ମନୋରଞ୍ଜନ
ଓଡ଼ିଶା
ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ୨ ମୃତ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ଯୁ ଘଟିଛି। ମୃତକ ୨ଜଣ ହେଲେ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ପାଣିଗ୍ରାହୀ (୬୦) ଓ ସୁଆଗି ସେଠୀ (୫୦) । ସୂଚନା ଅନୁଯାୟୀ, ପଞ୍ଚାନନ ଓ ସୁଆଗି ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥିବା ବେଳେ ଏକ ହାତୀ ସହିତ ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ପଞ୍ଚାନନ […]
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ଯୁ ଘଟିଛି। ମୃତକ ୨ଜଣ ହେଲେ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ପାଣିଗ୍ରାହୀ (୬୦) ଓ ସୁଆଗି ସେଠୀ (୫୦) ।
ସୂଚନା ଅନୁଯାୟୀ, ପଞ୍ଚାନନ ଓ ସୁଆଗି ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥିବା ବେଳେ ଏକ ହାତୀ ସହିତ ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ପଞ୍ଚାନନ ଓ ସୁଆଗିଙ୍କୁ ହାତୀ ଶୁଣ୍ଢରେ କଚାଡି ଓ ପାଦରେ ଦଳି ଚକଟି ଆକ୍ରମଣ କରିବା ସହ ଜୀବନରୁ ମାରି ଦେଇଥିଲା ।ଏପରିକି ବହୁ ସମୟ ଧରି ହାତୀ ଘଟଣାସ୍ଥଳରେ ଜଗି ରହିଥିଲା। ଖବର ପାଇ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ହାତୀକୁ ଘଉଡାଇ ଦେଇଥିଲେ । ଏହାପରେ ଖବର ପାଇ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅଫିସର ପ୍ରତାପ ଚନ୍ଦ୍ର ରାଉଳ ଏବଂ ଛେଣ୍ଡିପଦା ଥାନା ପୁଲିସ ପଦାଧିକାରୀ ଏବଂ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଥିଲେ।
ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ଉତେଜନା ଦେଖାଯାଇଥିଲା ଏବଂ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଆନ୍ଦୋଳନ କରିଥିଲେ । ସେହିପରି ସରକାରଙ୍କ ନୀତି ନିୟମ ଅନୁଯାୟୀ ମୃତକଙ୍କ ପରିବାର ବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ବିଭାଗୀୟ ପ୍ରତିଶୃତି ଦେଇଥିଲେ । ଏହାପରେ ଯାଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବିଶେଷ କରି ନରହନ୍ତା ଦନ୍ତାହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ । ଏହାପରେ ମୃତକ ଦ୍ବୟଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏ ନେଇ ଗ୍ରାମରେ ଦୁଃଖଦ ତଥା ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।