ବର୍ଷା ଅଭାବରୁ ଶୁଖିଗଲାଣି ସାତକୋଶିଆ ଅଭୟାରଣ୍ୟର ନାଳ ଓ ଝରଣା; ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ

The Sakala Picture
Published On

ଅନୁଗୋଳ: ଅନୁଗୋଳରେ କ୍ରମଶଃ ବଢ଼ିଚାଲିଛି ତାପମାତ୍ରା। ଗତକାଲି ଏଠାରେ ତାପମାତ୍ରା ବୃଦ୍ଧି ପାଇ ୪୩.୭ ଡିଗ୍ରୀ ଥିଲା । ଅନ୍ୟପଟେ ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନାହିଁ। ତେଣୁ ଏହାର ପ୍ରଭାବ କେବଳ ମଣିଷ କାହିଁକି ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି। ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଥିବା ପ୍ରାକୃତିକ ନାଳ, ଜଙ୍ଗଲୀ ଝରଣା ଓ ଜଳାଶୟ ଏବେଠାରୁ ଶୁଖିଗଲାଣି। ତେଣୁ ପାଣି ପାଇଁ ବନ୍ୟଜନ୍ତୁ ଡହକବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ […]

ଅନୁଗୋଳ: ଅନୁଗୋଳରେ କ୍ରମଶଃ ବଢ଼ିଚାଲିଛି ତାପମାତ୍ରା। ଗତକାଲି ଏଠାରେ ତାପମାତ୍ରା ବୃଦ୍ଧି ପାଇ ୪୩.୭ ଡିଗ୍ରୀ ଥିଲା । ଅନ୍ୟପଟେ ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନାହିଁ। ତେଣୁ ଏହାର ପ୍ରଭାବ କେବଳ ମଣିଷ କାହିଁକି ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି। ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଥିବା ପ୍ରାକୃତିକ ନାଳ, ଜଙ୍ଗଲୀ ଝରଣା ଓ ଜଳାଶୟ ଏବେଠାରୁ ଶୁଖିଗଲାଣି। ତେଣୁ ପାଣି ପାଇଁ ବନ୍ୟଜନ୍ତୁ ଡହକବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଗତ ଦୁଇମାସ ହେଲା (ମାର୍ଚ୍ଚ ଓ ଅପ୍ରେଲ )ଅନୁଗୋଳ ଜିଲ୍ଲାରେ ଆଶାତିତ ଭାବେ ତାପମାତ୍ରା ବଢ଼ିବା ସହ ଅସମ୍ଭାଳ ତତଲା ପବନ ବହୁଛି। ତା’ ସାଙ୍ଗକୁ ପାଣି ବର୍ଷା ବଦଳରେ ଆକାଶରୁ ହେଉଛି ଅଗ୍ନି ବର୍ଷା। ତତଲା କଡ଼େଇରେ ସିଝୁଛି ସାରା ଅନୁଗୋଳ। ତାପମାତ୍ରା ୪୪ଡିଗ୍ରୀ ପାର ହେଲାଣି। ଅସ୍ତବ୍ୟସ୍ତ ହୋଇ ଗଲାଣି ସାଧାରଣ ଜୀବନ। ଏଭଳି ପରିସ୍ଥିତିରେ କେବଳ ମଣିଷ କାହିଁକି ସମସ୍ତ ଜୀବଜନ୍ତୁ ମଧ୍ୟ ଛଟପଟ ହେଉଛନ୍ତି। ପ୍ରଚଣ୍ଡ ଖରାରେ ଗଛପତ୍ର ସବୁ ଶୁଖି ଯାଉଥିବା ବେଳେ ଘଞ୍ଚ ଜଙ୍ଗଲରେ ଛାଇ ଟିକେ ଖୋଜିବାକୁ ପଡୁଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡ଼ିଛି। ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସହ ଜଳାଭାବ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରିଛି। ଖରା କ୍ରମଶଃ ବଢ଼ୁଥିବାରୁ ଏବେଠାରୁ ଜଙ୍ଗଲର ବହୁ ଜାଗାରେ ନିଆଁ ଲାଗିଲାଣି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିଯାଇଛି। ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ଇତସ୍ତତଃ ହୋଇ ପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଗତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି କିଛି ବର୍ଷା ହୋଇଥିଲା। ତେଣୁ ଜଙ୍ଗଲ ଭିତରେ ଏତେଟା ଜଳସଙ୍କଟ ଦେଖାଦେଇ ନଥିଲା। ହେଲେ ଚଳିତବର୍ଷ ଆକାଶରୁ ଟୋପାଏ ପାଣି ପଡ଼ିନି। ଆଗକୁ କ’ଣ ହେବ, ତାହା କହିବା ମୁସ୍କିଲ। ଅନୁଗୋଳରେ ପ୍ରତିବର୍ଷ ହାରାହାରି ତାପମାତ୍ରା ବଢ଼ିଚାଲିଛି। ତେଣୁ ଜଳାଭାବ ଉତ୍କଟ ହେବାରେ ଲାଗିଛି। ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ହେଉଛି। ତେଣୁ ପ୍ରାକୃତିକ ନାଳଗୁଡିକ ମାଟିରେ ପୋତି ହୋଇଯାଉଛି। ଗତ ଫେବୃଆରୀ ମାସରୁ ହିଁ ପାଣି ଶୁଖି ଯାଉଛି। ବନ ବିଭାଗ ତରଫରୁ ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ଛୋଟ ଛୋଟ ଜଳାଶୟ ଖୋଳିବାର ଆବଶ୍ୟକତା ରହିଛି। ଏହାଛଡ଼ା ଚଳିତ ବର୍ଷ ଯେଉଁଭଳି ଭାବେ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯାଇଛି, ଅସ୍ଥାୟୀ କୁଣ୍ଡ କରି ସେଥିରେ ପାଣି ଭର୍ତ୍ତି ନକଲେ ବହୁ ଜୀବଜନ୍ତୁ ପାଣି ବିନା ମୃତ୍ୟୁବରଣ କରିବେ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଣିଷ ନିଜ ବୁଦ୍ଧି ବଳରେ ମୁକାବିଲା କରିପାରୁଛି। ପାଣି ବିନା ହରିଣ, କୁଟୁରା ଓ ହାତୀ ଭଳି ଜୀବମାନେ ରାସ୍ତା ଉପରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ବନ୍ୟଜନ୍ତୁ ପାଣି ବିନା ମରିପଡ଼ିଥିବା ଦେଖାଯାଇଛି। ଜଙ୍ଗଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ବନ୍ୟଜନ୍ତୁ କିଭଳି ବଞ୍ଚିବେ ତାହା ଚିନ୍ତାର କାରଣ ପାଲଟିଛି। ଏବେ କେବଳ ବର୍ଷା ହିଁ ଏହି ସମସ୍ୟାର ସମାଧାନ କରିପାରିବ ବୋଲି ବନ୍ୟପ୍ରାଣୀ ତତ୍ତ୍ବାବଧାରକମାନେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

20 Apr 2024 By The Sakala

ବର୍ଷା ଅଭାବରୁ ଶୁଖିଗଲାଣି ସାତକୋଶିଆ ଅଭୟାରଣ୍ୟର ନାଳ ଓ ଝରଣା; ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ

ଅନୁଗୋଳ: ଅନୁଗୋଳରେ କ୍ରମଶଃ ବଢ଼ିଚାଲିଛି ତାପମାତ୍ରା। ଗତକାଲି ଏଠାରେ ତାପମାତ୍ରା ବୃଦ୍ଧି ପାଇ ୪୩.୭ ଡିଗ୍ରୀ ଥିଲା । ଅନ୍ୟପଟେ ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନାହିଁ। ତେଣୁ ଏହାର ପ୍ରଭାବ କେବଳ ମଣିଷ କାହିଁକି ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି। ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଥିବା ପ୍ରାକୃତିକ ନାଳ, ଜଙ୍ଗଲୀ ଝରଣା ଓ ଜଳାଶୟ ଏବେଠାରୁ ଶୁଖିଗଲାଣି। ତେଣୁ ପାଣି ପାଇଁ ବନ୍ୟଜନ୍ତୁ ଡହକବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।

ଗତ ଦୁଇମାସ ହେଲା (ମାର୍ଚ୍ଚ ଓ ଅପ୍ରେଲ )ଅନୁଗୋଳ ଜିଲ୍ଲାରେ ଆଶାତିତ ଭାବେ ତାପମାତ୍ରା ବଢ଼ିବା ସହ ଅସମ୍ଭାଳ ତତଲା ପବନ ବହୁଛି। ତା’ ସାଙ୍ଗକୁ ପାଣି ବର୍ଷା ବଦଳରେ ଆକାଶରୁ ହେଉଛି ଅଗ୍ନି ବର୍ଷା। ତତଲା କଡ଼େଇରେ ସିଝୁଛି ସାରା ଅନୁଗୋଳ। ତାପମାତ୍ରା ୪୪ଡିଗ୍ରୀ ପାର ହେଲାଣି। ଅସ୍ତବ୍ୟସ୍ତ ହୋଇ ଗଲାଣି ସାଧାରଣ ଜୀବନ। ଏଭଳି ପରିସ୍ଥିତିରେ କେବଳ ମଣିଷ କାହିଁକି ସମସ୍ତ ଜୀବଜନ୍ତୁ ମଧ୍ୟ ଛଟପଟ ହେଉଛନ୍ତି। ପ୍ରଚଣ୍ଡ ଖରାରେ ଗଛପତ୍ର ସବୁ ଶୁଖି ଯାଉଥିବା ବେଳେ ଘଞ୍ଚ ଜଙ୍ଗଲରେ ଛାଇ ଟିକେ ଖୋଜିବାକୁ ପଡୁଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡ଼ିଛି। ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସହ ଜଳାଭାବ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରିଛି। ଖରା କ୍ରମଶଃ ବଢ଼ୁଥିବାରୁ ଏବେଠାରୁ ଜଙ୍ଗଲର ବହୁ ଜାଗାରେ ନିଆଁ ଲାଗିଲାଣି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିଯାଇଛି। ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ଇତସ୍ତତଃ ହୋଇ ପଡ଼ିଛନ୍ତି।

ଗତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି କିଛି ବର୍ଷା ହୋଇଥିଲା। ତେଣୁ ଜଙ୍ଗଲ ଭିତରେ ଏତେଟା ଜଳସଙ୍କଟ ଦେଖାଦେଇ ନଥିଲା। ହେଲେ ଚଳିତବର୍ଷ ଆକାଶରୁ ଟୋପାଏ ପାଣି ପଡ଼ିନି। ଆଗକୁ କ’ଣ ହେବ, ତାହା କହିବା ମୁସ୍କିଲ। ଅନୁଗୋଳରେ ପ୍ରତିବର୍ଷ ହାରାହାରି ତାପମାତ୍ରା ବଢ଼ିଚାଲିଛି। ତେଣୁ ଜଳାଭାବ ଉତ୍କଟ ହେବାରେ ଲାଗିଛି। ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ହେଉଛି। ତେଣୁ ପ୍ରାକୃତିକ ନାଳଗୁଡିକ ମାଟିରେ ପୋତି ହୋଇଯାଉଛି। ଗତ ଫେବୃଆରୀ ମାସରୁ ହିଁ ପାଣି ଶୁଖି ଯାଉଛି। ବନ ବିଭାଗ ତରଫରୁ ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ଛୋଟ ଛୋଟ ଜଳାଶୟ ଖୋଳିବାର ଆବଶ୍ୟକତା ରହିଛି। ଏହାଛଡ଼ା ଚଳିତ ବର୍ଷ ଯେଉଁଭଳି ଭାବେ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯାଇଛି, ଅସ୍ଥାୟୀ କୁଣ୍ଡ କରି ସେଥିରେ ପାଣି ଭର୍ତ୍ତି ନକଲେ ବହୁ ଜୀବଜନ୍ତୁ ପାଣି ବିନା ମୃତ୍ୟୁବରଣ କରିବେ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଣିଷ ନିଜ ବୁଦ୍ଧି ବଳରେ ମୁକାବିଲା କରିପାରୁଛି। ପାଣି ବିନା ହରିଣ, କୁଟୁରା ଓ ହାତୀ ଭଳି ଜୀବମାନେ ରାସ୍ତା ଉପରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ବନ୍ୟଜନ୍ତୁ ପାଣି ବିନା ମରିପଡ଼ିଥିବା ଦେଖାଯାଇଛି। ଜଙ୍ଗଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ବନ୍ୟଜନ୍ତୁ କିଭଳି ବଞ୍ଚିବେ ତାହା ଚିନ୍ତାର କାରଣ ପାଲଟିଛି। ଏବେ କେବଳ ବର୍ଷା ହିଁ ଏହି ସମସ୍ୟାର ସମାଧାନ କରିପାରିବ ବୋଲି ବନ୍ୟପ୍ରାଣୀ ତତ୍ତ୍ବାବଧାରକମାନେ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର