ଏଥର ୮୦ ପ୍ରତିଶତ ଟପିବ ମତଦାନ ହାର! , ଯୁବ ଭୋଟରଙ୍କ ଉପରେ ରହିଛି ସବୁ ରାଜନୈତିକ ଦଳର ନଜର

The Sakala Picture
Published On

ଭୁବନେଶ୍ୱର : ବ୍ୟାପକ ପଦକ୍ଷେପ ସତ୍ତ୍ବେ ରାଜ୍ୟରେ ମତଦାନ ହାର ବୃଦ୍ଧି ପାଉ ନାହିଁ। ରାଜ୍ୟର ଅଧିକାଂଶ ବିଧାନସଭା କ୍ଷେତ୍ର ଏବଂ ଲୋକସଭା କ୍ଷେତ୍ରରେ ମତଦାନ ହାର ରାଜ୍ୟ ମତଦାନ ହାର ଠାରୁ କମ୍‌‌ ରହୁଛି। ତେବେ ଚଳିତ ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇବ ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମତଦାନ କରିବାକୁ ଅଧିକ ମାତ୍ରାରେ ଭୋଟରଙ୍କୁ ଆକୃଷ୍ଟ କରିପାରେ। ଏଥିସହିତ ମତଦାନ ହାର ବୃଦ୍ଧି ପାଇଁ […]

ଭୁବନେଶ୍ୱର : ବ୍ୟାପକ ପଦକ୍ଷେପ ସତ୍ତ୍ବେ ରାଜ୍ୟରେ ମତଦାନ ହାର ବୃଦ୍ଧି ପାଉ ନାହିଁ। ରାଜ୍ୟର ଅଧିକାଂଶ ବିଧାନସଭା କ୍ଷେତ୍ର ଏବଂ ଲୋକସଭା କ୍ଷେତ୍ରରେ ମତଦାନ ହାର ରାଜ୍ୟ ମତଦାନ ହାର ଠାରୁ କମ୍‌‌ ରହୁଛି। ତେବେ ଚଳିତ ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇବ ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମତଦାନ କରିବାକୁ ଅଧିକ ମାତ୍ରାରେ ଭୋଟରଙ୍କୁ ଆକୃଷ୍ଟ କରିପାରେ। ଏଥିସହିତ ମତଦାନ ହାର ବୃଦ୍ଧି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଶନ୍‌‌ ମୋଡ୍‌‌ରେ ପଦକ୍ଷେପ ନିଆଯାଉଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଛି ବେଦାନ୍ତ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ୫୦,୦୦୦ରୁ ଅଧିକ ଲୋକ ଉପକୃତ

ଅପରପକ୍ଷେ ଚଳିତ ଥର ନୂଆ ମତଦାତାଙ୍କ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇବା ଏବଂ ବିଭିନ୍ନ ବର୍ଗର ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୨୦୨୪ ନିର୍ବାଚନରେ ମତଦାନ ହାର ୮୦% ଅତିକ୍ରମ କରିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।୨୦୧୪ ଏବଂ ୨୦୧୯ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇଥିଲା। ତେବେ ଉଭୟ ଥର ଓଡ଼ିଶାରେ ମତଦାନ ହାର ୭୩% ମଧ୍ୟରେ ସୀମିତ ରହିଥିଲା। ୨୦୧୯ରେ ୫୯ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ରାଜ୍ୟ ହାର ଠାରୁ କମ୍‌‌ ରହିଥିବା ବେଳେ ୨୩ ବିଧାନସଭା କ୍ଷେତ୍ରରେ ଜାତୀୟ ହାର ଠାରୁ କମ୍‌‌ ରହିଥିଲା। ସେହିପରି ୮ଟି ଲୋକସଭା କ୍ଷେତ୍ରରେ ମତଦାନ ହାର ରାଜ୍ୟ ହାର ଠାରୁ କମ୍‌‌ ରହିଥିଲା। ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମତଦାନ ହାର ୫୦%ରୁ କମ୍‌‌ ରହିଥିଲା। ଯେଉଁଠି ଖୋଦ୍‌‌ ରାଜଧାନୀରେ ମତଦାନ ହାର ଅଧାରୁ କମ୍‌‌ ରହୁଛି ସେଠି ରାଜ୍ୟର ଅନ୍ୟ ସହର ଅବା ଜିଲ୍ଲାରେ ମତଦାନ ହାରରେ ଅଭିବୃଦ୍ଧି ଆଣିବା କିଛି କମ୍‌‌ କଷ୍ଟସାଧ୍ୟ ନୁହେଁ।

ଆହୁରି ପଢ଼ନ୍ତୁ: ଅଚାନକ ମାଡ଼ି ଆସିଲା ବନ୍ୟାପାଣି, ଗଛ ଉପରେ ରାତି କାଟିଲେ ୧୪ ଶ୍ରମିକ...

ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁସାରେ ଜନସଚେତନତା ଓ ଦାୟିତ୍ୱବୋଧ ହିଁ ଗଣତନ୍ତ୍ରର ମହାନ୍‌‌ ପର୍ବକୁ ସାଫଲ୍ୟମଣ୍ଡିତ କରିପାରିବ। ସେଥିପାଇଁ ସବୁ ବର୍ଷ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ତେବେ ଚଳିତ ଥର ମତଦାନ ହାର ବୃଦ୍ଧି ପାଇଁ ପୂର୍ବାପେକ୍ଷା ଅଧିକ କଡ଼ା ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବେ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ନିର୍ବାଚନ ଆୟୋଗ ମତଦାନ ହାର କମ୍‌‌ ରହୁଥିବା ଜିଲ୍ଲାର ଅଧିକାରୀମାନଙ୍କ ସହ ବିଶେଷଭାବେ ଆଲୋଚନା କରି ବିହିତ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଥିଲେ। ସେହି ଅନୁସାରେ ଚଳିତ ଥର ମତଦାନ ହାର ଅପେକ୍ଷାକୃତ କମ୍‌‌ ରହୁଥିବା ରାଜ୍ୟର ୫୯ଟି ବିଧାନସଭା କ୍ଷେତ୍ରକୁ ଲକ୍ଷ୍ୟରେ ରଖି ପଦକ୍ଷେପ ନିଆଯାଉଛି। ରାଜ୍ୟରେ ମତଦାନ ହାର ବୃଦ୍ଧି କରିବା ଲକ୍ଷ୍ୟରେ ଯୋଜନାବଦ୍ଧ ଭାବେ ସଚେତନତା ପାଇଁ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଜିଲ୍ଲା ନିର୍ବାଚନ ଅଧିକାରୀ, ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (ଏସ୍‌‌ଭିଇଇପି) ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅଗ୍ରଗତିକୁ ନେଇ ନିୟମିତ ବ୍ୟବଧାନରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରାଯାଉଛି। ବିଶେଷକରି କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଭଳି ପ୍ରମୁଖ ସହରାଞ୍ଚଳକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି। ଯୁବ, ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଭୋଟର ମାନଙ୍କ ସୁବିଧା ସୁନିଶ୍ଚିତ କରାଯାଉଛି। ତେଣୁ ଏଥର ମତଦାନ ହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୪ ବର୍ଷିଆ ITEP ନାମଲେଖା ପାଇଁ ପ୍ରଥମ ମେରିଟ୍ ତାଲିକା ପ୍ରକାଶ, ୧୪୬୩ ଛାତ୍ରଛାତ୍ରୀ ମନୋନୀତ

ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର ବିଭିନ୍ନ ନିର୍ବାଚନମଣ୍ଡଳୀରେ କଡ଼ା ମୁକାବିଲା ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ବେଶ୍‌‌ ସରଗରମ୍‌‌ ହୋଇଥିଲା। କିନ୍ତୁ ଏବେ ଉଭୟ ଦଳ ମୁହାଁମୁହଁ ପରିସ୍ଥିତିରେ ଅଛନ୍ତି। ନେତାଙ୍କ ଦଳବଦଳ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ଜାରି ଥିବା ବେଳେ ଅପ୍ରତ୍ୟାଶିତ ଭାବେ ଅନେକ ପ୍ରାର୍ଥୀ ଟିକଟ ହାତେଇଛନ୍ତି। ରାଜ୍ୟରେ ଏଥର ୩.୩୨ କୋଟି ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ଏତର ୧୮-୧୯ ବର୍ଷ ମଧ୍ୟରେ ଭୋଟରଙ୍କ ସଂଖ୍ୟା ପୂର୍ବାପେକ୍ଷା ଦୁଇ ଲକ୍ଷ ବୃଦ୍ଧି ପାଇ ୭.୫୫ ଲକ୍ଷରେ ପହଞ୍ଚିଛି। ପ୍ରଥମ ଥର ମତଦାନ ପାଇଁ ୪.୭ ଲକ୍ଷ (୧୮-୧୯ବର୍ଷ) ନୂଆ ଭୋଟରଙ୍କୁ ଯୋଡ଼ାଯାଇଛି। ନୂଆ ଭୋଟର ମଧ୍ୟ ମତଦାନ ହାର ବୃଦ୍ଧିରେ ବଡ଼ ଭୂମିକା ନେବେ ବୋଲି ଆଶା କରାଯାଉଛି। ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା ନୂଆ ମତଦାନ ହାର ଦେଖିବା ସମ୍ଭାବନା ଉଜ୍ଜ୍ୱଳ ବୋଲି କୁହାଯାଇଛି।

14 Apr 2024 By The Sakala

ଏଥର ୮୦ ପ୍ରତିଶତ ଟପିବ ମତଦାନ ହାର! , ଯୁବ ଭୋଟରଙ୍କ ଉପରେ ରହିଛି ସବୁ ରାଜନୈତିକ ଦଳର ନଜର

ଭୁବନେଶ୍ୱର : ବ୍ୟାପକ ପଦକ୍ଷେପ ସତ୍ତ୍ବେ ରାଜ୍ୟରେ ମତଦାନ ହାର ବୃଦ୍ଧି ପାଉ ନାହିଁ। ରାଜ୍ୟର ଅଧିକାଂଶ ବିଧାନସଭା କ୍ଷେତ୍ର ଏବଂ ଲୋକସଭା କ୍ଷେତ୍ରରେ ମତଦାନ ହାର ରାଜ୍ୟ ମତଦାନ ହାର ଠାରୁ କମ୍‌‌ ରହୁଛି। ତେବେ ଚଳିତ ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇବ ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମତଦାନ କରିବାକୁ ଅଧିକ ମାତ୍ରାରେ ଭୋଟରଙ୍କୁ ଆକୃଷ୍ଟ କରିପାରେ। ଏଥିସହିତ ମତଦାନ ହାର ବୃଦ୍ଧି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଶନ୍‌‌ ମୋଡ୍‌‌ରେ ପଦକ୍ଷେପ ନିଆଯାଉଛି।

ଅପରପକ୍ଷେ ଚଳିତ ଥର ନୂଆ ମତଦାତାଙ୍କ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇବା ଏବଂ ବିଭିନ୍ନ ବର୍ଗର ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୨୦୨୪ ନିର୍ବାଚନରେ ମତଦାନ ହାର ୮୦% ଅତିକ୍ରମ କରିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।୨୦୧୪ ଏବଂ ୨୦୧୯ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇଥିଲା। ତେବେ ଉଭୟ ଥର ଓଡ଼ିଶାରେ ମତଦାନ ହାର ୭୩% ମଧ୍ୟରେ ସୀମିତ ରହିଥିଲା। ୨୦୧୯ରେ ୫୯ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ରାଜ୍ୟ ହାର ଠାରୁ କମ୍‌‌ ରହିଥିବା ବେଳେ ୨୩ ବିଧାନସଭା କ୍ଷେତ୍ରରେ ଜାତୀୟ ହାର ଠାରୁ କମ୍‌‌ ରହିଥିଲା। ସେହିପରି ୮ଟି ଲୋକସଭା କ୍ଷେତ୍ରରେ ମତଦାନ ହାର ରାଜ୍ୟ ହାର ଠାରୁ କମ୍‌‌ ରହିଥିଲା। ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମତଦାନ ହାର ୫୦%ରୁ କମ୍‌‌ ରହିଥିଲା। ଯେଉଁଠି ଖୋଦ୍‌‌ ରାଜଧାନୀରେ ମତଦାନ ହାର ଅଧାରୁ କମ୍‌‌ ରହୁଛି ସେଠି ରାଜ୍ୟର ଅନ୍ୟ ସହର ଅବା ଜିଲ୍ଲାରେ ମତଦାନ ହାରରେ ଅଭିବୃଦ୍ଧି ଆଣିବା କିଛି କମ୍‌‌ କଷ୍ଟସାଧ୍ୟ ନୁହେଁ।

ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁସାରେ ଜନସଚେତନତା ଓ ଦାୟିତ୍ୱବୋଧ ହିଁ ଗଣତନ୍ତ୍ରର ମହାନ୍‌‌ ପର୍ବକୁ ସାଫଲ୍ୟମଣ୍ଡିତ କରିପାରିବ। ସେଥିପାଇଁ ସବୁ ବର୍ଷ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ତେବେ ଚଳିତ ଥର ମତଦାନ ହାର ବୃଦ୍ଧି ପାଇଁ ପୂର୍ବାପେକ୍ଷା ଅଧିକ କଡ଼ା ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବେ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ନିର୍ବାଚନ ଆୟୋଗ ମତଦାନ ହାର କମ୍‌‌ ରହୁଥିବା ଜିଲ୍ଲାର ଅଧିକାରୀମାନଙ୍କ ସହ ବିଶେଷଭାବେ ଆଲୋଚନା କରି ବିହିତ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଥିଲେ। ସେହି ଅନୁସାରେ ଚଳିତ ଥର ମତଦାନ ହାର ଅପେକ୍ଷାକୃତ କମ୍‌‌ ରହୁଥିବା ରାଜ୍ୟର ୫୯ଟି ବିଧାନସଭା କ୍ଷେତ୍ରକୁ ଲକ୍ଷ୍ୟରେ ରଖି ପଦକ୍ଷେପ ନିଆଯାଉଛି। ରାଜ୍ୟରେ ମତଦାନ ହାର ବୃଦ୍ଧି କରିବା ଲକ୍ଷ୍ୟରେ ଯୋଜନାବଦ୍ଧ ଭାବେ ସଚେତନତା ପାଇଁ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଜିଲ୍ଲା ନିର୍ବାଚନ ଅଧିକାରୀ, ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (ଏସ୍‌‌ଭିଇଇପି) ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅଗ୍ରଗତିକୁ ନେଇ ନିୟମିତ ବ୍ୟବଧାନରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରାଯାଉଛି। ବିଶେଷକରି କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଭଳି ପ୍ରମୁଖ ସହରାଞ୍ଚଳକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି। ଯୁବ, ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଭୋଟର ମାନଙ୍କ ସୁବିଧା ସୁନିଶ୍ଚିତ କରାଯାଉଛି। ତେଣୁ ଏଥର ମତଦାନ ହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ସେ କହିଛନ୍ତି।

ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର ବିଭିନ୍ନ ନିର୍ବାଚନମଣ୍ଡଳୀରେ କଡ଼ା ମୁକାବିଲା ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ବେଶ୍‌‌ ସରଗରମ୍‌‌ ହୋଇଥିଲା। କିନ୍ତୁ ଏବେ ଉଭୟ ଦଳ ମୁହାଁମୁହଁ ପରିସ୍ଥିତିରେ ଅଛନ୍ତି। ନେତାଙ୍କ ଦଳବଦଳ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ଜାରି ଥିବା ବେଳେ ଅପ୍ରତ୍ୟାଶିତ ଭାବେ ଅନେକ ପ୍ରାର୍ଥୀ ଟିକଟ ହାତେଇଛନ୍ତି। ରାଜ୍ୟରେ ଏଥର ୩.୩୨ କୋଟି ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ଏତର ୧୮-୧୯ ବର୍ଷ ମଧ୍ୟରେ ଭୋଟରଙ୍କ ସଂଖ୍ୟା ପୂର୍ବାପେକ୍ଷା ଦୁଇ ଲକ୍ଷ ବୃଦ୍ଧି ପାଇ ୭.୫୫ ଲକ୍ଷରେ ପହଞ୍ଚିଛି। ପ୍ରଥମ ଥର ମତଦାନ ପାଇଁ ୪.୭ ଲକ୍ଷ (୧୮-୧୯ବର୍ଷ) ନୂଆ ଭୋଟରଙ୍କୁ ଯୋଡ଼ାଯାଇଛି। ନୂଆ ଭୋଟର ମଧ୍ୟ ମତଦାନ ହାର ବୃଦ୍ଧିରେ ବଡ଼ ଭୂମିକା ନେବେ ବୋଲି ଆଶା କରାଯାଉଛି। ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା ନୂଆ ମତଦାନ ହାର ଦେଖିବା ସମ୍ଭାବନା ଉଜ୍ଜ୍ୱଳ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର