ଗାଁ ସଭାପତିଙ୍କୁ ହତ୍ୟା, ଘଟଣାସ୍ଥଳରୁ ମିଳିଲା ସିରିଞ୍ଜ ଓ ହାତଲେଖା ଚିଠି
ଅନୁଗୁଳ: ଅନୁଗୁଳ ଆମ୍ବପାଳ ଗାଁ ସଭାପତିଙ୍କୁ ହତ୍ୟା ଅଭିଯୋଗ। ଘଟଣାସ୍ଥଳରୁ ସିରିଞ୍ଜ ଓ ହାତଲେଖା ଚିଠି ଜବତ ହୋଇଛି। ପୂର୍ବ ଶତ୍ରୁତାରୁ ସଭାପତିଙ୍କ ହତ୍ୟା କରାଯାଇଥିବା ଚିଠିରୁ ସ୍ପଷ୍ଟ ହୋଇଛି। ଘରଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ବାଳକୃଷ୍ଣ ନାୟକକୁ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ନିଜ ଘର ଠାରୁ କୁକୁଡ଼ା ଫାର୍ମଟି କିଛି ଦୂରରେ ରହିଥିଲା । ଫଳରେ ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ଫାର୍ମ ହାଉସ ଭିତରେ ପଶି […]
ଅନୁଗୁଳ: ଅନୁଗୁଳ ଆମ୍ବପାଳ ଗାଁ ସଭାପତିଙ୍କୁ ହତ୍ୟା ଅଭିଯୋଗ। ଘଟଣାସ୍ଥଳରୁ ସିରିଞ୍ଜ ଓ ହାତଲେଖା ଚିଠି ଜବତ ହୋଇଛି। ପୂର୍ବ ଶତ୍ରୁତାରୁ ସଭାପତିଙ୍କ ହତ୍ୟା କରାଯାଇଥିବା ଚିଠିରୁ ସ୍ପଷ୍ଟ ହୋଇଛି। ଘରଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ବାଳକୃଷ୍ଣ ନାୟକକୁ ହତ୍ୟା କରାଯାଇଛି।
ସୂଚନା ଅନୁଯାୟୀ, ନିଜ ଘର ଠାରୁ କୁକୁଡ଼ା ଫାର୍ମଟି କିଛି ଦୂରରେ ରହିଥିଲା । ଫଳରେ ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ଫାର୍ମ ହାଉସ ଭିତରେ ପଶି ବାଳକୃଷ୍ଣଙ୍କୁ ଧରି କିଛି ଇଞ୍ଜେକସନ ଫୋଡ଼ି ଦେଇ ପଳାଇ ଯାଇଥିଲେ । ପରେ ପରେ ବାଳକୃଷ୍ଣ ବିଷଜ୍ୱଳାରେ ଛଟପଟ ହେବା ସହ ବାନ୍ତି କରିଥିଲେ ଏବଂ ଅଚେତ ହୋଇଯାଇଥିଲେ । ଏହା ଦେଖି ପରିବାର ଲୋକ ତାଙ୍କୁ ଅନୁଗୁଳ ଭର୍ତ୍ତି ଡାକ୍ତରଖାନାରେ କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
ତେବେ ଫାର୍ମରେ ଶୋଇଥିବା ସ୍ଥାନରୁ ପରିବାର ଲୋକେ ଏକ ହାତ ଲେଖା ବେନାମୀ ଚିଠି ପାଇଥିଲେ । ଯେଉଁଥିରେ ସଭାପତି ମହୋଦୟ , ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା , ଆଜି ପୁରଣ ହେଲା ବୋଲି ଲେଖାଯାଇଛି । ଏହାଛଡା ଦୁଇଟି ସିରିଞ୍ଜ ମଧ୍ୟ ଘଟଣାସ୍ଥଳରୁ ମିଳିଛି । କିଏ ଓ କାହିଁକି ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଳକୃଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ତଦନ୍ତ କରୁଛି ।






