ଅନୁଗୁଳ DIG ବ୍ରିଜେଶ ରାୟଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର : ଅନୁଗୁଳ DIG ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି। ବ୍ରିଜେଶ ରାୟଙ୍କୁ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରିଜେଶଙ୍କ ପତ୍ନୀଙ୍କ ବିରୋଧରେ ଆସିଥିଲା ମହିଳା ହୋମ୍‌ଗାର୍ଡଙ୍କୁ ନିର୍ଯାତନା ଦେବା ଅଭିଯୋଗ । ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ୟାତନା ଦେଇଥିବା ଅଭିଯୋଗ ଆସିଥିଲା । ଏପରିକି ନିର୍ୟାତନାରେ ଅତିଷ୍ଠ ହୋଇ ହୋମଗାର୍ଡ […]

ଭୁବନେଶ୍ବର : ଅନୁଗୁଳ DIG ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି। ବ୍ରିଜେଶ ରାୟଙ୍କୁ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ

ବ୍ରିଜେଶଙ୍କ ପତ୍ନୀଙ୍କ ବିରୋଧରେ ଆସିଥିଲା ମହିଳା ହୋମ୍‌ଗାର୍ଡଙ୍କୁ ନିର୍ଯାତନା ଦେବା ଅଭିଯୋଗ । ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ୟାତନା ଦେଇଥିବା ଅଭିଯୋଗ ଆସିଥିଲା । ଏପରିକି ନିର୍ୟାତନାରେ ଅତିଷ୍ଠ ହୋଇ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଓ ଦୁଇଟି ଯାକ ଗୋଡ଼ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଉକ୍ତ ହୋମଗାର୍ଡ ଏବେ ଚିକିତ୍ସିତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

ତେବେ ଏନେଇ ବ୍ରିଜେଶ ରାୟ ଦେଇଥିବା ପ୍ରତିକ୍ରିୟା ରଖିଛନ୍ତି ଡିଆଇଜି ବ୍ରିଜେଶ ରାୟ। ସେ କହିଛନ୍ତି, ମହିଳା ହୋମଗାର୍ଡ ଏଠାରେ କାମ କରୁଥିଲେ, ତାଙ୍କର କୌଣସି ଅସୁବିଧା ନଥିଲା। ବେଳେବେଳେ ବ୍ୟକ୍ତିଗତ ଜୀବନରେ ସେ ଅନ୍ୟମନସ୍କ ରହୁଥିଲେ। ବଡ଼ଝିଅର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଚିନ୍ତିତ ରହୁଥିଲେ। ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ସେ ବିଚଳିତ ଥିଲେ, ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ମଧ୍ୟ କୁହାଯାଇଥିଲା। ତାଙ୍କ ମନରେ କଣ ଥିଲା କହି ହେବନି। ସେ ହଠାତ ଫେରୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ କୌଣସି ପ୍ରକାରର ନିର୍ଯ୍ୟାତନା ଦିଆଯାଇନଥିଲା। ଆମେ ତାଙ୍କୁ ନିଜର ପରିବାର ଭଳି ଭାବୁଥିଲୁ। ସେ କେବେବି କୌଣସି ପ୍ରକାରର ସମସ୍ୟା ନେଇ ମୋ ପାଖରେ କିମ୍ବା ତାଙ୍କ ହୋମଗାର୍ଡ କାମାଣ୍ଡାଣ୍ଟ, ଆର ଆଇଙ୍କ ପାଖରେ ଅଭିଯୋଗ କରି ନାହାନ୍ତି। ଆମେ ତାଙ୍କର ଯାହାବି ଅସୁବିଧା ହୋଇଛି, ସେଥିପାଇଁ ଦୁଃଖ ପ୍ରକାଶ କରୁଛୁ, ସେ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କହିଛନ୍ତି ବ୍ରିଜେଶ ରାୟ।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

22 Aug 2023 By The Sakala

ଅନୁଗୁଳ DIG ବ୍ରିଜେଶ ରାୟଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଅନୁଗୁଳ DIG ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି। ବ୍ରିଜେଶ ରାୟଙ୍କୁ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରିଜେଶଙ୍କ ପତ୍ନୀଙ୍କ ବିରୋଧରେ ଆସିଥିଲା ମହିଳା ହୋମ୍‌ଗାର୍ଡଙ୍କୁ ନିର୍ଯାତନା ଦେବା ଅଭିଯୋଗ । ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ୟାତନା ଦେଇଥିବା ଅଭିଯୋଗ ଆସିଥିଲା । ଏପରିକି ନିର୍ୟାତନାରେ ଅତିଷ୍ଠ ହୋଇ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଓ ଦୁଇଟି ଯାକ ଗୋଡ଼ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଉକ୍ତ ହୋମଗାର୍ଡ ଏବେ ଚିକିତ୍ସିତ ହେଉଛନ୍ତି ।

ତେବେ ଏନେଇ ବ୍ରିଜେଶ ରାୟ ଦେଇଥିବା ପ୍ରତିକ୍ରିୟା ରଖିଛନ୍ତି ଡିଆଇଜି ବ୍ରିଜେଶ ରାୟ। ସେ କହିଛନ୍ତି, ମହିଳା ହୋମଗାର୍ଡ ଏଠାରେ କାମ କରୁଥିଲେ, ତାଙ୍କର କୌଣସି ଅସୁବିଧା ନଥିଲା। ବେଳେବେଳେ ବ୍ୟକ୍ତିଗତ ଜୀବନରେ ସେ ଅନ୍ୟମନସ୍କ ରହୁଥିଲେ। ବଡ଼ଝିଅର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଚିନ୍ତିତ ରହୁଥିଲେ। ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ସେ ବିଚଳିତ ଥିଲେ, ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ମଧ୍ୟ କୁହାଯାଇଥିଲା। ତାଙ୍କ ମନରେ କଣ ଥିଲା କହି ହେବନି। ସେ ହଠାତ ଫେରୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ କୌଣସି ପ୍ରକାରର ନିର୍ଯ୍ୟାତନା ଦିଆଯାଇନଥିଲା। ଆମେ ତାଙ୍କୁ ନିଜର ପରିବାର ଭଳି ଭାବୁଥିଲୁ। ସେ କେବେବି କୌଣସି ପ୍ରକାରର ସମସ୍ୟା ନେଇ ମୋ ପାଖରେ କିମ୍ବା ତାଙ୍କ ହୋମଗାର୍ଡ କାମାଣ୍ଡାଣ୍ଟ, ଆର ଆଇଙ୍କ ପାଖରେ ଅଭିଯୋଗ କରି ନାହାନ୍ତି। ଆମେ ତାଙ୍କର ଯାହାବି ଅସୁବିଧା ହୋଇଛି, ସେଥିପାଇଁ ଦୁଃଖ ପ୍ରକାଶ କରୁଛୁ, ସେ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କହିଛନ୍ତି ବ୍ରିଜେଶ ରାୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର