଇ ବାରମ୍ବାର ଜଣାଇଲେ ଥିଲେ ଘର ମାଲିକ । ପ୍ରତି ବଦଳରେ ଅର୍ଦ୍ଧେନ୍ଦୁ ଦାସ ଘର ମାଲିକ ବିଶ୍ୱଜିତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବକେୟା ଟଙ୍କା ସହ ଘର ଛାଡ଼ିବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ଘର ମାଲିକ । ତେଣୁ ଯଥାଶୀଘ୍ର ବାକି ଥିବା ଘର ଭଡ଼ା ପ୍ରଦାନ କରିବାକୁ ଏତଲାରେ ଦର୍ଶାଇଛନ୍ତି ବିଶ୍ୱଜିତ୍ ।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ସେହପରି ପୂର୍ବରୁ ଇଓଡବ୍ଲୁ ଓ କଟକ ପୁରୀଘାଟ ଥାନାରେ ଦୁଇଟି ଠକେଇ ଅଭିଯୋଗ ହୋଇଛି । ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଅର୍ଦ୍ଧେନ୍ଦୁ ଦାସଙ୍କ ଜାଗମରାସ୍ଥିତ ବାସଭବନରେ ଚଢ଼ାଉ କରିଥିଲା ଇଓଡବ୍ଲୁ ।

ଆହୁରି ପଢ଼ନ୍ତୁ: ଫେସବୁକରେ ଲାଇଭ କରି ହଷ୍ଟେଲରେ ଝୁଲି ପଡିଲେ ଯୁବତୀ, କାରଣ ଅସ୍ପଷ୍ଟ

29 Jun 2022 By The Sakala

ଅର୍ଦ୍ଧେନ୍ଦୁଙ୍କ ପାଇଁ ବଢୁଛି ଅଡୁଆ: ଆସିଲା ଆଉ ଏକ ଠକେଇ ଅଭିଯୋଗ

ଭୁବନେଶ୍ୱର: ଟିଭି ଚ୍ୟାନେଲ୍‍ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ଆସିଲା ଆଉ ଏକ ଠକେଇ ଅଭିଯୋଗ । ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ଗାଳି ଗୁଲଜ କରିବା ସହ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୁଲିସ ।

ଅଭିଯୋଗ ମୁତାବକ, ଏତଲାରେ ଭଡ଼ା ଘରକୁ ଠିକସେ ରକ୍ଷଣାବେକ୍ଷଣ ହେଉନଥିବା ଦର୍ଶାଯାଇଛି । ବିନା ଅନୁମତିରେ ଘର କାନ୍ଥ ଖୋଲିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଏନେଇ ବାରମ୍ବାର ଜଣାଇଲେ ଥିଲେ ଘର ମାଲିକ । ପ୍ରତି ବଦଳରେ ଅର୍ଦ୍ଧେନ୍ଦୁ ଦାସ ଘର ମାଲିକ ବିଶ୍ୱଜିତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବକେୟା ଟଙ୍କା ସହ ଘର ଛାଡ଼ିବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ଘର ମାଲିକ । ତେଣୁ ଯଥାଶୀଘ୍ର ବାକି ଥିବା ଘର ଭଡ଼ା ପ୍ରଦାନ କରିବାକୁ ଏତଲାରେ ଦର୍ଶାଇଛନ୍ତି ବିଶ୍ୱଜିତ୍ ।

ସେହପରି ପୂର୍ବରୁ ଇଓଡବ୍ଲୁ ଓ କଟକ ପୁରୀଘାଟ ଥାନାରେ ଦୁଇଟି ଠକେଇ ଅଭିଯୋଗ ହୋଇଛି । ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଅର୍ଦ୍ଧେନ୍ଦୁ ଦାସଙ୍କ ଜାଗମରାସ୍ଥିତ ବାସଭବନରେ ଚଢ଼ାଉ କରିଥିଲା ଇଓଡବ୍ଲୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର