ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି ଓ ଆତ୍ମବିଶ୍ବାସ ବୃଦ୍ଧି କରିଛି : ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ପଞ୍ଚମ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି ଓ ଆତ୍ମବିଶ୍ବାସ ବୃଦ୍ଧି କରିଛି। ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତୁମ ମାନଙ୍କ ଉପରୋ […]

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ପଞ୍ଚମ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି ଓ ଆତ୍ମବିଶ୍ବାସ ବୃଦ୍ଧି କରିଛି। ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତୁମ ମାନଙ୍କ ଉପରୋ ମୋର ପୁରା ଭରସା ଅଛି । ତୁମେ ମାନେ ଦିନେ ବଡ ହେବ ଓ ଭଲ କାମ କରି ଓଡିଆ ଜାତିର ଗୌରବ ବଢାଇବ, ଏ ବିଶ୍ବାସ ଆମ ସମସ୍ତଙ୍କ ଭିତରେ ରହିଛି । “ପିଲାମାନେ ତୁମେମାନେ ଆଗକୁ ବଢ, ମୋର ଶୁଭେଚ୍ଛା ଓ ଆଶୀର୍ବାଦ ସବୁବେଳେ ତୁମ ସାଥିରେ ରହିଛି ।”

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ରୂପାନ୍ତର କାର୍ଯ୍ୟକ୍ରମ ଶିକ୍ଷକ ମାନଙ୍କ ଦାୟିତ୍ବ ବଢାଇଛି । ପିଲାମାନେ ଯେପରି ଏହ ରୂପାନ୍ତର ସୁଯୋଗର ସଠିକ ଉପଯୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦେବା ସହିତ ପିଲା ମାନଙ୍କୁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ନିଜ ନିଜ ସ୍କୁଲର ଫଳାଫଳକୁ ଶତପ୍ରତିଶତ କରିବାପାଇଁ ଶିକ୍ଷକ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଥିଲେ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା –

(୧) ସତ୍ୟଭାମା ବିଦ୍ୟାପୀଠ, ବଡଖଣ୍ଡି ପଞ୍ଚାୟତ

(୨) ମହାତ୍ମାଗାନ୍ଧୀ ହାଇସ୍କୁଲ, ଶେରଗଡ ପଞ୍ଚାୟତ

(୩) ଖରିଡା ହାଇସ୍କୁଲ, ଖରିଡା ପଞ୍ଚାୟତ

(୪) ରାମଚନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର, ଶେରଗଡ଼

(୫) ମକରଝୋଳ ହାଇସ୍କୁଲ, ମକରଝୋଳ ପଞ୍ଚାୟତ

(୬) ବରମୁଣ୍ଡୁଳି ହାଇସ୍କୁଲ, ବରମୁଣ୍ଡୁଳି ପଞ୍ଚାୟତ

(୭) କାଞ୍ଜିଆମା ହାଇସ୍କୁଲ, କାଞ୍ଜିଆମା ତନହର ପଞ୍ଚାୟତ

(୮) ବାଳିକା ହାଇସ୍କୁଲ, ପିତ୍ତଳ ପଞ୍ଚାୟତ

(୯) ବ୍ରାହ୍ମଣଛାଇ ହାଇସ୍କୁଲ, ବ୍ରାହ୍ମଣଛାଇ ପଞ୍ଚାୟତ

(୧୦) ଓଡିଶା ଆଦର୍ଶ ବିଦ୍ୟାଳୟ, ପକିଡି, ଶେରଗଡ ପଞ୍ଚାୟତ

ପାଞ୍ଚ ଦିନ କାର୍ଯ୍ୟକ୍ରମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମନର ଖୁସି ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ତୁମେ କଣ ହେବାକୁ ଚାହୁଁଛ ବୋଲି ମୁଖ୍ୟମନ୍ତ୍ରୀ ଯେତେବେଳେ ପଚାରିଥିଲେ, ସେମାନେ ସମସ୍ତେ କିଏ ଡାକ୍ତର, କିଏ ଇଂଜିନିଅର ତ କିଏ ଶିକ୍ଷକ, ଆଇ.ଏ.ଏସ୍‌. ଆଇ.ପି.ଏସ୍‌ ଓ ସାମ୍ବାଦିକ ତଥା ବିଚାରପତି ହେବେ ବୋଲି କହିଥିଲେ । ସେମାନଙ୍କ ମନରେ ଆତ୍ମବିଶ୍ବାସର ଝଲକ ଭରି ରହିଥିଲା । ସ୍କୁଲର ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ଏକ ବଡ ପରିବର୍ତ୍ତନ ଆଣିପାରିଛି । ସେମାନେ କହିଥିଲେ ଯେ ଆମେ ସମସ୍ତେ ବର୍ତ୍ତମାନ ସରକାରୀ ସ୍କୁଲରେ ପଢୁଛୁ ବୋଲି ଗର୍ବ ଅନୁଭବ କରିପାରୁଛୁ । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ପୂରଣ କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ ।

30 Aug 2021 By The Sakala

ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି ଓ ଆତ୍ମବିଶ୍ବାସ ବୃଦ୍ଧି କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ପଞ୍ଚମ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି ଓ ଆତ୍ମବିଶ୍ବାସ ବୃଦ୍ଧି କରିଛି। ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତୁମ ମାନଙ୍କ ଉପରୋ ମୋର ପୁରା ଭରସା ଅଛି । ତୁମେ ମାନେ ଦିନେ ବଡ ହେବ ଓ ଭଲ କାମ କରି ଓଡିଆ ଜାତିର ଗୌରବ ବଢାଇବ, ଏ ବିଶ୍ବାସ ଆମ ସମସ୍ତଙ୍କ ଭିତରେ ରହିଛି । “ପିଲାମାନେ ତୁମେମାନେ ଆଗକୁ ବଢ, ମୋର ଶୁଭେଚ୍ଛା ଓ ଆଶୀର୍ବାଦ ସବୁବେଳେ ତୁମ ସାଥିରେ ରହିଛି ।”

ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ରୂପାନ୍ତର କାର୍ଯ୍ୟକ୍ରମ ଶିକ୍ଷକ ମାନଙ୍କ ଦାୟିତ୍ବ ବଢାଇଛି । ପିଲାମାନେ ଯେପରି ଏହ ରୂପାନ୍ତର ସୁଯୋଗର ସଠିକ ଉପଯୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦେବା ସହିତ ପିଲା ମାନଙ୍କୁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ନିଜ ନିଜ ସ୍କୁଲର ଫଳାଫଳକୁ ଶତପ୍ରତିଶତ କରିବାପାଇଁ ଶିକ୍ଷକ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଥିଲେ ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା –

(୧) ସତ୍ୟଭାମା ବିଦ୍ୟାପୀଠ, ବଡଖଣ୍ଡି ପଞ୍ଚାୟତ

(୨) ମହାତ୍ମାଗାନ୍ଧୀ ହାଇସ୍କୁଲ, ଶେରଗଡ ପଞ୍ଚାୟତ

(୩) ଖରିଡା ହାଇସ୍କୁଲ, ଖରିଡା ପଞ୍ଚାୟତ

(୪) ରାମଚନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର, ଶେରଗଡ଼

(୫) ମକରଝୋଳ ହାଇସ୍କୁଲ, ମକରଝୋଳ ପଞ୍ଚାୟତ

(୬) ବରମୁଣ୍ଡୁଳି ହାଇସ୍କୁଲ, ବରମୁଣ୍ଡୁଳି ପଞ୍ଚାୟତ

(୭) କାଞ୍ଜିଆମା ହାଇସ୍କୁଲ, କାଞ୍ଜିଆମା ତନହର ପଞ୍ଚାୟତ

(୮) ବାଳିକା ହାଇସ୍କୁଲ, ପିତ୍ତଳ ପଞ୍ଚାୟତ

(୯) ବ୍ରାହ୍ମଣଛାଇ ହାଇସ୍କୁଲ, ବ୍ରାହ୍ମଣଛାଇ ପଞ୍ଚାୟତ

(୧୦) ଓଡିଶା ଆଦର୍ଶ ବିଦ୍ୟାଳୟ, ପକିଡି, ଶେରଗଡ ପଞ୍ଚାୟତ

ପାଞ୍ଚ ଦିନ କାର୍ଯ୍ୟକ୍ରମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମନର ଖୁସି ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ତୁମେ କଣ ହେବାକୁ ଚାହୁଁଛ ବୋଲି ମୁଖ୍ୟମନ୍ତ୍ରୀ ଯେତେବେଳେ ପଚାରିଥିଲେ, ସେମାନେ ସମସ୍ତେ କିଏ ଡାକ୍ତର, କିଏ ଇଂଜିନିଅର ତ କିଏ ଶିକ୍ଷକ, ଆଇ.ଏ.ଏସ୍‌. ଆଇ.ପି.ଏସ୍‌ ଓ ସାମ୍ବାଦିକ ତଥା ବିଚାରପତି ହେବେ ବୋଲି କହିଥିଲେ । ସେମାନଙ୍କ ମନରେ ଆତ୍ମବିଶ୍ବାସର ଝଲକ ଭରି ରହିଥିଲା । ସ୍କୁଲର ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ଏକ ବଡ ପରିବର୍ତ୍ତନ ଆଣିପାରିଛି । ସେମାନେ କହିଥିଲେ ଯେ ଆମେ ସମସ୍ତେ ବର୍ତ୍ତମାନ ସରକାରୀ ସ୍କୁଲରେ ପଢୁଛୁ ବୋଲି ଗର୍ବ ଅନୁଭବ କରିପାରୁଛୁ । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ପୂରଣ କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର