କୋଟିଆ ନିର୍ବାଚନ ଉପରେ ଲାଗିଲା ରୋକ୍, ରହିତାଦେଶ ଜାରି କଲେ ଆନ୍ଧ୍ର ହାଇକୋର୍ଟ‌‌

The Sakala Picture
Published On

ଭୁବନେଶ୍ବର : କୋଟିଆରେ ହେବନି ନିର୍ବାଚନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ । ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ପଡୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି । ଏପ୍ରିଲ୍‌ ୮ ତାରିଖରେ ଆନ୍ଧ୍ର ସରକାର ଜିଲ୍ଲାପରିଷଦ ଏବଂ ମଣ୍ଡଳ ସ୍ତରୀୟ ନିର୍ବାଚନ କୋଟିଆରେ କରିବାକୁ ଯାଉଥିଲା । ଏହି ନିର୍ବାଚନ ଉପରେ ଏବେ ରୋକ୍‌ ଲାଗିଛି । ଆନ୍ଧ୍ରପ୍ରେଦଶ ଉଚ୍ଚନ୍ୟାୟାଳୟ […]

ଭୁବନେଶ୍ବର : କୋଟିଆରେ ହେବନି ନିର୍ବାଚନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ । ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ପଡୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି । ଏପ୍ରିଲ୍‌ ୮ ତାରିଖରେ ଆନ୍ଧ୍ର ସରକାର ଜିଲ୍ଲାପରିଷଦ ଏବଂ ମଣ୍ଡଳ ସ୍ତରୀୟ ନିର୍ବାଚନ କୋଟିଆରେ କରିବାକୁ ଯାଉଥିଲା । ଏହି ନିର୍ବାଚନ ଉପରେ ଏବେ ରୋକ୍‌ ଲାଗିଛି । ଆନ୍ଧ୍ରପ୍ରେଦଶ ଉଚ୍ଚନ୍ୟାୟାଳୟ ଏନେଇ ରହିତାଦେଶ ଲଗାଇଛନ୍ତି । ପୂର୍ବରୁ ବିରୋଧୀ ଦଳ ନିର୍ବାଚନ ସମୟ ଅବଧିକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଖେଇ କାଠ ନେବାକୁ ନେଇ ବିବାଦ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା

ଗତ କିଛି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିଥିବାବେଳେ ଏବେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଚାଲ କରିଥିଲା ପଡୋଶୀ ଆନ୍ଧ୍ରପ୍ରଦେଶ । ଅପ୍ରେଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ୍ ଗ୍ରହଣ ହେବା ନେଇ ସ୍ଥିରିକୃତ ହୋଇଥିଲା । ୧୦ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି କମିଶନ କହିଥିଲେ । କୋଟିଆର ତଳ ଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା  ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା। ସରକାରୀ ବିଜ୍ଞପ୍ତିକୁ ଚାଲେଂଜ କରି ବିରୋଧୀ ଟିଡିପି, ବିଜେପି ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ନିର୍ବାଚନ ସ୍ଥଗିତ ଆଦେଶ କୋର୍ଟ ଦେଇଛନ୍ତି। ଆନ୍ଧ୍ରରେ ନିର୍ବାଚନ ସ୍ଥଗିତ ହୋଇଥିବାରୁ କୋଟିଆ ନିର୍ବାଚନ ବି ବନ୍ଦ ହୋଇଛି।

ଆହୁରି ପଢ଼ନ୍ତୁ: ପଡ଼ିଲା ହାତ ଗଣ୍ଠି, ବିବାହ ବନ୍ଧନରେ ବାନ୍ଧି ହେଲେ ଏକାମ୍ରଧିପତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ; ଯୁଗଳବନ୍ଦୀ ଦର୍ଶନ ପାଇଁ ଭିଡ଼

ସେପଟେ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲେ ସୁଦ୍ଧା ଆନ୍ଧ୍ର ନିର୍ବାଚନ କରିଥିଲେ । ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବମାନନା କରିଥିଲା ଆନ୍ଧ୍ର ପ୍ରଦେଶ । ପୁନର୍ବାର କରାଯାଉଥିବା ନିର୍ବାଚନକୁ ନେଇ ଖୋଦ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଜାର କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ନିର୍ବାଚନ କରାଯିବ । ବର୍ତ୍ତମାନ ଏହି ମାମଲାରେ ବିଚରାଧିନ ରହିଥିବାରୁ ନିର୍ବାଚନ ହୋଇପାରିବ ନାହିଁ ବୋଲି କହିଛନ୍ତି ଆନ୍ଧ୍ର ହାଇକୋର୍ଟ । ଏହି କାରଣରୁ କୋଟିଆରେ ସ୍ଥଗିତ ରହିବ ଆନ୍ଧ୍ର ନିର୍ବାଚନ ।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

06 Apr 2021 By The Sakala

କୋଟିଆ ନିର୍ବାଚନ ଉପରେ ଲାଗିଲା ରୋକ୍, ରହିତାଦେଶ ଜାରି କଲେ ଆନ୍ଧ୍ର ହାଇକୋର୍ଟ‌‌

ଭୁବନେଶ୍ବର : କୋଟିଆରେ ହେବନି ନିର୍ବାଚନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ । ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ପଡୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି । ଏପ୍ରିଲ୍‌ ୮ ତାରିଖରେ ଆନ୍ଧ୍ର ସରକାର ଜିଲ୍ଲାପରିଷଦ ଏବଂ ମଣ୍ଡଳ ସ୍ତରୀୟ ନିର୍ବାଚନ କୋଟିଆରେ କରିବାକୁ ଯାଉଥିଲା । ଏହି ନିର୍ବାଚନ ଉପରେ ଏବେ ରୋକ୍‌ ଲାଗିଛି । ଆନ୍ଧ୍ରପ୍ରେଦଶ ଉଚ୍ଚନ୍ୟାୟାଳୟ ଏନେଇ ରହିତାଦେଶ ଲଗାଇଛନ୍ତି । ପୂର୍ବରୁ ବିରୋଧୀ ଦଳ ନିର୍ବାଚନ ସମୟ ଅବଧିକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଗତ କିଛି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିଥିବାବେଳେ ଏବେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଚାଲ କରିଥିଲା ପଡୋଶୀ ଆନ୍ଧ୍ରପ୍ରଦେଶ । ଅପ୍ରେଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ୍ ଗ୍ରହଣ ହେବା ନେଇ ସ୍ଥିରିକୃତ ହୋଇଥିଲା । ୧୦ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି କମିଶନ କହିଥିଲେ । କୋଟିଆର ତଳ ଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା  ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା। ସରକାରୀ ବିଜ୍ଞପ୍ତିକୁ ଚାଲେଂଜ କରି ବିରୋଧୀ ଟିଡିପି, ବିଜେପି ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ନିର୍ବାଚନ ସ୍ଥଗିତ ଆଦେଶ କୋର୍ଟ ଦେଇଛନ୍ତି। ଆନ୍ଧ୍ରରେ ନିର୍ବାଚନ ସ୍ଥଗିତ ହୋଇଥିବାରୁ କୋଟିଆ ନିର୍ବାଚନ ବି ବନ୍ଦ ହୋଇଛି।

ସେପଟେ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲେ ସୁଦ୍ଧା ଆନ୍ଧ୍ର ନିର୍ବାଚନ କରିଥିଲେ । ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବମାନନା କରିଥିଲା ଆନ୍ଧ୍ର ପ୍ରଦେଶ । ପୁନର୍ବାର କରାଯାଉଥିବା ନିର୍ବାଚନକୁ ନେଇ ଖୋଦ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଜାର କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ନିର୍ବାଚନ କରାଯିବ । ବର୍ତ୍ତମାନ ଏହି ମାମଲାରେ ବିଚରାଧିନ ରହିଥିବାରୁ ନିର୍ବାଚନ ହୋଇପାରିବ ନାହିଁ ବୋଲି କହିଛନ୍ତି ଆନ୍ଧ୍ର ହାଇକୋର୍ଟ । ଏହି କାରଣରୁ କୋଟିଆରେ ସ୍ଥଗିତ ରହିବ ଆନ୍ଧ୍ର ନିର୍ବାଚନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର